32.1 C
Bhubaneswar
Sunday, May 19, 2024
Homeଓଡିଶାଲାଞ୍ଜିଗଡରେ ମାଓ ପୋଷ୍ଟର,ଏଥର ଟାରଗେଟରେ ଠିକାଦାର ଓ ରାଜନେତା,ଅଞ୍ଚଳରେ କୋକୁଆ ଭୟ

ଲାଞ୍ଜିଗଡରେ ମାଓ ପୋଷ୍ଟର,ଏଥର ଟାରଗେଟରେ ଠିକାଦାର ଓ ରାଜନେତା,ଅଞ୍ଚଳରେ କୋକୁଆ ଭୟ

ଲାଞ୍ଜିଗଡ : ଦିର୍ଘଦିନର ନିରବତା ପରେ ପୁଣି ସର୍କିୟ ହୋଇ ଲାଞ୍ଜିଗଡରେ ନିଜ ଉପସ୍ଥିତି ଜାହିର କରିଛି ଲାଲବାହିନି ।ପୁର୍ବରୁ ଲାଞ୍ଜିଗଡର ବିଭିନ୍ନ ଅଞ୍ଚଳରେ ଠିକାଦାର,କୁଜିନେତା ଓ ରାଜନେତା ମାନଙ୍କୁ ପୋଷ୍ଟର ମାଧ୍ୟମରେ ଚେତାବନି ଦେଉଥିବା ବେଳେ ଆଜି ସକାଳୁ ପୁଣି ଏକ ମାଓ ପୋଷ୍ଟର ଦେଖିବାକୁ ମିଳିଛି ଲାଞ୍ଜିଗଡ ଅଞ୍ଚଳରେ । ଏଥର ଟାରଗେଟରେ ଅଛନ୍ତି ଅଞ୍ଚଳର ଜଣାଶୁଣା ୪ଠିକାଦାର ଓ ରାଜନେତା । ଆଜି ସକାଳୁ ଲାଞ୍ଜିଗଡର ଜନଗହଳି ପୁର୍ଣ୍ଣ ବେଦାନ୍ତ କମ୍ପାନୀ ମେନଗେଟ ନିକଟରେ ଓ ବସନ୍ତପଡା ଠାରେ ଅନେକ ପୋଷ୍ଟର ଦେଖିବାକୁ ମିଳିଛି । ପୋଷ୍ଟରରେ ଲାଞ୍ଜିଗଡର ଜଣାଶୁଣା ଆଞ୍ଚଳିକ ବିକାଶ ପରିଷଦ ସଭାପତି ତଥା ବିଜେଡି ଦଳର ସକ୍ରିୟ ସଦସ୍ୟ ଶ୍ରୀଧର ପେସନିଆ,ଠିକାଦାର ବସନ୍ତପଡାର ରାଜେନ୍ଦ୍ର ମାଳି,ଚାଞ୍ଚେର ମାଝୀ,ରେଙ୍ଗୋପାଲ୍ଲୀର ସୁବାଷ ନାଏକ ଏହି ୪ଜଣ ଅଞ୍ଚଳରେ ଅନେକ ।ନ୍ୟାୟ ଅତ୍ୟାଚାର କରିବା ପୋଷ୍ଟରରେ ଉଲ୍ଲେଖ ଥିବା ବେଳେ ଶ୍ରମିକ ମାନଙ୍କୁ ମଧ୍ୟ ଶୋଷଣ କରୁଛନ୍ତି ବୋଲି ମାଓ ପୋଷ୍ଟରେ ଉଲ୍ଲେଖ ରହିଛି । ଏହି ସବୁ ଅନ୍ୟାୟ ଅତ୍ୟାଚାର ବନ୍ଦ ନକଲେ ପ୍ରଜାକୋର୍ଟରେ ମୃତଦଣ୍ଡ ଦିଆଯିବ ବୋଲି ଚେତାବନି ଦିଆଯାଇଛି । ଏହି ପୋଷ୍ଟର ଦେଖିବା ପରେ ଲାଞ୍ଜିଗଡ ଅଞ୍ଚଳବାସିଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଲାଞ୍ଜିଗଡ ପୁଲିସ ପକ୍ଷରୁ ପୋଷ୍ଟରକୁ ଜବତ କରାଯାଇଛିା ଏହି ପୋଷ୍ଟର ଘୁମସର ବଶଂଧାରା ନାଗାବଳି ଡିଭିଜନର ମାଓନେତା ଉମାକାନ୍ତଙ୍କ ଦ୍ୱାରା ମରାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ଏ ସମ୍ପର୍କରେ ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କୁ ପଚାରିବାରୁ ଏହି ଚାରିଜଣ ଲାଞ୍ଜିଗଡର ଭଦ୍ରବ୍ୟକ୍ତି ଏମାନଙ୍କ ନାଁରେ କାହିଁକି ଲାଖାଯାଇଛି ତଦନ୍ତ ପରେ ସବୁ ସାମ୍ନାକୁ ଆସିବ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking