32.1 C
Bhubaneswar
Wednesday, June 11, 2025
Homeଅପରାଧକୁକୁରକୁ ଦୁଷ୍କର୍ମ

କୁକୁରକୁ ଦୁଷ୍କର୍ମ

ମୁମ୍ବାଇ: ଦିନକୁ ଦିନ ମାନବିକାତ ହରାଉଛି ମନୁଷ୍ୟ । ଗୋଟିଏ ପରେ ଗୋଟିଏ ଅମାନୁଷିକ କାଣ୍ଡ କରି ଏହି ଜାତିକୁ କରିଛି ଅସମ୍ମାନ । ପ୍ରତିଦିନ କେଉଁଠି ନା କେଉଁଠି ମହିଳାଙ୍କୁ ଦୁଷ୍କର୍ମ କରିବା ଘଟଣା ସାମ୍ନାକୁ ଆସୁଥିବା ବେଳେ ଏବେ ପଶୁଙ୍କୁ ଦୁଷ୍କର୍ମ କରିବାକୁ ପଛାଉନାହାନ୍ତି କିଛି ବର୍ବର । ଏକ କୁକୁରକୁ ଜଣେ ୬୫ ବର୍ଷୀୟ ବୃଦ୍ଧ ଦୁଷ୍କର୍ମ (Unnatural sex with Dog)କରିବା ଘଟଣା ମହାରାଷ୍ଟ୍ର ପୁଣେରେ ଦେଖିବାକୁ ମିଳିଛି । ଏନେଇ ସମ୍ପୃକ୍ତ ବୃଦ୍ଧଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । ସମ୍ପୃକ୍ତ ବୃଦ୍ଧଙ୍କ ନିକଟକରେ ଏଭଳି ଏକ ଘୃଣ୍ୟ ମାନସିକତାକୁ ସ୍ଥାନିୟ ବାସିନ୍ଦା ଘୋର ନିନ୍ଦା କରିଛନ୍ତି ।

ଅଭିଯୁକ୍ତ ଜଣକ ହେଉଛି ଭିବାସେନ ତକଲକାର । ଭିବାସେନ ତକାଲକାର ପୁଣେ ଖେଡ ନିକଟ ତକାଲକାରବାଡି ଅଞ୍ଚଳ ବାସିନ୍ଦା । ଅଭିଯୁକ୍ତ ଭିବାସେନ ତକାଲକାରର ବୟସ ୬୫ ବର୍ଷ ହେବ ବୋଲି ତଦନ୍ତରୁ ଜଣାପଡ଼ିଛି । ବୃଦ୍ଧ ଜଣକ କୁକୁରକୁ ନିଜ ବାସଭବନକୁ ଖାଦ୍ୟ ଦେବା ବାହାନାରେ ଘର ପାଖକୁ ଡାକି ନେଉଥିଲା । ପରେ କୁକୁରକୁ ଖାଦ୍ୟ ଦେଖାଇ ଘର ଭିତରକୁ ନେଇ ଯାଉଥିଲା । ଏହାପରେ ଅପ୍ରାକୃତିକ ଭାବରେ କୁକୁରକୁ ଦୁଷ୍କର୍ମ କରୁଥିବା ପଡୋଶୀ ଜାଣିବାକୁ ପାଇଥିଲେ । ବୃଦ୍ଧଙ୍କ ଏହି ଅମାନବୀୟ କାଣ୍ଡକୁ ଘର ପାଖ ଜଣେ ଯୁବକ ନିଜ ମୋବାଇଲ କ୍ୟାମାରାରେ କଏଦ କରିଥିଲା ।

ଏହି ଭିଡ଼ିଓ ସାମନାକୁ ଆସିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଛି । ସ୍ଥାନୀୟ ଏକ NGO ସଂସ୍ଥା କୁକୁରକୁ ଉଦ୍ଧାର କରି ଚିକିତ୍ସା ଯୋଗାଇବା ସହିତ ଅଭିଯୁକ୍ତ ବୃଦ୍ଧଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଅଭିଯୋଗ ଆଧାରରେ IPC ଧାରା ୩୭୭ ଓ ୧୮୬୦ ପଶୁଙ୍କ ପ୍ରତି ନିଷ୍ଠୁରତା ରୋକିବା ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରିଛି । ବୃଦ୍ଧଙ୍କ ଏଭଳି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ନିନ୍ଦା କରାଯାଇଛି ।

ଗତ ଜୁଲାଇ ୨୦୧୯ ମସିହାରେ ହଥରାସ ପୋଲିସ ଦୀନେଶ କୁମାର ଏବଂ ତାଙ୍କ ଦୁଇ ବନ୍ଧୁଙ୍କୁ ଗିରଫ କରିଥିଲା । ଗୃହମାଲିକ ଅଭିଯୋଗ କରିଥିଲେ, ତାଙ୍କର ପୋଷା କୁକୁରକୁ ତାଙ୍କ ଭଡ଼ାଟିଆ ଦୀନେଶ କୁମାର ଓ ତାଙ୍କର ଦୁଇ ବନ୍ଧୁ ଦୁଷ୍କର୍ମ କରିଥିଲେ । ଏହି ଘଟଣାର ତଦନ୍ତ କରି ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହିପରି ଗତ ଅଗଷ୍ଟ ୨୦୧୮ ମସିହାରେ କୁକୁର ସହ ଦୁଷ୍କର୍ମ ଘଟଣାରେ ଜୟପୁର ଅନ୍ତର୍ଗତ ଭଙ୍କରୋଟା ପୋଲିସ କମଲ ହାସନ ନାମକ ବ୍ୟକ୍ତିକୁ କ୍ରିମିନାଲ ପ୍ରୋସିଜିଅର କୋଡ ଅନ୍ତର୍ଗତ ସେକ୍ସନ ୧୫୧ ଏବଂ ଆଇପିସି ଧାରା(୧୮୬୦) ୩୭୭ରେ ଗିରଫ କରି କୋର୍ଟ ଚାଲଣ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking