25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶମଝି ଆକାଶରେ ଯାତ୍ରୀଙ୍କୁ ହାର୍ଟଆଟାକ

ମଝି ଆକାଶରେ ଯାତ୍ରୀଙ୍କୁ ହାର୍ଟଆଟାକ

ଅହମ୍ମଦାବାଦ : ଅହମ୍ମଦାବାଦରୁ ଦୁବାଇ ଯାଉଥିବା ସ୍ପାଇସଜେଟ ବିମାନରେ ଯାତ୍ରୀଙ୍କୁ ହାର୍ଟଆଟାକ୍‌ । ୨୭ ବର୍ଷୀୟ ଯୁବକଙ୍କୁ ହୃଦଘାତ ହେବା ପରେ ବିମାନଟିକୁ ପାକିସ୍ତାନର କରାଚୀରେ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା । ଫଳରେ ଯାତ୍ରୀଙ୍କୁ ସଠିକ ସମୟରେ ଚିକିତ୍ସା ମିଳିବାରୁ ଜୀବନ ବଞ୍ଚିଯାଇଥିଲା । ଏୟାରଲାଇନ୍ସ ମୁତାବକ, ସ୍ପାଇସଜେଟର ବୋଇଂ- ୭୩୭ ବିମାନ ଅହମ୍ମଦାବାଦରୁ ଦୁବାଇ ଅଭିମୁଖେ ଉଡ଼ାଣ ଭରିଥିଲା । ମାତ୍ର ମଝି ଆକାଶରେ ଜଣେ ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ୍‌ ବିଗିଡି ଯାଇଥିଲା । ତାଙ୍କୁ ତୁରନ୍ତ ମେଡିକାଲ ଚିକିତ୍ସାର ଆବଶ୍ୟକତା ପଡିଥିବାରୁ ବିମାନକୁକରାଚୀ ସ୍ଥିତ ଜିନ୍ନା ଆନ୍ତରାଷ୍ଟ୍ରୀୟ ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇଥିଲା । ତୁରନ୍ତ ୨୭ ବର୍ଷୀୟ ଯାତ୍ରୀ ଧାରବାଲଙ୍କୁ ମେଡିକାଲ ସହାୟତା ଯୋଗାଇ ଦିଆଯିବାରୁ ସେ ସୁସ୍ଥ ଅନୁଭବ କରିଥିଲେ। ଏହାପରେ ବିମାନଟି ଉକ୍ତ ଯାତ୍ରୀଙ୍କୁ ଧରି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଉଡ଼ାଣ ଭରିଥିଲା । ସୂଚନାଯୋଗ୍ୟ, ଏହା ପୂର୍ବରୁ ନଭେମ୍ବର ୨୩ରେ ହାଇଦ୍ରାବାଦରୁ ଉଡ଼ାଣ ଆରମ୍ଭ କରିଥିବା ଏକ ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇ ଯାଇଥିଲା । ଏହାପରେ ପାକିସ୍ତାନର କରାଚୀରେ ବିମାନର ଆପାତକାଳୀନ ଲ୍ୟାଣ୍ଡିଂ କରାଯାଇଥିଲା । ତୁରନ୍ତ ତାଙ୍କୁ ହସପିଟାଲରେ ଆଡମିଟ୍‌ କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପୂର୍ବରୁ ମୁମ୍ବାଇରୁ ରାଞ୍ଚି ଯାଉଥିବା ଇଣ୍ଡିଗୋ ବିମାନରେ ଯାତ୍ରୀଙ୍କ ମେଡିକାଲ ଏମରଜେନ୍ସୀ କାରଣରୁ ନାଗପୁରରେ ଜରୁରୀକାଳୀନ ଲ୍ୟାଣ୍ଡିଂ କରାଯାଇଥିଲା । ଏହାପରେ ଯାତ୍ରୀଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking