26.1 C
Bhubaneswar
Monday, December 11, 2023
Homeଦେଶ ବିଦେଶମସୌରୀର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ

ମସୌରୀର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ହିଲ୍ ଷ୍ଟେସନ୍ ମସୌରୀର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ । କ୍ୟାମେଲ ବ୍ୟାକରୋଡ ସ୍ଥିତ ଏହି ହୋଟେଲ ରେ ଆଜି ଭୋର ପ୍ରାୟ ୪ଟା ବେଳେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ହୋଟେଲରେ ସେତେବେଳେ ମରାମତି କାମ ଚାଲିଥିଲା। ନିଆଁ ଲାଗିଲା ବେଳେ ଅଳ୍ପ କିଛି ହୋଟେଲ କର୍ମଚାରୀ ଉପସ୍ଥିତ ଥିଲେ।

ଯେଉଁମାନେ ଜୀବନ ବଞ୍ଚାଇ ଘଟଣା ସ୍ଥଳରୁ ଦୌଡ଼ି ପଳାଇ ଆସିଥିଲେ। ତେବେ ନିଆଁ ଖୁବ୍ ଶୀଘ୍ର ବ୍ୟାପି ଯାଇ ଭୟଙ୍କର ରୂପ ଧାରଣ କରିଥିଲା। ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ସେମାନେ ଆସି ଖୁବ୍ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଏହି ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହୋଟେଲ ତଳେ ଥିବା ଦୁଇଟି କାର୍ ଜଳି ଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking