27.1 C
Bhubaneswar
Thursday, April 25, 2024
Homeଓଡିଶା୧୬୦୦ କିଲୋମିଟରର ସାଇକେଲ ଯାତ୍ରା କରି ଗାଁ'କୁ ଫେରିଲେ ପ୍ରବାସୀ ଓଡିଆ

୧୬୦୦ କିଲୋମିଟରର ସାଇକେଲ ଯାତ୍ରା କରି ଗାଁ'କୁ ଫେରିଲେ ପ୍ରବାସୀ ଓଡିଆ

ଖୋର୍ଦ୍ଧା : ଜୀବନ ବଞ୍ଚାଇବା ପାଇଁ ସାଇକେଲରେ ୧୬୦୦ କିଲୋମିଟ ଯାତ୍ରା କରିଛନ୍ତି ପାଞ୍ଚ ଜଣ ପ୍ରବାସୀ ଓଡିଆ । ସେମାନେ ସୁରଟର ଭେଣ୍ଡାନ ସହରରୁ ସାଇକେଲରେ ବାହାରି ଆସି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକ ଦେଉଳି ପଞ୍ଚାୟତରେ ପହଞ୍ଚିଛନ୍ତି । ପ୍ରବାସୀ ଓଡିଆମାନେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଓ ପୁରୀ ଜିଲ୍ଲା କଣାସ ଅଞ୍ଚଳର । ସେମାନେ ସୁରତର ଭେଣ୍ଡାନ ସହରରେ ଏକ ସୁତା ମିଲରେ ରହି କାମ କରୁଥିଲେ । କିନ୍ତୁ ଲକ୍‌ଡାଉନ୍ ପରେ ସେମାନେ ସୁରଟରେ ରହିଯାଇଥିଲେ। ଲକଡାଉନ ପାଇଁ ସୂତା ମିଲ୍ ବନ୍ଦ ହୋଇଯିବାରୁ ପାଖରେ ଥିବା ଟଙ୍କାରେ କିଛି ଦିନ ଚଳି ଯାଇଥିଲେ । ହେଲେ ଟଙ୍କା ସରିଯିବା ପରେ ନା ଦରମା ମିଳିଲା ନା ଖାଇବାକୁ । ସେମାନଙ୍କ ପାଖ ପଡ଼ିଶା ଘରେ କରୋନା ଆକ୍ରାନ୍ତ ବାହାରିଲା ପରେ ଡ଼ରି ଯାଇଥିଲେ ସେମାନେ ଆଉ ଘରକୁ ଫେରିବାକୁ ନିଷ୍ପତ୍ତି ନେଲେ। ହେଲେ ବସ୍ କି ଟ୍ରେନରେ ଆସିଲେ ସଂକ୍ରମଣର ଭୟ ଥିବାରୁ ନିଜ ସାଇକେଲରେ ସୁଦୂର ସୁରତରୁ ନିଜ ଗାଁ ଅଭିମୁଖେ ବାହାରିଥିଲେ। ୧୦ ଦିନ ସାଇକେଲରେ ଯାତ୍ରା କରି ମଙ୍ଗଳବାର ବେଗୁନିଆରେ ଅଂଚଳରେ ପହଞ୍ଚିବା ପରେ କିଛି ସମାଜସେବୀ ସେମାନଙ୍କୁ ଖାଇବା ପିଇବା ଦେଇ ସରକାରୀ କ୍ଵାରେଣ୍ଟିନ୍‌ରେ ରଖିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking