24.1 C
Bhubaneswar
Monday, May 13, 2024
Homeଦେଶ ବିଦେଶପୁଣି ବଡ ଧରଣର ଛଟେଇ କରିପାରେ ମେଟା, ଶତାଧିକ କର୍ମଚାରୀ ହରାଇବେ ଚାକିରି

ପୁଣି ବଡ ଧରଣର ଛଟେଇ କରିପାରେ ମେଟା, ଶତାଧିକ କର୍ମଚାରୀ ହରାଇବେ ଚାକିରି

ୱାଶିଂଟନ୍‌: ପୁଣି ଛଟେଇ କରିବ ଫେସ୍‌ବୁକ୍ ପ୍ୟାରେଣ୍ଟ କମ୍ପାନୀ ମେଟା । ଆସନ୍ତା କିଛି ମାସ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ କମ୍ପାନୀ ଛଟେଇ କରିବାକୁ ଯୋଜନା କରୁଛି । ଏନେଇ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ କରିଛି । ପୂର୍ବ ବର୍ଷ ଯେଉଁ ଅନୁପାତରେ ଛଟେଇ କରାଯାଇଥିଲା ଏଥର ମଧ୍ୟ ସେହିପରି ଛଟେଇ କରାଯିବ । ରିପୋର୍ଟ ଅନୁସାରେ ମୋଟ କର୍ମଜୀବୀଙ୍କ ମଧ୍ୟରୁ ୧୩ ପ୍ରତିଶତ ପ୍ରଭାବିତ ହୋଇପାରନ୍ତି । ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଶୁକ୍ରବାର କରିଥିବା ରିପୋର୍ଟ ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଯେଉଁମାନେ ଚାକିରି ହରାଇବେ ସେମାନଙ୍କ ନାମ ଆସନ୍ତା ସପ୍ତାହ ମଧ୍ୟରେ ଘୋଷଣା କରାଯିବ ଏବଂ ନନ୍‌-ଇଞ୍ଜିନିୟରିଂ କ୍ଷେତ୍ରରେ ଥିବା କର୍ମଜୀବୀ ଏଥିରେ ଅଧିକ ପ୍ରଭାବିତ ହେବେ ।

କେତେକ ପ୍ରୋଜେକ୍ଟ ଏବଂ ଟିମ୍ ମଧ୍ୟ ବନ୍ଦ ହୋଇପାରେ ବୋଲି ଆଶା କରାଯାଉଛି । ଗତ ବର୍ଷ ମେଟା ପ୍ରାୟ ୧୧ହଜାର କର୍ମଚାରୀ ଅର୍ଥାତ୍ ପ୍ରାୟ ୧୩ ପ୍ରତିଶତ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଥିଲା । ଚଳିତ ବର୍ଷ ମଧ୍ୟ ସମାନ ସଂଖ୍ୟକ କର୍ମଚାରୀ ହ୍ରାସ ପାଇବେ ବୋଲି ଆଶା କରାଯାଉଛି । ମେଟା ମୁଖ୍ୟ କାର୍ଯ୍ୟନିର୍ବାହୀ ମାର୍କ ଜୁକରବର୍ଗ ଏହା ପୂର୍ବରୁ କହିଥିଲେ ଯେ, ୨୦୨୩ ମେଟାର ଦକ୍ଷତାର ବର୍ଷ ହେବ ଏବଂ କମ୍ପାନୀରେ କିଛି ପ୍ରୋଜେକ୍ଟ ବନ୍ଦ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମଧ୍ୟ ଛଟେଇ ହୋଇପାରେ ବୋଲି ଆଶଙ୍କା କରାଯାଉଥିଲା, ଯାହା ଆଗକୁ ସତ ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking