32.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶମଙ୍ଗଳ ଭୂଗର୍ଭରେ ରହିଥାଇପାରେ ପ୍ରାଚୀନ ଜଳ

ମଙ୍ଗଳ ଭୂଗର୍ଭରେ ରହିଥାଇପାରେ ପ୍ରାଚୀନ ଜଳ

ନୂଆଦିଲ୍ଲୀ : ଆମେରିକାର ସ୍ପେସ୍ ଏଜେନ୍ସି ନାସାର ବୈଜ୍ଞାନିକମାନେ ଏକ ନୂଆ ଦାବି କରିଛନ୍ତି, ମଙ୍ଗଳ ଗ୍ରହର ପୃଷ୍ଠ ତଳେ ପ୍ରାଚୀନ ଜଳ ଲୁଚି ରହିଛି । ନାସା ଦ୍ୱାରା ଅନୁଦାନ ପ୍ରାପ୍ତ ଏହି ଅଧ୍ୟୟନ ସେହି ଥିଓରିକୁ ଚ୍ୟାଲେଞ୍ଜ କରିଛି । ଯେଉଁଥିରେ କୁହାଯାଇଥିଲା ମଙ୍ଗଳ ଗ୍ରହର ସମସ୍ତ ଜଳ ମହାକାଶକୁ ଉଡିଯାଇଛି । କାଲିଫର୍ନିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ ନାସାର ଜେଟ୍ ପ୍ରପୁଲସନ୍ ଲାବୋରେଟୋରୀର ବୈଜ୍ଞାନିକମାନଙ୍କ ଅଧ୍ୟୟନ ବିଜ୍ଞାନ ପତ୍ରିକାରେ ପ୍ରକାଶ ପାଇଛି । ଏଥିରେ ସେ ଦାବି କରିଛନ୍ତି ମଙ୍ଗଳ ଗ୍ରହରେ ୩୦ ରୁ ୯୯ ପ୍ରତିଶତ ଜଳ ଗ୍ରହରେ ଥିବା ଖଣିଜ ଏବଂ ତାହାର ପୃଷ୍ଠ ଭିତରେ ରହିଛି ।

ବୈଜ୍ଞାନିକଙ୍କ ଅନୁଯାୟୀ, ୪୦୦ ନିୟୁତ ବର୍ଷ ପୂର୍ବେ ମଙ୍ଗଳ ଗ୍ରହରେ ଏତେ ଜଳ ଥିଲା ଯେ ୧୦୦ ରୁ ୧୫୦୦ ମିଟର ଗଭୀର ବିଶିଷ୍ଟ ସମଗ୍ର ଗ୍ରହରେ ସମୁଦ୍ର ସୃଷ୍ଟି ହୋଇ ପାରିଥାନ୍ତା । ଗ୍ରହର ଚୁମ୍ବକୀୟ ଶକ୍ତି ଶେଷ ହୋଇଯାଇଥିଲା । ଯାହାଫଳରେ, ଗ୍ରହର ବାୟୁମଣ୍ଡଳ ସମାପ୍ତ ହେବାକୁ ଲାଗିଲା ଏବଂ ସେଥିପାଇଁ ଗ୍ରହର ଜଳ ମଧ୍ୟ ସରିଗଲା । ଲକ୍ଷ ଲକ୍ଷ ବର୍ଷ ପରେ ଏହା ଆଜି ମଧ୍ୟ ଶୁଖିଲା ଅଛି । ଗବେଷକ ଇଭା ସ୍କେଲର୍ କହିଛନ୍ତି, ମଙ୍ଗଳ ଗ୍ରହର ଉପର ପୃଷ୍ଠରେ କିଛି ଖଣିଜ ପଦାର୍ଥ ଅଛି ଯାହାର କ୍ରିଷ୍ଟାଲ୍ ଷ୍ଟ୍ରକ୍ଚର୍ ରେ ଜଳ ରହିଛି । ସ୍କେଲର୍ ପ୍ରସ୍ତୁତ କରିଥିବା ମଡେଲ୍ ଅନୁଯାୟୀ, ୩୦ ରୁ ୯୯ ପ୍ରତିଶତ ଜଳ ଏହି ଖଣିଜ ପଦାର୍ଥ ମଧ୍ୟରେ ରହିଛି । ବାଷ୍ପ, ତରଳ ଏବଂ ବରଫ ସହିତ ଥିବା ସ୍ତିତିର ସମସ୍ତ ରାସାୟନିକ ସରଞ୍ଚନାର ଅଧ୍ୟୟନ କରିବା ପରେ ବୈଜ୍ଞାନିକମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking