20.1 C
Bhubaneswar
Thursday, January 16, 2025
Homeଓଡିଶାଏମ୍‌ବିବିଏସ୍ ଓ ବିଡିଏସ୍ ନାମଲେଖା; ଆରମ୍ଭହେଲା ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜୀକରଣ

ଏମ୍‌ବିବିଏସ୍ ଓ ବିଡିଏସ୍ ନାମଲେଖା; ଆରମ୍ଭହେଲା ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜୀକରଣ

ଭୁବନେଶ୍ୱର:   ଓଜେଇଇ ପକ୍ଷରୁ ରାଜ୍ୟର ବିଭିନ୍ନ ମେଡିକାଲ୍ କଲେଜରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି । ଆସନ୍ତା ୧୭ ତାରିଖ ମଧ୍ୟରେ ପଞ୍ଜୀକରଣ କରିବାକୁ ଥିବାବେଳେ ୧୯ତାରିଖରେ ମେଧା ତାଲିକା ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ୪୫୨ଟି ସିଟ୍ ବଳକା ରହିଛି । ଓଜେଇଇ ଏନେଇ ତାଲିକା ପ୍ରକାଶ କରିଥିବାବେଳେ ବଲାଙ୍ଗିର ମେଡିକାଲ୍ କଲେଜରେ ୪ଟି, ଏମ୍‌କେସିଜିରେ ୨୪ଟି, ବାରିପଦାରେ ୮, ଏସ୍‌ସିବିରେ ୮୮, କୋରାପୁଟରେ ୧୦, ବୁର୍ଲାରେ ୧୬, ପୁରୀରେ ୩, କେନ୍ଦୁଝର ୬, ସୁନ୍ଦରଗଡ଼ ୯, ଭବାନୀପାଟଣା ୪ ଓ ଏସ୍‌ସିବି ଡେଣ୍ଟାଲ କଲେଜରେ ୨୭ଟି ସିଟ୍ ଖାଲି ପଡ଼ିଛି ।

ସେହିପରି ଡ୍ରିମ୍ସରେ ୫୩ଟି, ହାଇଟେକ୍ ଏମ୍‌ବିବିଏସ୍‌ରେ ୫୨ଟି ଓ ହାଇଟେକ୍ ଡେଣ୍ଟାଲରେ ୯୭ଟି ସିଟ୍ ବଳକା ରହିଛି । ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ୧୬୨୫ ଏମ୍‌ବିବିଏସ୍ ଓ ୧୩୧ଜଣ ବିଡିଏସ୍ ପିଲାଙ୍କୁ ଚୟନ କରାଯାଇ ଥିବାବେଳେ ୧୩୬୯ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking