26.1 C
Bhubaneswar
Wednesday, December 17, 2025
Homeଓଡିଶାହାଡକୋର ମାଓବାଦୀ ଗିରଫ

ହାଡକୋର ମାଓବାଦୀ ଗିରଫ

ରାଉରକେଲା: ରାଜ୍ୟକୁ ଦୀର୍ଘ ଦିନ ଧରି ଭୟଭୀତ କରୁଥିବା ଜଣେ ହାଡକୋର ମାଓବାଦୀ ଶେଷରେ ପୋଲିସ ଜାଳରେଧରା ପଡ଼ିଛନ୍ତି। ପୋଲିସ ବାରକାଗାଗର ଜୋରାକଟ ଅଞ୍ଚଳରେ ସିପିଆଇ (ମାଓବାଦୀ)ର ପୂର୍ବତନ ଜୋନାଲ କମାଣ୍ଡର ସୁନିଲ ଗଞ୍ଜୁଙ୍କୁ ଗିରଫ କରିଛି। ସେ ୨୦୦୧ ମସିହାର ବେଲଟୁ ଗଣହତ୍ୟାରେ ମୁଖ୍ୟ ଭୂମିକା ନେଇଥିଲେ ଯେଉଁଠି ୧୩ ଜଣ ଗ୍ରାମବାସୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ସେହି ସମୟରେ ମାଓବାଦୀମାନେ ମୃତକଙ୍କ ମୁଣ୍ଡ କାଟି ଫୁଟବଲ ଖେଳିଥିବା ଅଭିଯୋଗ ହୋଇଥିଲା।ସୁନିଲ ଗଞ୍ଜୁ ୧୯୯୦ରୁ ସଂଗଠନରେ ସକ୍ରିୟ ଥିଲେ। ୨୦୧୮ରେ କାରାଗାରରୁ ମୁକ୍ତ ହେବା ପରେ ସେ ପୁନଃ ମାଓବାଦୀ ଦଳରେ ଯୋଗ ଦେଇ ସଂଗଠନକୁ ସକ୍ରିୟ କରି ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପ ଚାଲୁରଖିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking