29.1 C
Bhubaneswar
Wednesday, May 21, 2025
Homeଦେଶ ବିଦେଶଚମତ୍କାର: ଭୂମିକମ୍ପର ୨୦୩ ଘଣ୍ଟା ପରେ ମାଟିତଳୁ ମହିଳା ଜୀବିତ ଉଦ୍ଧାର

ଚମତ୍କାର: ଭୂମିକମ୍ପର ୨୦୩ ଘଣ୍ଟା ପରେ ମାଟିତଳୁ ମହିଳା ଜୀବିତ ଉଦ୍ଧାର

ତୁର୍କୀ : ତୁର୍କୀ ଏବଂ ସିରିଆ ଭୂମିକମ୍ପକୁ ୮ ଦିନ ବିତିଯାଇଥିଲେ ମଧ୍ୟ ଏବେ ବି ଧ୍ୱଂସସ୍ତୁପ ଭିତରୁ ଜୀବନ ଉଦ୍ଧାର ହେଉଛି । ପୀଡିତଙ୍କୁ ବଞ୍ଚାଇବାକୁ ଜୋରଦାର ଉଦ୍ୟମ କରାଯାଉଛି । ୮ ଦିନରେ ମାଟିତଳୁ ଜୀବନ ଉଦ୍ଧାର ହେବା କୌଣସି ଚମତ୍କାର ଠାରୁ କମ୍ ନୁହେଁ । ଭୂମିକମ୍ପର ୨୦୩ ଘଣ୍ଟା ପରେ ମଧ୍ୟ ମାଟି ତଳୁ ଜୀବିତ ମହିଳା ବାହାରିବା ଚମତ୍କାର । ସଂପୂର୍ଣ୍ଣ ଧ୍ୱସ୍ତ ହୋଇଯାଇଥିବା କୋଠାର ଧ୍ୱଂସାବଶେଷ ତଳୁ ଉକ୍ତ ମହିଳାଙ୍କୁ ଜୀବିତ ଉଦ୍ଧାର କରାଯିବା ଏକ ବିସ୍ମୟ ବୋଲି ଉଦ୍ଧାରକାରୀ ଦଳ କହିଛନ୍ତି ।

ଭୂମିକମ୍ପ ମୃତକଙ୍କ ସଂଖ୍ୟା ୪୦ ହଜାର ଟପିଲାଣି । ତୁର୍କୀ ଏବଂ ସିରିୟାରେ ୪୧,୫୦୦ରୁ ଅଧିକ କୋଠା ଧ୍ୱଂସ ହୋଇଯାଇଛି । ମଙ୍ଗଳବାର କହରାମନମରାସ ପ୍ରଦେଶର ଏକ ଆପାର୍ଟମେଣ୍ଟ ବ୍ଲକର ଭଗ୍ନାବଶେଷ ତଳୁ ଉଦ୍ଧାରକାରୀ ଦଳ ୨ ଭାଇଙ୍କୁ ଜୀବିତ ଉଦ୍ଧାର କରିଥିବା ବେଳେ ୨୦୩ ଘଣ୍ଟା ପରେ ପୁଣି ଜଣେ ମହିଳାଙ୍କୁ ଜୀବିତ ଭାବେ ଉଦ୍ଧାର କରାଯାଇଛି । ତୁର୍କୀର ୩ଟି ପ୍ରଦେଶରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅନ୍ୟ ୭ଟି ପ୍ରଦେଶରେ ଉଦ୍ଧାର କାର୍ଯ୍ୟ ପ୍ରାୟ ଶେଷ ହୋଇଯାଇଛି । ହତୟ ପ୍ରଦେଶର ଜଣେ ବ୍ୟକ୍ତି ଭୂକମ୍ପରେ ତାଙ୍କ ଭଉଣୀ ଏବଂ ୪ ପୁତୁରାଙ୍କୁ ହରାଇ ଦେଇଛନ୍ତି । ଭୂମିକମ୍ପର ହେବାର ୨୦୦ ଘଣ୍ଟାରୁ ଅଧିକ ସମୟ ହେବା ପରେ ମଧ୍ୟ ମାଟିତଳୁ ଲୋକଙ୍କୁ ଉଦ୍ଧାର କରାଯାଉଛି । ଭୂମିକମ୍ପ ହୋଇଥିବା ୧୦ଟି ପ୍ରାନ୍ତରୁ ପାଖାପାଖି ୧.୩୫ କୋଟି ଲୋକ ବାସହରା ହୋଇଛନ୍ତି । ତୁର୍କୀରେ ମୃତ୍ୟୁ ସଂଖ୍ୟ ୩୨ ହଜାର ଟପିଥିବା ବେଳେ ସିରିଆରେ ୬ ହଜାର ଟପିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking