ନୂଆଦିଲ୍ଲୀ : ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଭାରତୀୟ ସ୍ଥଳସେନାର ପରବର୍ତ୍ତୀ ଉପମୁଖ୍ୟ ନିଯୁକ୍ତ ହୋଇପାରନ୍ତି ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି । ତାଙ୍କର ନୂତନ ନିଯୁକ୍ତିକୁ କେନ୍ଦ୍ର ସରକାର ଅନୁମୋଦନ କରିଥିବା ଶୁଣାଯାଉଛି । ଜାତୀୟ ପ୍ରତିରକ୍ଷା ଏକାଡେମୀରୁ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ଶ୍ରୀ ପାଣ୍ଡେ ବର୍ତ୍ତମାନ ଇଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟଭାବେ କାର୍ଯ୍ୟରତ ଅଛନ୍ତି । ସ୍ଥଳସେନା ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ଚଳିତମାସ ୩୧ରେ ଅବସର ନେଉଥିବାବେଳେ ତାଙ୍କ ସ୍ଥାନରେ ଶ୍ରୀ ପାଣ୍ଡେ ଅବସ୍ଥାପିତ ହେବେ ବୋଲି ଚର୍ଚ୍ଚା ଚାଲିଛି ।