26.1 C
Bhubaneswar
Saturday, September 21, 2024
Homeଓଡିଶାକାର୍ ଧକ୍କାରେ ନାବାଳକ ଗୁରୁତର

କାର୍ ଧକ୍କାରେ ନାବାଳକ ଗୁରୁତର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ୟୁନିଟ୍-୨ ଅଂଚଳ ବିଧାନସଭା ପଛ ପଟ ବସ୍ତିରେ ଘଟିଛି ଦୁର୍ଘଟଣା । ଉଛନ ଅନୁଯାୟୀ,ଗତକାଲି ରାତିରେ ଏକ କାର୍ ଦ୍ରୁତ ଗତିରେ ଆସି ବିଧାନସଭା ପଛ ପଟ ବସ୍ତିରେ ଥିବା ପାଚେରୀକୁ ଧକ୍କା ଦେଇଥିଲା। ପରେ ନାବାଳକକୁ ଧକ୍କା ଦେଇଥିଲା। ବସ୍ତି ବାସିନ୍ଦା ଦୌଡ଼ି ଆସିବାରୁ ଗାଡ଼ିରେ ଥିବା ୩ ଜଣ ଯୁବକ ସେଠାରୁ ଫେରାର ହୋଇଯାଇଥିଲେ।ସ୍ଥାନୀୟ ଲୋକେ ପିଲାଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଉତ୍ତ୍ୟକ୍ତ ବସ୍ତି ବାସିନ୍ଦା ଦୁର୍ଘଟଣା ଘଟାଇଥିବା ଗାଡିଟିକୁ ଅଟକ ରଖି କ୍ଷତିପୂରଣ ଦାବିରେ ଅଡି ବସିଥିଲେ। କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ପରେ ଉତ୍ତେଜନା ଥମିଥିଲା। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking