26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଧାରା ୩୭୦ ହଟିବା ପରେ କାଶ୍ମୀର ଫେରିଛନ୍ତି ୫୨୦ ପ୍ରବାସୀ

ଧାରା ୩୭୦ ହଟିବା ପରେ କାଶ୍ମୀର ଫେରିଛନ୍ତି ୫୨୦ ପ୍ରବାସୀ

ଜମ୍ମୁ : କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁକାଶ୍ମୀର ରେ ଧାର । ୩୭୦ ହଟିବା ପରେ ଏବେ ପର୍ଯ୍ୟନ୍ତ ୫୨୦ କାଶ୍ମୀର ପ୍ରବାସୀ ମାନେ ନିଜ ଘାଟିକୁ ଫେରିଛନ୍ତି । ଏହାଛଡା ଚଳିତ ବର୍ଷ ମୋଟ ୨୦୦୦ ପ୍ରବାସୀ କାଶ୍ମୀର ଫେରିପାରନ୍ତି ବୋଲି ଅନୁମାନ କରାଯାଉଛି । ସୁଚନାଯେଗ୍ୟଯେ, କେନ୍ଦ୍ର ସରକାରଙ୍କର ପୁର୍ନବାସ ପ୍ୟାକେଜ ଅନୁସାରେ ସେମାନଙ୍କୁ ଦିଆଯିବାକୁ ଥିବା ନିଯୁକ୍ତି ଯୋଗୁଁ ପ୍ରବାସୀ ମାନେ କାଶ୍ମୀରକୁ ଫେରୁଛନ୍ତି ।

ଗୃହ ରାଜ୍ୟମନ୍ତ୍ରୀ ଜି. କିଶନ ରେଡ୍ଡୀ ରାଜ୍ୟସଭାରେ ଏକ ଲିଖିତ ଉତ୍ତର ରେ ଏହି ସୂଚନା ଦେଇଥିଲେ ଯେ, ୨ ହଜାର ପ୍ରବାସୀ ଚୟନ ପ୍ରକ୍ରିୟା ପୁର୍ଣ୍ଣ ହେବା ପରେ ଘାଟିକୁ ଫେରି ଆସିବେ । ରେଡ୍ଡୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନିଯୁକ୍ତି ସୁଯୋଗ ଦେବା ଦ୍ୱାରା ଗତ ବର୍ଷ ମାନଙ୍କରେ ପ୍ରାୟ ୩ ହଜାର ୮୦୦ କାଶ୍ମୀର ପ୍ରବାସୀ ଘାଟିକୁ ଫେରିଛନ୍ତି ।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ୍ ଅଧୀନରେ କାଶ୍ମୀରୀ ପ୍ରବାସୀ ଯୁବକମାନଙ୍କ ପାଇଁ ସ୍ୱତନ୍ତ୍ର ନିଯୁକ୍ତି ବ୍ୟବସ୍ଥା ସେମାନଙ୍କ ପୁନର୍ବାସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ସେମାନେ ହେଉଛନ୍ତି ପ୍ରବାସୀ ଯେଉଁମାନେ ୧୯୯୦ ମସିହାରେ ଆତଙ୍କବାଦ ଯୋଗୁଁ ଉପତ୍ୟକା ଛାଡିଥିଲେ । ସେ କହିଛନ୍ତି ଯେ ଚୟନ ପ୍ରକ୍ରିୟା ସଫଳତାର ସହିତ ସମାପ୍ତ ହେବା ପରେ, ସମାନ ନୀତି ଅନୁଯାୟୀ ୨୦୨୧ ମସିହାରେ ପ୍ରାୟ ୨,୦୦୦ ପ୍ରବାସୀ ନାଗରିକ ରାଜ୍ୟକୁ ଫେରିବେ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking