21.1 C
Bhubaneswar
Monday, November 18, 2024
Homeଅପରାଧଏସ୍‌ପିଙ୍କ ଉଦ୍ୟମରେ ହରିୟାଣାରୁ ଉଦ୍ଧାର ହେଲା ନାବାଳକ

ଏସ୍‌ପିଙ୍କ ଉଦ୍ୟମରେ ହରିୟାଣାରୁ ଉଦ୍ଧାର ହେଲା ନାବାଳକ

ନବରଙ୍ଗପୁର: ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହରିୟାଣାରୁ ନିଜ ଜନ୍ମମାଟିକୁ ଫେରିଛନ୍ତି ନବରଙ୍ଗପୁର ଜିଲ୍ଲାର ନିଖୋଜ ନାବାଳକ । ଏନେଇ ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକ ପୁରୁଷୋତ୍ତମ ଦାସ ସୂଚନା ଦେଇଛନ୍ତି । ଏସ୍‌ପି ଶ୍ରୀ ଦାସଙ୍କ ବ୍ୟକ୍ତିଗତ ଉଦ୍ୟମକ୍ରମେ ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ଖପରାଢ଼ିହି ଗ୍ରାମକୁ ନିଖୋଜ ନାବାଳକ ଫେରିଛନ୍ତି । ଉଦ୍ଧାର ପାଇଁ ହରିୟାଣା ଯାଇଥିଲା ନବରଙ୍ଗପୁର ପୁଲିସର ସ୍ୱତନ୍ତ୍ର ଟିମ୍ । ହରିଆଣା ପୁଲିସ ଓ ଢ଼ାବା ମାଲିକ ନିଖୋଜ ନାବାଳକକୁ ନବରଙ୍ଗପୁର ପୁଲିସକୁ ହସ୍ତାନ୍ତର କରିଥିଲେ । ଗତ କିଛି ଦିନ ପୂର୍ବେ ନବରଙ୍ଗପୁର ସୋସିଆଲ ମିଡ଼ିଆରେ ଜଣେ ନାବାଳକକୁ ଏକ ଢ଼ାବାରେ ଟ୍ରକ୍ ଡ୍ରାଇଭର ଜଣକ ଛାଡ଼ି ପଳାଇଥିବା ଭିଡିଓ ଭାଇରାଲ୍ ହୋଇଥିଲା । ନାବାଳକ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ଖପରାଢ଼ିହି ଗ୍ରାମର ପ୍ରଦୀପ ବୋଲି ଜଣାପଡ଼ିଥିଲା । ପ୍ରଦୀପଙ୍କୁ ହରିୟଣାର ରେୱାଡ଼ି ଜିଲ୍ଲା ର ଗଡିବଲନି ଛକ ଜାତୀୟ ରାଜପଥ ୮ କଡ଼ରେ ସର୍ଜିତ୍ ଗୁଜ୍ଜର ଙ୍କ ହର୍ସୁ ଢ଼ାବାରେ ସୁରକ୍ଷତ ଭାବେ ନିଜ ପାଖରେ ଖାଦ୍ୟ ଖାଇବାକୁ ଦେଇ ନିଜ ପାଖରେ ରଖିଥିଲେ । କିଛି ଦିନ ପୂର୍ବେ ରାତି ରେ ପ୍ରାୟ ୧୧ଟାରେ କେହି ଟ୍ରକ୍ ଡ଼୍ରାଇଭର ଉକ୍ତ ଢ଼ାବାରେ ଛାଡି ଚାଲିଯାଇଥିଲା । ନାବାଳକ ଜଣକ ନିଜ ର ନାମ ପ୍ରଦୀପ ବୋଲି କହିବା ସହ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅଞ୍ଚଳର ଖପରାଢ଼ିହି ଗ୍ରାମର ବୋଲି କହିଛନ୍ତି । ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକ ପୁରୁଷୋତ୍ତମ ଦାସ ସୂଚନା ପାଇବା ପରେ ବ୍ୟକ୍ତିଗତ ଭାବେ ଢ଼ାବା ମାଲିକଙ୍କ ସହ କଥା ହୋଇ ନାବାଳକକୁ ସୁରକ୍ଷିତ ଭାବେ ନିଜ ପାଖରେ ରଖିବାକୁ କହିଥିଲେ ଏବଂ ନାବାଳକକୁ ଉଦ୍ଧାର କରିବାକୁ ସମସ୍ତ ପ୍ରସ୍ତୁତି କରିଥିଲେ । ନବରଙ୍ଗପୁର ରୁ ଏକ ଟିମ୍ ଯାଇ ନାବାଳକକୁ ଉଦ୍ଧାର କରିଥିଲେ । ଏନେଇ ଜିଲ୍ଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀରେ ଏସପି ପୁରୁଷୋତ୍ତମ ଦାସ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking