35.1 C
Bhubaneswar
Monday, May 13, 2024
Homeଦେଶ ବିଦେଶଅସାଧାରଣ କ୍ଷମତାର ଅଧିକାରୀ ଏହି ଜୀବ

ଅସାଧାରଣ କ୍ଷମତାର ଅଧିକାରୀ ଏହି ଜୀବ

ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଏମିତି ଏକ ଜୀବ ବିଷୟରେ କହିବୁ ଯାହାର ଶରୀରର କୌଣସି ଅଙ୍ଗ ଭାଙ୍ଗିଗଲେ ପୁଣି ଫେରିଆସେ । ଏହା କୌଣସି ପ୍ରକାର ମିଛ ତଥ୍ୟ ନୁହେଁ । ନେଚର ମାଗାଜିନ ଏହି ଖବରକୁ ନିଜ ମାଗାଜିନରେ ପ୍ରକାଶିତ କରିଥିଲେ । ଏହା ସଂପୂର୍ଣ୍ଣ ଭାବରେ ସତ୍ୟ ଖବର । ବୈଜ୍ଞାନିକମାନଙ୍କ ନଜର ଏବେ ଏମିତି ଏକ ଜୀବ ଉପରେ ଅଛି ଯିଏ ମୃତ୍ୟୁ ପରେ ବି ପୁଣି ଜନ୍ମ ହୋଇପାରେ । ଝିଟିପିଟି ପରି ଦେଖାଯାଇଥିବା ଜୀବ ନିଜ ଅଙ୍ଗ ନଷ୍ଟ ହୋଇଯିବା ପରେ ପୁନଶ୍ଚ ସୃଷ୍ଟି କରିବାର ଅସାଧାରଣ କ୍ଷମତା ରଖନ୍ତି । ଏହି ଜୀବର ନାମ ହେଉଛି ମ୍ୟାଗଜିଗନ ଏକ୍ସୋଲଟଲ । ଏହାକୁ ମ୍ୟାକ୍ସିକୋ ହ୍ରଦରେ ଦେଖିବାକୁ ମିଳେ । ଏହି ଜୀବର ଏଭଳି କ୍ଷମତା ଦେଖିବା ପରେ ବୈଜ୍ଞାନିକମାନେ ଏହା ଉପରେ ଗବେଷଣା ଜାରି ରଖିଛନ୍ତି । ଏହା କିପରି ନିଜର ଭାଙ୍ଗିଯାଇଥିବା ଅଙ୍ଗକୁ ପୁନଃ ସୃଷ୍ଟି କରିପାରୁଛି ସେ ନେଇ ବୈଜ୍ଞାନିକମାନେ ଗବେଷଣା ଚଲାଇଛନ୍ତି । ହୁଏତ ବୈଜ୍ଞାନିକମାନଙ୍କୁ ଏଥିରୁ ସାହାଯ୍ୟ ମିଳିପାରେ । ଯାହାଦ୍ୱାରା ଜଣେ ମଣିଷ କ୍ଷେତ୍ରରେ ବି ଏମିତି ସମ୍ଭବ ହୋଇପାରିବ । ଏହି ଜୀବର ପ୍ରଜନନ କ୍ଷମତା କମ ରହିଥିଲେ ବି ଏହା ସହଜରେ ପ୍ରଜନନ କରିପାରେ । ଏମାନଙ୍କ କମ୍ ଥିବା କାରଣରୁ ବୈଜ୍ଞାନିକମାନେ ଏହାକୁ ନେଇ ଚିନ୍ତିତ ଅଛନ୍ତି । ମନୁଷ୍ୟଙ୍କ ଠାରୁ ବଡ ଜିନସମୂହ ଜିନମ ଏମାନଙ୍କ ଶରୀରରେ ଥିବା ବୈଜ୍ଞାନିକମାନେ ପାଇଛନ୍ତି । ଏମାନଙ୍କ ସଂଖ୍ୟାରେ ବୃଦ୍ଧି କୁ ନେଇ ଡାକ୍ତର ଏଲି ତନାକା କାମ କରୁଛନ୍ତି । କୋଷିକାର ଯେଉଁ ଅଙ୍ଗ ସାହାଯ୍ୟରେ ଏହା ପୁର୍ନଜନ୍ମ ହେଉଛି କିମ୍ବା ଏହା ଯେଉଁ ପ୍ରକ୍ରିୟା ଏହା ଉପରେ ସେ ଗବେଷଣା ଚଲାଇଛନ୍ତି । ତେବେ ଏହି ପୁର୍ନଜନ୍ମ ପ୍ରକ୍ରିୟାର ଯେଉଁ ବିସ୍ତାର ରହିଛି ଏହା କରିବା ପାଇଁ ଅନେକ ସମୟ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking