ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ଵାରା ସୂଚନା ମିଳିଛି କି, ଏପ୍ରିଲ ଶେଷ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ହେବ । ଦିନ ୧୨ଟାରେ ମାଟ୍ରିକ ପରୀକ୍ଷା ବିଷୟରେ ଗୁରୁତ୍ବପୂର୍ଣ୍ଣ ଘୋଷଣା କରି ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଏପ୍ରିଲ ୨୯ ତାରିଖରୁ ମେ ୬ ତାରିଖ ଯାଏଁ ଦଶମ ଶ୍ରେଣୀ ପରୀକ୍ଷା ହେବ । ଏଥର ମାଟ୍ରିକ୍ ପରୀକ୍ଷାଗୁଡ଼ିକ ପିଲା ପଢ଼ୁଥିବା ନିଜ ସ୍କୁଲରେ ଦେବେ । କିନ୍ତୁ, ପରୀକ୍ଷାର ପରିଚାଳନା ଦାୟିତ୍ୱରେ ଅନ୍ୟ ସ୍କୁଲର ଶିକ୍ଷକମାନେଙ୍କୁ ନିୟୋଜିତ କରାଯିବ ।
ଯେଉଁଠି ତାହା ସମ୍ଭବପର ହେବ ନାହିଁ ସେଠାରେ ପାଖ ସ୍କୁଲରେ ପିଲାମାନେ ପରୀକ୍ଷା ଦେଇପାରିବେ । ମହାମାରୀର ପ୍ରକୋପ କମିଥିବା ହେତୁଏଥର ଅଫଲାଇନ୍ ମୋଡରେ ମାଟ୍ରିକ ପରୀକ୍ଷା କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଏଥର ତିନୋଟି ପଦ୍ଧତିରେ ପରୀକ୍ଷାର ଫଳାଫଳ ନିର୍ଦ୍ଧାରଣ କରାଯିବ ବୋଲି ସେ କହିଛନ୍ତି ।