27.8 C
Bhubaneswar
Friday, April 19, 2024
Homeଓଡିଶାଅନ୍ୱେଷଣ ଥିଏଟର ଗ୍ରୁପ ର ବୈଠକ

ଅନ୍ୱେଷଣ ଥିଏଟର ଗ୍ରୁପ ର ବୈଠକ

ଯାଜପୁର: ଅନ୍ୱେଷଣ ଥିଏଟର ଗ୍ରୁପ ଯାଜପୁର ପକ୍ଷରୁ ଆଜି ଏହାର ସପନପୁର କାର୍ଯ୍ୟଳୟ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସହ ଅନୁଷ୍ଠାନ ର ଶିଶୁ କଳାକାର ଐଶ୍ୱରୟା ସାହୁ ଙ୍କ ର ଦଶମ ବାର୍ଷିକୀ ଜନ୍ମ ଦିନ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଅଞ୍ଚଳର ଶିଶୁ ମାନଙ୍କୁ ମିଷ୍ଟାନ ବଣ୍ଟନ କରାଯିବା ସହ ତାର ଉତ୍ତର ତୋର କାମନା କରାଯାଇଛି ।
ନୂତନ କରି ଅନୁଷ୍ଠାନ ସହ ସାମିଲ ହୋଇଥିବା ଦଶରଥପୁର ଅଞ୍ଚଳର ସାମ୍ବାଦିକ ତଥା ଯୁବ କଳାକାର ଶ୍ରୀ ଧର୍ମେନ୍ଦ୍ର ବାରିକ , ଯୁବ କଣ୍ଠଶିଳ୍ପୀ ସୌମେନ୍ଦ୍ର ମହାରଣ୍ୟ ,ଧନଞ୍ଜୟ ନାୟକ ଙ୍କୁ ଆନୁଷ୍ଠାନିକ ଭାବେ ପୁଷ୍ପ ଗୁଛ ପ୍ରଦାନ କରାଯାଇ ଅନୁଷ୍ଠାନ ରେ ମିଶ୍ରଣ କରାଯାଇଥିଲା।
ଏହି ମିଶ୍ରଣ କୁ ଯାଜପୁର ଜିଲ୍ଲା ବିଜୁ କଳାକାର ସଙ୍ଘ ସଭାପତି,ବରିଷ୍ଠ ସାମ୍ବାଦିକ ଶ୍ରୀ ହରିହର ସ୍ଵାଇଁ , ଅନ୍ୱେଷଣ ଗ୍ରୁପ ଉପଦେଷ୍ଟା ଓ ବରିଷ୍ଠ ସାମ୍ବାଦିକ ତପନ ମହାରଣ୍ୟଶର୍ମା , ମିଡିଆ ସେଲ ଅଧ୍ୟକ୍ଷ,ସାମ୍ବାଦିକ ସୁରେଶ କର , ଡେଭଲପ ମେଣ୍ଟ କମିଟି ଅଧ୍ୟକ୍ଷ ଡ଼ ଚିତ୍ତରଞ୍ଜନ ମହାନ୍ତି , ସଭାପତି ବୃନ୍ଦାବନ ମିଶ୍ର , ସମ୍ପାଦକ ଅଭିମନ୍ୟୁ ମିଶ୍ର ଙ୍କ ସମେତ ସମସ୍ତ ସଦସ୍ୟ ସଦସ୍ୟା ସ୍ୱାଗତ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ସାଂସ୍କୃତିକ ସମ୍ପାଦକ ଶଙ୍କର ସାହୁ, ଇଛମୟୀ ଧଳ, ଉପେନ୍ଦ୍ର ଜେନା, ଧନଞ୍ଜୟ ପୃଷ୍ଟି, ବୈଦ୍ୟନାଥ ପଣ୍ଡା , ନିର୍ଦେଶକ ଅନିଲ ଜେନା , ପ୍ରସନ ବିଶ୍ୱାଳ , ସ୍ୱାତି ପଣ୍ଡା , ଲଷ୍ମୀପ୍ରିୟା ରାଉତ, ସୁକାନ୍ତ ନାୟକ ,ଭରତ ବେହେରା, ମୃତ୍ୟଞ୍ଜୟ ସାହୁ, ରଜନୀ ସାହୁ, ଭାବଗ୍ରାହୀ ମିଶ୍ର, ପ୍ରଭାତ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ ପରିଶେଷରେ କୁନି କଳାକାର ଐଶ୍ୱରୟା ନିଜର କଳା ପ୍ରଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking