25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶଇନଷ୍ଟାଗ୍ରାମରେ ଐଶ୍ୱର୍ଯ୍ୟାଙ୍କୁ ଅନ୍‌ଫଲୋ କଲେ ଅମିତାଭ ବଚ୍ଚନ

ଇନଷ୍ଟାଗ୍ରାମରେ ଐଶ୍ୱର୍ଯ୍ୟାଙ୍କୁ ଅନ୍‌ଫଲୋ କଲେ ଅମିତାଭ ବଚ୍ଚନ

ମୁମ୍ଵାଇ : ବିଗ୍‌ବି ଅମିତାଭ ବଚ୍ଚନଙ୍କ ଘରେ ସବୁକିଛି ଠିକ୍‌ ଚାଲିନାହିଁ। କିଛି ଦିନ ଧରି ପୁଅ ତଥା ଅଭିଷେକ ବଚ୍ଚନ ଏବଂ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କରେ ଫାଟ ନେଇ ଖବର ଶୁଣିବାକୁ ମିଳୁଛି। ଏମିତିକି ନିକଟରେ ଅଭିଷେକଙ୍କ ଆଙ୍ଗୁଠିରେ ବିବାହର ମୁଦି ଦେଖିବାକୁ ମିଳିନଥିଲା । ଯାହା ପରେ ଅଲଗା ହେବାର ଖବର ତୀବ୍ର ହେବାରେ ଲାଗିଲା । ଏବେ ଅମିତାଭ ବୋହୂ ସୋସିଆଲ ମିଡିଆରେ ଅନ୍‌ଫଲୋ କରିବା ଘଟଣା ଚର୍ଚ୍ଚାକୁ ବଢ଼ାଇଛି।

ବର୍ତ୍ତମାନ ସୋସିଆଲ ମିଡିଆରେ କ’ଣ ଆଲୋଚନା ହେଉଛି ତାହା ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କୁହାଯାଉଛି କି ଇନଷ୍ଟାଗ୍ରାମରେ ଅମିତାଭଙ୍କ ଫଲୋଇଂ ତାଲିକାରେ ଐଶ୍ୱର୍ଯ୍ୟା ନାହାନ୍ତି। ସେ ତାଙ୍କୁ ଫଲୋ କରୁ ନାହାନ୍ତି। ତାଙ୍କୁ ଅନଫଲୋ କରିଦେଇଛନ୍ତି। ରେଡ୍ଡିଟ୍‌ରେ ଏବେ ଏକ ପୋଷ୍ଟ ଭାଇରାଲ ହେଉଛି। ଯେଉଁଥିରେ ଦର୍ଶାଯାଇଛି ଯେ ବିଗ୍ ବି ଐଶ୍ୱର୍ଯ୍ୟାଙ୍କୁ ଫଲୋ କରୁନାହାଁନ୍ତି। ତେବେ କିଛି ୟୁଜର୍ସ ଏହି ପୋଷ୍ଟରେ କମେଣ୍ଟ ଦେଇଛନ୍ତି ଯେ ଐଶ୍ୱର୍ଯ୍ୟା ଏବଂ ଅମିତାଭ ପରସ୍ପରକୁ କେବେ ଫଲୋ କରୁନାହାଁନ୍ତି। ଅନ୍ୟ ଜଣେ ଲେଖିଛନ୍ତି ଯେ ପ୍ରକୃତରେ ସେମାନଙ୍କ ମଧ୍ୟରେ ମତଭେଦ ହୋଇଛି କି? ଏମିତିରେ ବଚ୍ଚନ ପରିବାରର ପୁଅ-ବୋହୂ ଅଲଗା ହେବାକୁ ଯାଉଥିବା ନେଇ କୁହାଯାଉଛି। ହେଲେ ଏପର୍ଯ୍ୟନ୍ତ ପରିବାର ସଦସ୍ୟଙ୍କ ଠାରୁ ଏ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ।

କହିବାକୁ ଗଲେ ଯେ ଅଭିଷେକ ବଚ୍ଚନଙ୍କ ବ୍ୟତୀତ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ଜନ୍ମଦିନରେ କେହି ଶୁଭେଚ୍ଛା ଜଣାଇ ନାହାଁନ୍ତି। ବିଗ୍ ବିଙ୍କ ଜନ୍ମଦିନରେ ଐଶ୍ୱର୍ଯ୍ୟା ତାଙ୍କ ଶ୍ୱଶୁର ଏବଂ ଝିଅ ଆରାଧ୍ୟାଙ୍କ ସହ ଏକ ଫଟୋ ସେୟାର କରିଥିଲେ ଏବଂ ଏଥିରେ ଶ୍ୱେତା, ନବ୍ୟା, ଅଗସ୍ତ୍ୟ ଏବଂ ଜୟାଙ୍କୁ କ୍ରପ୍ କରିଥିଲେ। ବର୍ତ୍ତମାନ ଏହି ଖବର ଚର୍ଚ୍ଚାର ବିଷୟ ପାଲଟିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking