29.1 C
Bhubaneswar
Monday, March 30, 2026
Homeଦେଶ ବିଦେଶମଣିଷ ଜୀବନ ପ୍ରତି ବିପଦଜନକ ‘ପାରା ମଳ’

ମଣିଷ ଜୀବନ ପ୍ରତି ବିପଦଜନକ ‘ପାରା ମଳ’

ନୂଆଦିଲ୍ଲୀ: ପାରା ଅତ୍ୟନ୍ତ ସୁନ୍ଦର ପକ୍ଷୀକୁ ନିଜ ଘରେ ପାଳିବାକୁ ଅନେକ ଲୋକ ପସନ୍ଦ କରନ୍ତି। ସେହିପରି କିଛି ଖୋଲା ସ୍ଥାନରେ ଠୁଳ ହେଉଥିବା ପାରାଙ୍କୁ ଲୋକେ ଦାନା ମଧ୍ୟ ଖାଇବାକୁ ଦେବାକୁ ପସନ୍ଦ କରନ୍ତି। କିନ୍ତୁ ଏହି ପାରା ମଣିଷ ଜୀବନ ପ୍ରତି କେତେ ମାତ୍ରାରେ ବିପଦକୁ ଆମନ୍ତ୍ରଣ କରିପାରେ ସେସମ୍ପର୍କରେ ହୁଏତ ଖୁବ୍ କମ୍ ଲୋକେ ଜାଣିଥିବେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ ପାରା ଖୋଲାରେ କରୁଥିବା ମଳତ୍ୟାଗ ମଣିଷଙ୍କ ସ୍ୱାସ୍ଥ୍ୟପାଇଁ ଅତ୍ୟନ୍ତ ବିପଦଜନକ। ପାଣି ହେଉ କିମ୍ବା ପବନ, ଶୁଖିଳା ପାରା ମଳର କଣିକାଗୁଡ଼ିକ ଏସବୁ ମାଧ୍ୟମରେ ମଣିଷର ଶ୍ୱାସକ୍ରିୟାରେ ସେମାନଙ୍କ ଫୁସଫୁସ୍ ପର୍ଯ୍ୟନ୍ତ ପହଞ୍ôଚଯାଇଥାଏ। ଯାହାଫଳରେ ଫୁସ୍‌ଫୁସ୍ ଗୁରୁତର ଭାବେ କ୍ଷତିଗ୍ରସ୍ତ ହେବା ଆରମ୍ଭ କରିଥାଏ।

ଦିଲ୍ଲୀ ସରକାରଙ୍କୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍‌ଜିଟି) ପକ୍ଷରୁ ଏକ କଡା ନିର୍ଦ୍ଦେଶ ଆସିବା ପରେ ପାରା ମଳକୁ ନେଇ ରହିଥିବା ସ୍ୱାସ୍ଥ୍ୟ ସଂକଟ ଉପରେ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ଏନେଇ ଏନ୍‌ଜିଟି ଦିଲ୍ଲୀ ସରକାରଙ୍କୁ ଏକ ନୋଟିସ୍ ମଧ୍ୟ ଜାରି କରିଛନ୍ତି ଏବଂ ସାର୍ବଜନୀନ ସ୍ଥାନରେ ପାରା ମଳ ଜମା ହେବା ଦ୍ୱାରା ସୃଷ୍ଟି ହେଉଥିବା ସ୍ୱାସ୍ଥ୍ୟ ବିପଦକୁ ସମାଧାନ କରିବାକୁ କହିଛନ୍ତି। ଏଥିସହ ପାରା ମଳ ଯୋଗୁ ହେଉଥିବା ଗମ୍ଭୀର ଫୁସଫୁସ ରୋଗ ଏବଂ ଏହା ସହିତ ଜଡିତ ଅନ୍ୟାନ୍ୟ ରୋଗ ସମ୍ପର୍କରେ ଏକ ସୁବିସ୍ତୃତ ବିଶେଷଜ୍ଞ ରିପୋର୍ଟ ଆସନ୍ତା ୮ ଅକ୍ଟୋବର, ୨୦୨୫ ସୁଦ୍ଧା ଦାଖଲ କରିବାକୁ ମଧ୍ୟ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ ପାରା ମଳ ନିଶ୍ଚିତ ରୂପେ ପିଲା ଏବଂ ବୟସ୍କଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିଥାଏ। ଅନ୍ୟ ପକ୍ଷୀଙ୍କ ତୁଳନାରେ ପାରା ମଳରେ ଏକ ପ୍ରକାର ବିଷାକ୍ତ କେମିକାଲ ମଧ୍ୟ ନିର୍ଗମନ ହୋଇଥାଏ ଯାହାକି ମଣିଷଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦକୁ ଆହ୍ୱାନ କରିବା ଭଳି ହୋଇଥାଏ। ପକ୍ଷୀ ମଳର ସଂସ୍ପର୍ଶରେ ଆସିବା ଦ୍ୱାରା ହେଉଥିବା ଏକ ଗୁରୁତର ଫୁସ୍‌ଫୁସ୍ ରୋଗ, ଅତିସହଜ ସମ୍ବେଦନଶୀଳତା ନିମୋନାଇଟିସ୍‌, ଏକ ପ୍ରମୁଖ ଚିନ୍ତାର ବିଷୟ ବୋଲି ବିଶେଷଜ୍ଞମାନେ ଉଲ୍ଲେଖ କରିଛନ୍ତି। ଯଦି ଦୀର୍ଘକାଳୀନ ଭାବରେ, ପାରା ମଳରେ ମିଳୁଥିବା ଜୀବାଣୁ ସଂସ୍ପର୍ଶରେ କେହି ଆସନ୍ତି ତେବେ ତାଙ୍କ ଠାରେ ଫୁସଫୁସରେ କ୍ଷତ ଏବଂ ଶ୍ୱାସକ୍ରିୟାରେ ଅସୁବିଧା ଭଳି ସମସ୍ୟା ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହିଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking