27.1 C
Bhubaneswar
Friday, September 20, 2024
Homeଦେଶ ବିଦେଶବ୍ରାଜିଲରେ ବଡ଼ ଧରଣର ବିମାନ ଦୁର୍ଘଟଣା, ୨ କ୍ରିଉ ମେମ୍ବରଙ୍କ ସହ ୧୨ ଯାତ୍ରୀଙ୍କ ମୃତ୍ୟୁ

ବ୍ରାଜିଲରେ ବଡ଼ ଧରଣର ବିମାନ ଦୁର୍ଘଟଣା, ୨ କ୍ରିଉ ମେମ୍ବରଙ୍କ ସହ ୧୨ ଯାତ୍ରୀଙ୍କ ମୃତ୍ୟୁ

ବ୍ରାସିଲିଆ : ବ୍ରାଜିଲରେ ଶନିବାର ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ବିମାନରେ ୨ କ୍ରିଉ ମେମ୍ବରଙ୍କ ସହ ୧୨ ଜଣ ଟୁରିଷ୍ଟ ଥିଲେ । ବ୍ରାସେଲସ୍ ସହରର ଉତ୍ତରରେ ଥିବା ଆମାଜନ ରାଜ୍ୟରେ ଏହି ଅଘଟଣ ଘଟିଛି । ଆମାଜନ ଗଭର୍ଣ୍ଣର ୱିଲସନ୍ ଲିମାଙ୍କ ସୂଚନା ଅନୁସାରେ, ବିମାନ କ୍ରାଶରେ ୧୨ ଯାତ୍ରୀଙ୍କ ସହ ୨ କ୍ରିଉ ମେମ୍ବରଙ୍କ ମୃତ୍ୟୁ ହୋଇଛି । ବିମାନଟି ଆମାଜନ ରାଜଧାନୀ ମାନାଉସରୁ ବ୍ରାସେଲସ୍ ଯାଉଥିଲା ।

୯୦ ମିନିଟର ଯାତ୍ରା ବେଳେ ରିଓ ନେଗ୍ରୋରେ ଖସି ପଡ଼ିଥିଲା । ମିଳିଥିବା ସୂଚନା ଅନୁସାରେ, ୧୨ ଟୁରିଷ୍ଟ ସ୍ପୋର୍ଟ ଫିସିଂ ପାଇଁ ଯାଉଥିଲେ। ବ୍ରାଜିଲ୍ ସିଭିଲ୍ ଡିଫେନ୍ସର ସୂଚନା ଅନୁସାରେ, ବିମାନେର ୧୨ ଯାତ୍ରୀଙ୍କ ସହ ପାଇଲଟ୍ ଓ କୋ-ପାଇଲଟ୍ ରହିଥିଲେ । ସମସ୍ତଙ୍କ ମୃତ୍ୟୁ ହୋଇଛି । ବିମାନ ଅବତରଣ ସମୟରେ ପ୍ରବଳ ବର୍ଷା ହେଉଥିଲା । ଖରାପ ପାଗରେ ଅବତରଣ ଯୋଗୁଁ କ୍ରାସ୍ ହୋଇଯାଇଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking