35.1 C
Bhubaneswar
Saturday, June 7, 2025
Homeଦେଶ ବିଦେଶମନିଷ୍‌ ମଲହୋତ୍ରା ଡିଜାଇନ୍‌ କରିବେ ଏୟାର ଇଣ୍ଡିଆ କ୍ରୁଙ୍କ ପାଇଁ ନୂଆ ୟୁନିଫର୍ମ

ମନିଷ୍‌ ମଲହୋତ୍ରା ଡିଜାଇନ୍‌ କରିବେ ଏୟାର ଇଣ୍ଡିଆ କ୍ରୁଙ୍କ ପାଇଁ ନୂଆ ୟୁନିଫର୍ମ

ନୂଆଦିଲ୍ଲୀ: ଟାଟା ଗ୍ରୁପ ମାଲିକାନାରେ ଥିବା ଏୟାର ଇଣ୍ଡିଆର ୧୦,୦୦୦ ଫ୍ଲାଇଟ୍ କ୍ରୁ, ଗ୍ରାଉଣ୍ଡ ଷ୍ଟାଫ୍ ଏବଂ ସୁରକ୍ଷା କର୍ମୀଙ୍କ ୟୁନିଫର୍ମ ଡିଜାଇନ କରିବେ ପ୍ରସିଦ୍ଧ ସେଲିବ୍ରେଟି ଫ୍ୟାସନ୍ ଡିଜାଇନର ମନିଷ୍ ମଲହୋତ୍ରା । ଏୟାରଲାଇନ କହିଛି ଯେ ‘ଏୟାର ଇଣ୍ଡିଆର ଆଧୁନିକୀକରଣ କାର୍ଯ୍ୟକ୍ରମରେ ଏହା ଏକ ଅଂଶ ସ୍ୱରୂପ ଏକ ନୂତନ ଗ୍ଲୋବାଲ ବ୍ରାଣ୍ଡର ପରିଚୟ ହେବାକୁ ଯାଉଛି । ୨୦୨୩ ଶେଷ ଶୁଦ୍ଧା ଆମେ ନିଜ କର୍ମଚାରୀଙ୍କ ପାଇଁ ଏହି ନୂଆ ଲୁକ୍ ଆରମ୍ଭ କରିବାକୁ ଆଶା ରଖିଛୁ’ ।

ୟୁନିଫର୍ମର ଫିଟିଂ ଏବଂ ବିଶେଷ ଆବଶ୍ୟକତାକୁ ଭଲ ଭାବରେ ବୁଝିବା ପାଇଁ ମନିଷ୍ ମଲହୋତ୍ରା ନିଜ ଟିମ ସହ ଫ୍ରଣ୍ଟଲାଇନ୍ ଷ୍ଟାଫଙ୍କ ସହିତ ଏକ ବିଶେଷ ଅଧିବେଶନ ନେଇଛନ୍ତି । ଏୟାର ଇଣ୍ଡିଆର CEO ତଥା MD କାମ୍ପବେଲ ୱିଲସନ କହିଛନ୍ତି, ‘ଆମର ବ୍ରାଣ୍ଡ, ଐତିହ୍ୟ ଓ ସଂସ୍କୃତିକୁ ନେଇ ଏୟାରଲାଇନରେ ଏକ ନୂତନ ପରିବେଶ ସୃଷ୍ଟି କରିବା ପାଇଁ ଆମେ ମଲହୋତ୍ରା ଏବଂ ତାଙ୍କ ଟିମ୍ ସହିତ ଘନିଷ୍ଠ ଭାବରେ କାମ କରୁଛୁ । ଆମେ ଆଶା କରୁଛୁ, ଏହା ସମ୍ପୂର୍ଣ୍ଣ ନୂଆ ଲୁକ୍ ରହିବ, ଯାହା ଏୟାର ଇଣ୍ଡିଆର ପ୍ରତିନିଧିତ୍ୱ କରିବ । ସୂଚନାଯୋଗ୍ୟ, ଦୀର୍ଘ ୬୦ ବର୍ଷ ପରେ ଏୟାର ଇଣ୍ଡିଆ ନିଜ ୟୁନିଫର୍ମ ପରିବର୍ତ୍ତନ କରିବାକୁ ଯାଉଛି । ପୂର୍ବରୁ ମହିଳା ଏୟାର ହଷ୍ଟେସମାନେ ଶାଢି ଏବଂ ପୁରୁଷ କ୍ୟାବିନ କ୍ରୁମାନେ ସୁଟ୍ ପିନ୍ଧୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking