27.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶମଣିପୁର ଜାତିଆଣ ହିଂସା, ୨୦ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ବନ୍ଦ

ମଣିପୁର ଜାତିଆଣ ହିଂସା, ୨୦ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ବନ୍ଦ

ଇମ୍ଫାଲ: ମଣିପୁରରେ ଲାଗି ରହିଥିବା ଜାତିଆଣ ହିଂସା ଥମୁ ନଥିବା ବେଳେ ଗୁରୁବାର ହିଂସାକାରୀ ଓ ସୁରକ୍ଷାବାହିନୀ ମଧ୍ୟରେ ସଂଘର୍ଷ ହୋଇଛି। ହିଂସାକାରୀମାନେ ଅନେକ ଘରଦ୍ବାର ପୋଡି ଦେଇଛନ୍ତି। ସୁରକ୍ଷାକର୍ମୀମାନେ ହିଂସାକାରୀଙ୍କୁ ନିୟନ୍ତ୍ରଣ କରିବା ଲାଗି ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲେ। ଜବାବରେ ହିଂସାକାରୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଟେକାପଥର ମାରିଥିଲେ। ଇମ୍ଫାଲର ନ୍ୟୁ ଚେକନ ଅଞ୍ଚଳରେ ଗୁରୁବାର ଅପରାହ୍ଣରେ ଏହି ସଂଘର୍ଷ ହୋଇଥିଲା।

ମଙ୍ଗଳବାର ରାତିରେ ଉଗ୍ରପନ୍ଥୀମାନେ ୧୧ଜଣଙ୍କୁ ହତ୍ୟା କରିଥିଲେ। ସେହିପରି ବୁଧବାର ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଉଗ୍ରପନ୍ଥୀମାନେ ପୋଡି ଦେଇଥିଲେ। ରାଜ୍ୟରେ ପୁଣି ହିଂସା ଉଗ୍ର ହେବାକୁ ଯାଉଥିବା ଦେଖି ସୁରକ୍ଷାବାହିନୀ ପକ୍ଷରୁ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ହିଂସାକୁ ନେଇ ଇଣ୍ଟରନେଟ ସେବା ଉପରେ ଲାଗୁ କରାଯାଇଥିବା ବାସନ୍ଦ ଅବଧିକୁ ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking