26.1 C
Bhubaneswar
Monday, June 30, 2025
Homeଅପରାଧଯୌତୁକଜନିତ ହତ୍ୟା ଘଟଣା; ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ଯୌତୁକଜନିତ ହତ୍ୟା ଘଟଣା; ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

କାମାକ୍ଷାନଗର: ଯୌତୁକ ନିର୍ଯାତନା ଅଭିଯୋଗରେ ଝିଅର ମୃତ୍ୟୁକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅତିରିକ୍ତ ଜିଲ୍ଲାଜଜ୍‌ଙ୍କ ରାୟ ପ୍ରକାଶ ପରେ ସ୍ୱାମୀ, ଶାଶୂ, ଶ୍ୱଶୁର ଓ ନଣନ୍ଦଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ପର୍ଜଙ୍ଗ- ଥାନା ଝିଲ୍ଲି ଗ୍ରାମର ଧନୁ ପଧାନଙ୍କ ସାନଝିଅ ସୀତା ପଧାନ ବସୁଲେଇ ଗ୍ରାମର ଟୁମା ପଧାନଙ୍କ ସହ ବିବାହ କରିଥିଲେ । ବିବାହର ୫ ମାସ ନପୂରୁଣୁ ଅଧିକ ଯୌତୁକ ଦାବୀ କରିଥିଲେ ଶାଶୂଘର ଲୋକେ । ଏକଥା ଝିଅ ବାପଘର ଲୋକଙ୍କୁ ଜଣାଇଥିଲା ଯେ, ସ୍ୱାମୀ ସମେତ ଶାଶୂ ରେବତୀ ବେହେରା, ଶ୍ୱଶୁର ଅଭି ବେହେରା ଓ ନଣନ୍ଦ ରୁନା ବେହେରା ନିର୍ଯାନା ଦେଉଛନ୍ତି ।

ହଠାତ୍ ଶ୍ୱଶୁର ଘର ଲୋକେ ଖବର ଦେଲେ ଝିଅ କେଉଁଆଡ଼େ ଚାଲିଯାଇଛି । ଘଟଣା ଜାଣିବା ପାଇଁ ଝିଅର ବାପା ବନ୍ଧୁମାନଙ୍କ ସହ ଯାଇ ବସୋଇରେ ପହଞ୍ଚି ଦେଖିବାବେଳକୁ ଝିଅର ମୃତ୍ୟୁ ହୋଇଛି । ବାପା ଧନୁଙ୍କ ଅଭିଯୋଗକ୍ରମେ କେସ୍ ନଂ. ୩୫୭/୧୨ରେ ମାମଲା ରୁଜୁ ହୋଇଥବଲା । ରବିଚାର ଅତିରିକ୍ତ ଜିଲ୍ଲାଜଜ୍ ମାମଲାର ଶୁଣାଣି କରି ସ୍ୱାମୀ ସମେତ ଅନ୍ୟ ୩ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରୀ ଓକିଲ ଦେବରାଜ ବେହେରା ଓ ସୂର୍ଯ୍ୟନାରାୟଣ ସାହୁ ମାମଲା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking