30.1 C
Bhubaneswar
Sunday, May 19, 2024
Homeଓଡିଶାଭୋଜିଖାଇ ଫେରିବା ବେଳେ ଦୁର୍ଘଟଣା; ପୁଲିସ କର୍ମଚାରୀ ମୃତ, ୩ ଗୁରୁତର

ଭୋଜିଖାଇ ଫେରିବା ବେଳେ ଦୁର୍ଘଟଣା; ପୁଲିସ କର୍ମଚାରୀ ମୃତ, ୩ ଗୁରୁତର

ଖଲ୍ଲିକୋଟ: ଖଲ୍ଲିକୋଟ ନିକଟସ୍ଥ ଡି. ଗୁହାରିଆପାଟଠାରେ ଆଜି ଅପରାହ୍ନରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ପୁୂଲିସ କର୍ମଚାରୀ ଜଣକ ଛତ୍ରପୁର ଅଷ୍ଟମ ବାଟାଲିୟନର ସତ୍ୟ ଯାନୀ ବୋଲି ଜଣାପଡିଛି । ଡି.ଗୁହାରିଆପାଟ ଗ୍ରାମର ବାସିନ୍ଦା ସତ୍ୟ ଯାନୀ ସାନ ଘାଟିଠାରେ ଏକ ଭୋଜିରେ ଯୋଗ ଦେବା ପରେ ସାଙ୍ଗ ଖଲ୍ଲିକୋଟ ଧରାକୋଟ ସାହିର ଲିଟୁ ଭୋଇଙ୍କ ସହ ବାଇକରେ ଘରକୁ ଫେରୁଥିଲେ । ଘରେ ପହଞ୍ଚିବାକୁ ଆଉ ମାତ୍ର ୫୦ ମିଟର ଦୂରତା ଥିଲା ।

ରମ୍ଭା ଥାନା ଅନ୍ତର୍ଗତ ଡିଆଁ ଡେଇଁ ମଧୁରଚୁଆଁ ଗ୍ରାମର ଅଭି ନାହାକ ଓ ରାକେଶ ନାହାକ ଏକ ବାଇକ ଯୋଗେ ଡି.ଗୁହାରିଆପାଟରୁ ନିଜ ଗ୍ରାମକୁ ଫେରୁଥିବା ସମୟରେ ଗୁହାରିଆପାଟଠାରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ପୁଲିସ କର୍ମଚାରୀ ସତ୍ୟ ଯାନୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ଲିଟୁ ଭୋଇଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ବେଳେ ଅଭି ନାହାକ ଓ ରାକେଶ ନାହାକଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ତେବେ ଦୀର୍ଘ ସମୟ ଧରି ୧୦୮ ଆମ୍ବୁଲାନ୍ସ ନ ଆସିବାରୁ ଦୁଇଟି ଘରୋଇ କାର ଯୋଗେ ଉଭୟଙ୍କୁ ବ୍ରହ୍ମପୁର ନିଆଯାଇଛି । ଖଲ୍ଲିକୋଟ ଥାନା ଏସଆଇ ହିମାଂଶୁ ଶେଖର ପାତ୍ର ଘଟଣା ସ୍ଥଳରେ ପହଞ୍ôଚ ଶବକୁ ଜବତ କରି ମେଡ଼ିକାଲକୁ ପଠାଇଥିଲେ । ଏ ସମ୍ପର୍କରେ ମୃତ ସତ୍ୟ ଯାନୀଙ୍କ ପତ୍ନୀ ସୁକାନ୍ତି ଯାନୀ ଥାନାରେ ଏତଲା ଦାଖଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking