ମୟୂରଭଞ୍ଜ- ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅସ୍ଥାୟୀ କର୍ମଚାରୀ କାର୍ଯ୍ୟସ୍ଥଳରୁ ଅଚେତ ଅବସ୍ଥାରେ ଉଦ୍ଧାର। ଡାକ୍ତରଖାନାରେ ଭର୍ତ୍ତି। ସ୍ୱାସ୍ଥ୍ୟ ପରୀକ୍ଷା କରି ମୃତ ଘୋଷଣା କଲେ ଡାକ୍ତର। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ବରହେଇପାଣି ରେଞ୍ଜର ତୁଳସୀବଣୀ ଗେଟ ନିକଟ ଚାଡିରିପାହାଡ଼ ନିକଟରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିବା ଅସ୍ଥାୟୀ ନିଆଁଲିଭା କର୍ମଚାରୀ ବିର କିଶୋର ସିଂଙ୍କ ମୃତ୍ୟୁ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ବୀରକିଶୋର ଆଜି ନିଆଁ ଲିଭା କାର୍ଯ୍ୟରେ ଚାଡିରିପାହାଡ଼ ପାହାଡ଼ରେ ନିୟୋଜିତ ଥିଲେ। ନିଆଁ ଲିଭାଉ ଥିବା ବେଳେ କୌଣସି କାରଣରୁ ଏକ ଗଛ ମୁଳରେ ଅଚେତ ହୋଇ ପଡିଯାଇଥିଲେ। ସହକର୍ମୀମାନେ ବୀରକିଶୋରଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଯଶିପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ ଘଷଣା କରିଥିଲେ ।ତେବେ ମୃତ୍ୟୁ କାରଣ ଅସ୍ପଷ୍ଟ ଥିବା ବେଳେ ଯଶିପୁର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟକୁ ପଠାଇଛି । ତେବେ ଜଣେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିବା ଯୁବକଙ୍କ ଏପରି ମୃତ୍ୟୁର କାରଣ କଣ ହୋଇ ଥାଇପାରେ ? ମୃତ୍ୟୁର କାରଣ ଅତ୍ୟଧିକ ଗରମ କିମ୍ବା କୌଣସି ବିଷାକ୍ତ କୀଟ ଆକ୍ରମଣ କରିଥିବା ଅନୁମାନ କରୁଥିଲେ ବି ବନଭିବାଗ କହୁଛି ବୀରକିଶୋର ଭାତ ଖାଉଥିବା ବେଳେ ହଠାତ ଓଲଟି ପୋଡି ମୃତ୍ୟୁ ବରଣ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କୌଣସି ସଠିକ ତଥ୍ୟ ମିଳି ନ ଥିଲେ ବି ଶବ ବ୍ୟବଚ୍ଛେଦ ପରେ ହିଁ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ପୋଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାଯାଏ।