ନୂଆଦିଲ୍ଲୀ: ମଣିଷ ନା ପିଶାଚ । ଜଣେ ମଣିଷ କେବେ ବି ଏମିତି ଅମଣିଷ ଭଳି କାମ କରିବ, ତାହା ସହଜରେ ବିଶ୍ୱାସ ହେଉନି । କୁନି କୁନି ପିଲାଙ୍କୁ ବି ଛାଡ଼ିଲାନି । ଯେଉଁ କୁନି କୁନି ପିଲା ଦୁନିଆ କ’ଣ ଜାଣିନାହାନ୍ତି, ଭଲ ଭାବେ କଥା କହି ନାହାନ୍ତି, ସେମାନଙ୍କ ପ୍ରତି ରହିଥିଲା ତାର ଯୌନ ଲାଳସା।
୨୦୦୮ରୁ ୨୦୧୫ ମଧ୍ୟରେ ସେ ଏଭଳି ୩୦ ଜଣ କୁନି ପିଲାଙ୍କୁ ନିଜ ଦେହର ଭୋକ ମେଣ୍ଟାଇବା ପାଇଁ କରିଛି ବ୍ୟବହାର । ସେମାନଙ୍କୁ ଯୌନ ଶୋଷଣ କରିବା ସହ ଅନେକଙ୍କ ଜୀବନ ବି ନେଇଛି ଏହି ପିଶାଚ । ତେବେ ଏଭିଳି ଏକ ଘଟଣା ସାମ୍ନାକୁ ଆସିଛି, କ୍ରାଇମ କ୍ୟାପିଟାଲ କୁହାଯାଉଥିବା ଦେଶର ରାଜଧାନୀ ଦିଲ୍ଲୀରୁ ।
ଖବର ଅନୁଯାୟୀ, ଉକ୍ତ ଯୌନ ପିଶାଚର ନା ରବିନ୍ଦର କୁମାର । ବୟସ ୩୨ । ପେଶାରେ ଜଣେ ଶ୍ରମିକ ବା ଲେବର । କରଲାର ବାସିନ୍ଦା । ରବିନ୍ଦରର ବାପା ମଧ୍ୟ ଜଣେ ଦିନ ମଜୁରିଆ ବା ଶ୍ରମିକ । ଆଉ ମାଆ ଘର ଘର ବୁଲି କାମ କରନ୍ତି । ୨୦୦୮ରେ ପ୍ରଥମେ ସେ ଅପରାଧ ଘଟାଇଥିଲା । ଏକ କୁନି ଶିଶୁକୁ ନିଜର ଯୌନ ଶୋଷ ମେଣ୍ଟାଇବା ପାଇଁ ବ୍ୟବହାର କରିଥିଲା । ପରେ ତାକୁ ହତ୍ୟା କରିଥିଲା । ଏଭଳି ପ୍ରାୟ ୩୦ ଜଣ ଶିଶୁଙ୍କ ସହ କରିଥିବା ପୋଲିସ ଆଗରେ ସେ ସ୍ୱୀକାର କରିଛି ।
୨୦୧୪ରେ ପୋଲିସ ତାକୁ ଗିରଫ କରିଥିଲା । ସେ ଜଣେ ୭ ବର୍ଷର ପୁଅକୁ ଦୁଷ୍କର୍ମ କରିବା ସହ ତାକୁ ସେପ୍ଟିକ୍ ଟାଙ୍କିରେ ଫିଙ୍ଗି ହତ୍ୟା କରିଥିଲା । ଏହି କେସ୍ରୁ ବେଲ୍ ପାଇବା ପରେ ସେ ଲେବର ଭାବେ କାମ କରୁଥିଲା । ହେଲେ ନିଜ ପ୍ରକୃତି ଛାଡ଼ି ପାରିନଥିଲା । ୧୬ ଜୁଲାଇ ୨୦୧୫ରେ ପୁଣି ତାକୁ ଗିରଫ କରିଥିଲା ପୋଲିସ । ବେଗମପୁରର ଜଣେ ୬ ବର୍ଷର କୁନି ଝିଅ ସହ ଦୁଷ୍କର୍ମ କରି ତାକୁ ହତ୍ୟା କରିଥିଲା ରବିନ୍ଦର । ରବିନ୍ଦର ଏଭଳି କୁନି କୁନି ପିଲାଙ୍କୁ ଶିକାର ପାଇଁ ଅନେକ ଦୂର ଯାଉଥିଲା ।
ସେ ଶ୍ରମିକଙ୍କ ପିଲାଙ୍କୁ ବିଶେଷ ଭାବେ ଟାର୍ଗେଟ କରୁଥିଲା । ଶ୍ରମିକ ବା ଦିନ ମଜୁରିଆମାନେ ଯେତେବେଳେ କାମ ସାରି ଖାଇ ପିଇ ଶୋଇଥାନ୍ତି, ସେତେବେଳେ ରବିନ୍ଦର ନିଜ ଶିକାର ପାଇଁ ବାହାରିଥାଏ । ସନ୍ଧ୍ୟା ପ୍ରାୟ ୮ଟା ପରେ ତାର ଏହି ମିଶନ ଆରମ୍ଭ ହୁଏ । ଶ୍ରମିକମାନେ ଶୋଇବା ପରେ ତାଙ୍କ ପିଲାଙ୍କୁ ଚକଲେଟ କିମ୍ବା ୧୦ଟଙ୍କାର ଲୋଭ ଦେଖାଇ ତାଙ୍କ ସହ ଦୁଷ୍କର୍ମ କରୁଥିଲା । ଯେଉଁ ଅଞ୍ଚଳରେ ବଡ଼ ବଡ଼ ବିଲ୍ଡିଂ କାମ ଚାଲିଥାଏ, ଠିକ୍ ସେହି ଅଞ୍ଚଳରେ ତମ୍ବୁଟାଣି ବା ଆଉଟ ହାଉସ୍ରେ ରହୁଥିବା ଶ୍ରମିକଙ୍କ କୁନି କୁନି ପିଲାଙ୍କୁ ସେ ଅଧିକ ମାତ୍ରାରେ ଟାର୍ଗେଟ କରିଥାଏ ।