26.1 C
Bhubaneswar
Sunday, April 6, 2025
Homeଦେଶ ବିଦେଶକୋଭିଡ୍ ଡ୍ୟୁଟିରେ ସାମିଲ୍ ହେବେ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀ

କୋଭିଡ୍ ଡ୍ୟୁଟିରେ ସାମିଲ୍ ହେବେ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : କୋଭିଡ୍ ଡ୍ୟୁଟିରେ ସାମିଲ୍ ହେବେ ଏମ୍‌ବିବିଏସ୍‌ ଶେଷ ବର୍ଷ ଛାତ୍ରଛାତ୍ରୀ। ନର୍ସିଂ ଛାତ୍ରଛାତ୍ରୀଙ୍କୁ ମଧ୍ୟ କୋଭିଡ୍ ଡ୍ୟୁଟିରେ ସାମିଲ କରାଯିବ ବୋଲି ସୂଚନା ମିଳିଛି। ନିୟୋଜିତ ଛାତ୍ରଛାତ୍ରୀଙ୍କୁ ସରକାରୀ ନିଯୁକ୍ତିରେ ଅଗ୍ରାଧିକାର ସହ ମିଳିବ ପ୍ରୋତ୍ସାହନ ରାଶି। ତେବେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ପରେ ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି। ଗୋଟିଏ ପରେ କରୋନା ନିଜର କାୟା ବିସ୍ତାର କରୁଥିବା ବେଳେ ଏମ୍‌ବିବିଏସ୍‌ ଶେଷ ବର୍ଷ ଛାତ୍ରଛାତ୍ରୀ ଓ ନର୍ସିଂ ଛାତ୍ରଛାତ୍ରୀଙ୍କୁ କରୋନା ଡ୍ୟୁଟିରେ ନିୟୋଜିତ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଆଜି ଦେଶରେ ୨୪ ଘଂଟାରେ ଦେଶରେ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୩ ଲକ୍ଷ ୯୨ ହଜାର ୪୮୮ ଜଣ ନୂଆ ସଂକ୍ରମିତ ଚିହ୍ନଟ। ଏହାକୁ ମିଶାଇ ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୫ ଲକ୍ଷ ୫୭ ହଜାର ୪୫୭କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking