29.1 C
Bhubaneswar
Sunday, May 19, 2024
Homeଓଡିଶାଭାରତ ବର୍ଷକୁ ବିଶ୍ୱଗୁରୁଭାବେ ଗଢ଼ି ତୋଳିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂକଳ୍ପବଦ୍ଧ : ମନମୋହନ...

ଭାରତ ବର୍ଷକୁ ବିଶ୍ୱଗୁରୁଭାବେ ଗଢ଼ି ତୋଳିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂକଳ୍ପବଦ୍ଧ : ମନମୋହନ ସାମଲ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ମାସର ଶେଷ ରବିବାର ଦିନ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ମନର କଥା କହିଥାନ୍ତି । ୨୦୧୪ମସିହାରେ ମୋଦିଜୀ ପ୍ରଥମଥର ପାଇଁ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯେଉଁ ଭଳି ଭାବେ ସାଧାରଣ ଦେଶବାସୀଙ୍କ ମନର କଥାକୁ ବାଖ୍ୟା କରୁଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ । ପ୍ରତ୍ୟେକ ଦେଶବାସୀ ଆଜି ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ବ୍ୟାକୁଳତାର ସହ ଅପେକ୍ଷାରତଥାନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ସମେତ ବିଜେପିର ସମସ୍ତ କାର୍ଯ୍ୟକର୍ତା, ଜିଲ୍ଲା ପ୍ରତିନିଧି ନିଜ ନିଜ ଅଂଚଳରେ ଯଶ୍ୱସୀ ପ୍ରଧାନମନ୍ତ୍ରୀଙ୍କ ୧୦୮ତମ “ମନ୍ କି ବାତ୍‌” କାର୍ଯ୍ୟକ୍ରମ ଶୁଣିଛନ୍ତି । ଭାରତ ବର୍ଷକୁ ବିଶ୍ୱଗୁରୁଭାବେ ଗଢ଼ି ତୋଳିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ସଂକଳ୍ପବଦ୍ଧ ଏବଂ ଏଥି ପାଇଁ “ସବକା ସାଥ ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ”କୁ ଗୁରୁତ୍ୱ ଦେଇ ଆସୁଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।

ଯଶସ୍ୱୀ ମୋଦିଜୀ “ମନ୍ କି ବାତ୍‌”ରେ ମାନସିକ ସ୍ୱାସ୍ଥ୍ୟ ଓ ଏଆଇ ଟୁଲ ଉପରେ ଗୁରୁତ୍ୱାରୋପ କରିଛନ୍ତି । ମୋଦିଜୀ ‘ଫିଟ୍ ଇଣ୍ଡିଆ ଆନ୍ଦୋଳନ’ ପ୍ରତି ପ୍ରଶଂସା କରିବା ସହ ଶ।।ରୀରିକ ସାମର୍ଥ୍ୟ ସହ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ‘ଏଆଇ ଟୁଲସ୍‌’ ବା ‘ଆର୍ଟିଫିସିଆଲ ଇେଂଟଲିଜେନ୍ସ’ର ଗୁରୁତ୍ୱ ଦର୍ଶାଇ ମୋଦିଜୀ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ସମାଜର ବିଭିନ୍ନ କ୍ଷେତ୍ରରେ ସୁବିଧା କରିଛି । ଅଦାଲତ ଓ ଶିକ୍ଷା ସମେତ ଅନେକ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଖୁବ ସହାୟକ ହେବ । ମୋଦିଜୀ ଯୁବ ବର୍ଗଙ୍କୁ ଅନୁରୋଧ କରିଛନ୍ତି ‘ଏଆଇ ଟୁଲ’ ସମ୍ବନ୍ଧୀୟ ‘ରିଅଲ୍‌–ଟାଇମ୍‌’ ଅନୁବାଦ କରି ଶତପ୍ରତିଶତ ପ୍ରମାଣସିଦ୍ଧ କରନ୍ତୁ । ମୋଦିଜୀ ୧୦୮ତମ ‘ମନ କି ବାତ୍‌’ରେ ବିକଶିତ ଭାରତର ଉଚ୍ଛ୍ୱାସ, ଆତ୍ମ-ନିର୍ଭରଶୀଳତାର ଉଚ୍ଛ୍ୱାସରେ ଉଦବୁଦ୍ଧ ହୋଇ ଭାରତ ଆତ୍ମବିଶ୍ୱାସରେ ଉଛୁଳି ଉଠୁଛି । ୨୦୨୪ରେ ଏହା ପ୍ରାଣଚ୍ଛ୍ୱାସ ଓ ଗତିଶୀଳତା ବଜାୟ ରଖିବ ।
ସେହିପରି ମୋଦିଜୀ ‘ଇସ୍ରୋ’ର ଚନ୍ଦ୍ରଯାନର ସଫଳତା କଥା କହିଥିଲେ ଓ ଚଳିତ ବର୍ଷ କ୍ରୀଡାବିତ୍‌ମାନେ ଏସୀୟ କ୍ରୀଡାରେ ୧୦୭ଟି ପଦକ ଓ ଏସୀୟ ପାରା କ୍ରୀଡାରେ ୧୧୧ଟି ପଦକ ହାସଲ କରିଛନ୍ତି । ୨୦୨୪ରେ ପ୍ୟାରିସ ଅଲିମ୍ପିକ୍ସ ଆୟୋଜନ ହେବ । ଦେଶବାସୀ ଖେଳାଳିମାନଙ୍କୁ ଉତ୍ସାହ ଦିଅନ୍ତୁ ବୋଲି ‘ମନ କି ବାତ୍‌’ରେ ମୋଦିଜୀ କହିଛନ୍ତି । ମୋଦିଜୀ ଆହୁରି ମଧ୍ୟ “ମନ କି ବାତ୍‌”ରେ କହିଛନ୍ତି ଯେ, ଆଗାମୀ ଜାନୁୟାରୀ ୨୨ରେ ହେବାକୁ ଥିବା ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ମିଳିଥିବା କବିତା, ଗଦ୍ୟ ଓ ଅନ୍ୟାନ୍ୟ ସର୍ଜନାତ୍ମକ ଉପାଦାନକୁ ସେ ସ୍ୱୀକାର କରିଛନ୍ତି ଓ ରାମ ମନ୍ଦିର ଉଦ୍‌ଘାଟନ ସମ୍ବନ୍ଧୀୟ କଳାକୃତି ଦ୍ୱାରା ‘ରାମ ଭଜନ’ ସାମାଜିକ ଗଣମାଧ୍ୟମ ଦ୍ୱାରା ସମୃଦ୍ଧ କରିବା ଲାଗି ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି । ଶେଷରେ ମୋଦିଜୀ ୨୦୨୪ ପାଇଁ ଦେଶବାସୀଙ୍କ ସଫଳତା ଓ ସୁଖ ଏବଂ ସୁସ୍ୱାସ୍ଥ୍ୟ କାମନା କରିଛନ୍ତି । ବାସ୍ତବରେ “ମନ୍ କି ବାତ୍‌” କାର୍ଯ୍ୟକ୍ରମ ପ୍ରତ୍ୟେକ ଦେଶବାସୀଙ୍କୁ ପ୍ରେରଣା ଯୋଗାଉଛି ।
ଏହି ଅବସରରେ ରାଜ୍ୟ ସହପ୍ରଭାରୀ ବିଜୟ ପାଲ ସିଂ ତୋମାର, ଉତରାଖଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ଧନସିଂ ରାବତଙ୍କ ସମେତ ବହୁ କାର୍ଯ୍ୟକର୍ତା “ମନ୍ କି ବାତ୍‌” କାର୍ଯ୍ୟକ୍ରମ ଶୁଣିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking