ନିଖୋଜ ନାବାଳିକାର ଶବ ଉଦ୍ଧାର ; ହତ୍ୟା ସହ ଦୁଷ୍କର୍ମ ଅଭିଯୋଗ କଲେ ପରିବାର

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଔରିଆରେ ଏକ ନାବାଳିକାର ଶବ ଅର୍ଦ୍ଧନଗ୍ନ ଅବସ୍ଥାରେ ମିଳିଛିା ଏହିଯୋଗୁ ପରିବାରବର୍ଗ ଏହାଏକ ଦୁର୍ଷ୍କମ ଓହତ୍ୟା ବୋଲି ଆଶଙ୍କା କରୁଛନ୍ତିା ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠେଇଛି ।
ସୂଚନା ଥାଉକି ଅଜିତ୍‌ମଲ କୋତବାଲି କ୍ଷେତ୍ରର ପୁରବା ଠାରେ ଏକ ୧୨ ବର୍ଷର ଛାତ୍ରୀ ଖେତକୁ ଛେଳି ଚରାଇବାକୁ ଯାଇଥିଲା ।ସଂଦ୍ଧ୍ୟା ଯାଏ ଘରକୁ ନଫେରିବାରୁ ଘରଲୋକ ଖୋଜାଖୋଜି କରିଥିଲେ । ବହୁତ ଖୋଜାଖୋଜି ପରେ ଏକ ବାଜରା କ୍ଷେତରେ ନାବାଳିକାର ମୃତ ଶରୀର ପଡି଼ଥିବା ଦେଖିବାକୁ ମିଳିଥିଲା ।
ଔରିୟାର ଜିଲ୍ଲା ପୋଲିସ୍ ଅଧିକାରୀଙ୍କ କହିବା ଅନୂଯାୟୀ ତଦନ୍ତ ପରେ ପରିବାରର କିଛି ସଦସ୍ୟଙ୍କୁ ଗିରଫ କରିଛି ଓ ପଚରାଉଚୁରା ଜାରି ରଖିଛି । ଓ ପିଡ଼ୀତ ପରିବାରକୁ ଯଥାସମ୍ଭବ ସହାୟତା କରାଯିବ ବୋଲି ପ୍ରତିଶୃତି ଦେଇଛି ।

LEAVE A REPLY

Please enter your comment!
Please enter your name here