କଟକ : ମାହାଙ୍ଗା ଥାନା ଅନ୍ତର୍ଗତ ରାହାଣିଆ ପଞ୍ଚାୟତ ରାହାଣିଆ ଗ୍ରାମର ଏକ କୂଅରୁ ଜଣେ ଯୁବତୀଙ୍କ ମୃତଦେହ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଉଦ୍ଧାର କରାଯାଇଛି । ମୃତ ଯୁବତୀ ଗ୍ରାମର ସୁରେନ୍ଦ୍ର ନାୟକଙ୍କ ଝିଅ ଜ୍ୟୋତିପ୍ରିୟା ନାୟକ (୨୧)ବୋଲି ଜଣାପଡ଼ିଛି । ସେ ଗତକାଲିଠାରୁ ନିଖୋଜ ଥିଲା । ଏନେଇ ତାର ବାପା ମାହାଙ୍ଗା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଜ୍ୟେତିପ୍ରିୟା ଗତକାଲିଠାରୁ ଘରୁ କେଉଁଆଡ଼େ ଚାଲିଯାଇଥିଲେ । ଏନେଇ ଯୁବତୀଙ୍କ ବାପା ବହୁ ଖୋଜା ଖୋଜି ପରେ ନପାଇବାରୁ ଥାନାରେ ଅଭିଯୋଗ କରିଥିବା କହିଛନ୍ତି । ଆଜି ସକାଳୁ ପଡ଼ୋଶୀଙ୍କ କୂଅକୁ କେହି ପାଣି ନେବାକୁ ଆସିଥିବା ବେଳେ ଶବ ଭାସୁଥିବା ଦେଖି ଗାଁ ଲୋକଙ୍କୁ ଡାକିଥିଲେ । ଗ୍ରାମ ଲୋକେ କୁଆଁପାଳ ଦମକଳବାହିନୀକୁ ଖବର ଦେବା ପରେ ଘଟଣାସ୍ଥଳରେ କର୍ମଚାରୀ ପହଞ୍ôଚô କୂଅ ଭିତରୁ ଯୁବତୀଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ ।
ପରିବାର ଲୋକେ ସେଠାରେ ପହଞ୍ôଚô ଶବ ଚିହ୍ନିଟ କରିଥିଲେ । ପରେ ମୃତକର ପିତା ଥାନାରେ ଲିଖିତ ଭାବେ ଜଣାଇବା ପରେ ମାହାଙ୍ଗା ପୁଲିସ ରାହାଣିଆ ଗ୍ରାମରେ ପହଞ୍ôଚ ଶବ ଜବତ୍କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପରେ ଶବ ବ୍ୟବଚ୍ଛେଦ ନିମନ୍ତେ ପୁଲିସ କଟକ ମେଡିକାଲ ପଠାଇଛି । ତେବେ ଯୁବତୀ ଜଣକ କିଛି ଦିନ ହେବ କୌଣସି କାରଣକୁ ନେଇ ଭୟଭୀତ ରହିବା ସହ ରାତି ଅଧରୁ ନିଦରୁ ଉଠି ବିଭିନ୍ନ କଥା କହୁଥିବା ତାର ସାନ ଭାଇ କହିଛନ୍ତି । ପୁଲିସ ତଦନ୍ତ ସଠିକ୍ ହେଲେ ଘଟଣାର ସତ୍ୟ ସାମ୍ନାକୁ ଆସିପାରନ୍ତା ବୋଲି ଗ୍ରାମବାସୀ କହିଛନ୍ତି । ଅପରପକ୍ଷରେ ମୃତ ଯୁବତୀର ବାପା ପୂର୍ବରୁ ହତ୍ୟା ଘଟଣାରେ ଜଡ଼ିତ ଥିବା ଓ ଝିଅକୁ କୌଣସି ଏକ ଘଟଣାକୁ ନେଇ ମାରଧର କରିଥିବା ଗ୍ରାମବାସୀଙ୍କଠାରୁ ଶୁଣିବାକୁ ମିଳୁଛି । ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ସାଧାରଣରେ ଦାବି ହୋଇଛି ।