29.1 C
Bhubaneswar
Thursday, April 24, 2025
Homeଓଡିଶାମାସିକ ଋତୁସ୍ରାବରେ ପେଟ ଯନ୍ତ୍ରଣା :  ଆପଣାନ୍ତୁ ଏହି ଉପାୟ       

ମାସିକ ଋତୁସ୍ରାବରେ ପେଟ ଯନ୍ତ୍ରଣା :  ଆପଣାନ୍ତୁ ଏହି ଉପାୟ       

ଭୁବନେଶ୍ୱର : ମହିଳା ହୁଅନ୍ତୁ ବା ଝିଅ , ଅନେକ ସମୟରେ  ମାସିକ ଋତୁସ୍ରାବ ପୂର୍ବରୁ  ପେଟ ଯନ୍ତ୍ରଣା ଏବଂ କ୍ରାମ୍ପ  ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ଏକ ଗବେଷଣାରୁ ଜଣାପଡିଛି ଯେ ଏହି ସମୟରେ  ଖାଦ୍ୟ ଠିକ ଭାବରେ ଖାଇବା ଦ୍ୱାରା   ଯନ୍ତ୍ରଣା କମିଥାଏ । ଏଠାରୁ ମୁକ୍ତି ପାଇବା ପାଇଁ କିଛି ଜଣ ମେଡିସିନ ଖାଇଥାନ୍ତି ଯାହାକି ଶରୀରରେ ସାଇଡ ଇଫେକ୍ଟ ପଡିଥାଏ । କିନ୍ତୁ ଅପରି ପକ୍ଷ ଘରେ  ଏହାର ଉପଚାର ମଧ୍ୟ କରିହେବ ।  ଘରୋଇ ହର୍ବାଲ ଚା ପିଇବା ଦ୍ୱାରା  ଏହି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।
ଅଦା ଚା , ଯାହାକି ପେଟ ସମସ୍ୟାରୁ ମୁକ୍ତି ଦେଇଥାଏ ।  ସେହିପରି ଡାଲଚିନି ଚା , ଏଥିରେ ରହିଛି  ଆଣ୍ଟି ଇନଫ୍ଲେମୋଟୋରୀ ।  ଋତୁସ୍ରାବ ସମୟରେ କ୍ରାମ୍ପ ନହେବା ପାଇଁ  ଡାଲଚିନିକୁ ବ୍ୟବହାର କରାଯାଇଥାଏ ।  ହଳଦୀ ତିଆରି ଚା ପିଇବା ଦ୍ୱାରା  ହରମୋନ ସ୍ତରକୁ ସନ୍ତୁଳିତ କରିଥାଏ । ପାନମହୁରି ଚା ମାସିକ ଋତୁସ୍ରାବ ଯନ୍ତ୍ରଣା କମ କରିବାରେ ମଧ୍ୟ ସାହାଯ୍ୟ କରେ। ପାନମହୁରୀ ଚା’ରେ ଫାଇଟୋଏଷ୍ଟ୍ରୋଜେନ୍ ଥାଏ ଯାହା ଗର୍ଭାଶୟ ମାଂସପେଶୀକୁ ଆରାମ ଦେବାରେ ସାହାଯ୍ୟ କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking