32.1 C
Bhubaneswar
Thursday, March 28, 2024
Homeଓଡିଶାଡାକ୍ତରଖାନା ଯିବା ଓ ଅକ୍ସିଜେନ ନେବା ଆବଶ୍ୟକତା କମ୍‌ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଡାକ୍ତରଖାନା ଯିବା ଓ ଅକ୍ସିଜେନ ନେବା ଆବଶ୍ୟକତା କମ୍‌ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ଆଗକୁ ବଢ଼ିବ କି କମିବ ସେନେଇ କୌଣସି ପୂର୍ବାନୁମାନ କରିହେବ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ବିଜୟ ମହାପାତ୍ର କହିଛନ୍ତି । କୋଭିଡର ଟ୍ରେଣ୍ଡ ବିଷୟରେ ଜାଣିବା ପାଇଁ ଅତିକମ୍‌ରେ ୧୫ ଦିନ ସମୟ ଆବଶ୍ୟକ । ଯେପର୍ଯ୍ୟନ୍ତ ଏହି ଟ୍ରେଣ୍ଡ୍ ବିଷୟରେ ଜଣା ନପଡ଼ିଛି ସେ ପର୍ଯ୍ୟନ୍ତ ଆକଳନ କରିବା ଯୁକ୍ତିଯୁକ୍ତ ନୁହେଁ । ସିଡିସି(ସେଣ୍ଟରସ୍ ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନ୍‌) ହୋମ୍ ଆଇସୋଲେସନକୁ ୫ ଦିନକୁ କମାଇ ଦେଇଛନ୍ତି । ତେବେ ଜଳବାୟୁ, ଲୋକଙ୍କ ବ୍ୟବହାର, ଭିତ୍ତିଭୂମିକୁ ଦେଖି ଆମ ଦେଶ ସମେତ ଅନ୍ୟ କିଛି ଦେଶ ଏହାକୁ ଗ୍ରହଣ କରିନାହାଁନ୍ତି ।

ବୋଧହୁଏ ଆଗକୁ ଏହାକୁ ଗ୍ରହଣ କରାଯାଇପାରେ । ବର୍ତ୍ତମାନ ଟାସ୍କଫୋର୍ସ ଯେଉଁ ୭ ଦିନ ନିୟମ କରିଛନ୍ତି ତାକୁ ମାନି ଚଳିବା ଆବଶ୍ୟକ । ସେହିପରି  ରାଜ୍ୟରେ ହସ୍ପିଟାଲକୁ ଯିବା ଓ ଅକ୍ସିଜେନ ନେବା ଆବଶ୍ୟକତା କମ୍ ରହିଛ ବୋଲି ମଧ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।  ସରକାରୀ ତଥ୍ୟ ଅନୁଯାୟୀ, ଜେନେରାଲ ବେଡ୍ ୮,୩୩୫ ମଧ୍ୟରୁ ୭୭୬ ଜଣ ରୋଗୀ ରହିଛନ୍ତି; ଯାହା ୯.୩୧ ପ୍ରତିଶତ । ଆଇଆସିୟୁରେ ୨୯୫୬ ବେଡ ରହିଥିବାବେଳେ ଏଥିରେ ୪୭୧ ରୋଗୀ ଆଡମିଶନ କରିଛନ୍ତି । ସେହିପରି ଶିଶୁମାନଙ୍କ ପାଇଁ ୧,୧୧୦ ବେଡ଼ ରହିଛି, ସେଥିମଧ୍ୟରୁ କେବଳ ୨୦ ଜଣ ରୋଗୀ ରହିଛନ୍ତି; ଯାହା ୧.୮ ପ୍ରତିଶତ ।

ଏବେ ଆଇସିୟୁରେ ୧୫.୯୩ ପ୍ରତିଶତ ରୋଗୀ ଅଛନ୍ତି । ଏଥିରେ ଶିଶୁଙ୍କ ପାଇଁ ୩୮୨ଟି ବେଡ଼ ରହିଛି । ତନ୍ମଧ୍ୟରୁ ୨୨ ଜଣ ଭେଣ୍ଟିଲେଟରରେ ରହିଛନ୍ତି । ଭେଣ୍ଟିଲେଟରରେ ମୋଟ ୯୩୩ଟି ବେଡ଼ ରହିଥିବାବେଳେ ସେଥିରେ ୫୦ ଜଣ ରୋଗୀ ଆଡମିଶନ ହୋଇଛନ୍ତି; ଯାହା ମାତ୍ର ୫.୩୬ ପ୍ରତିଶତ ରହିଛି । ରାଜ୍ୟରେ ମୋଟ ୧୧ ହଜାର ୨୯୧ ବେଡ଼ ରହିଥିବାବେଳେ ୧,୨୪୭ ଜଣ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହୋମ ଆଇସୋଲେସନରେ ୬୮,୫୮୫ ଜଣ ଆକ୍ରାନ୍ତ ରହିଛନ୍ତି । ରାଜ୍ୟରେ ମୋଟ ୮୮ଟି ସରକାରୀ କୋଭିଡ ହସ୍ପିଟାଲ ଏବଂ ପ୍ରାଇଭେଟ ନର୍ସିଂ ହୋମ ରହିଛି । ସରକାରୀ କୋଭିଡ ହସ୍ପିଟାଲରେ ୭,୪୦୨ ଜେନେରାଲ ବେଡ, ୨୫୪୮ ଆଇସିୟୁ ବେଡ ଓ ଭେଣ୍ଟିଲେଟରରେ ୭୯୩ ବେଡ ରହିଛି । ଅନ୍ୟପଟେ ପ୍ରାଇଭେଟ ନର୍ସିଂ ହୋମର ୯୩୩ ଜେନେରାଲ ବେଡ୍‌, ଆଇସିୟୁରେ ୪୦୮ ବେଡ୍‌, ଭେଣ୍ଟିଲେଟରରେ ୧୪୦ ବେଡ ଥିବା  ଡା.ମହାପାତ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking