40.1 C
Bhubaneswar
Thursday, April 25, 2024
Homeଓଡିଶାସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ବର୍ବରତା; ହତ୍ୟା କଲେ, ନିସ୍ତୁକ ପିଟି ଛାଡ଼ିଲେ

ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ବର୍ବରତା; ହତ୍ୟା କଲେ, ନିସ୍ତୁକ ପିଟି ଛାଡ଼ିଲେ

ଚିତ୍ରକୋଣ୍ଡା: ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଲାଲ୍‌ବାହିନୀର ବର୍ବରକାଣ୍ଡ । ଜଣେ ସ୍ଥାନୀୟ ବାସିନ୍ଦାଙ୍କୁ ଗଳା କାଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ଏଥିସହ ୨ ଜଣଙ୍କୁ ନିର୍ଧୂମ ମାଡ଼ ମାରି ଗୁରୁତର ଅବସ୍ଥାରେ ମାଓବାଦୀମାନେ ଛାଡ଼ି ଦେଇଥିବା ସୂଚନା ମିଳିଛି। ଯୋଡ଼ାମ୍ବ ଥାନା ଖଜୁରୀଗୁଡ଼ାରେ ଏହି ଘଟଣା ଘଟିଛି। ତେବେ ପୋଲିସ୍‌ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଏପରି ବର୍ବରକାଣ୍ଡ କରିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୧୦ ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ଖଜୁରିଗୁଡା ଗାଁରେ ପହଞ୍ଚି ଦାସ ଖେମୁଡି ନାମକ ଜଣେ ବ୍ୟକ୍ତିଙ୍କୁ ଗଳା କାଟି ହତ୍ୟା କରିଥିଲେ । ଏବଂ ଅନ୍ୟ ଦୁଇ ଜଣଙ୍କୁ ନିସ୍ତୁକ ଭାବେ ମାଡ଼ ମାରିଛନ୍ତି । ମାଓବାଦୀମାନେ ବିଏସ୍ଏଫ୍ ଯବାନଙ୍କୁ ଟାର୍ଗେଟ୍ କରି ଗତକାଲି ଗୋରାସେତୁ ଗାଁ ନିକଟରେ ୭ଟି ଲ୍ୟାଣ୍ଡମାଇନ ଲଗାଇଥିଲେ। ହେଲେ ଯବାନ ମାନେ ଏହାକୁ ଠାବ କରିବା ସହ ନିଷ୍କ୍ରିୟ ମଧ୍ୟ କରିଥିଲେ। ତେବେ ନକ୍ସଲଙ୍କ ଏହି ଲ୍ୟାଣ୍ଡମାଇନ ସଂପର୍କରେ ଦାସ ଖେମୁଡି ପୋଲିସକୁ ଖବର ଦେଇଥିଲେ ବୋଲି ମାଓବାଦୀ ମାନେ ଗାଁ ଲୋକଙ୍କୁ କହିଛନ୍ତି । ଘଟଣାସ୍ଥଳରେ ବିଏସ୍ଏଫ୍ ଯବାନ ପହଞ୍ଚି କମ୍ବିଂ ଅପରେସନ ଆରମ୍ଭ କରିଛି । ସେପଟେ ଜୋଡାମ୍ବ ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।ସୂଚନାଥାଉ କି, ଗତକାଲି ସ୍ୱାଭିମାନ ଅଞ୍ଚଳରୁ ବିଏସ୍ଏଫ ଯବାନ ୭ଟି ଆଇ. ଇ. ଡି. ଜବତ କରିଥିଲେ। ଟିଫିନରେ ରଖାଯାଇ ଏଗୁଡ଼ିକୁ ପୋତା ଯାଇଥିଲା। ଏହାକୁ ଉଦ୍ଧାର କରାଯିବା ପରେ ଏଗୁଡ଼ିକୁ ନିଷ୍କ୍ରିୟ କରାଯାଇଥିଲା। ଯବାନଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରକ ଖଞ୍ଜା ଯାଇଥିଲା। ହେଲେ ମାଓବାଦୀଙ୍କ ଏହି ବଡ଼ ଆକ୍ରମଣ ଯୋଜନାକୁ ବିଏସ୍ଏଫ ଯବାନମାନେ ବିଫଳ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking