25.1 C
Bhubaneswar
Thursday, January 16, 2025
Homeଅପରାଧମାନସ ସ୍ୱାଇଁ ହତ୍ୟା, ମିଳିଲା ୩ ଚିଠି : ‘ମୁଁ ମଲେ ମୋ ଶବ ଏ...

ମାନସ ସ୍ୱାଇଁ ହତ୍ୟା, ମିଳିଲା ୩ ଚିଠି : ‘ମୁଁ ମଲେ ମୋ ଶବ ଏ ପାପିମାନଙ୍କୁ ଦେବନି’

ଭୁବନେଶ୍ୱର: ମାନସ ସ୍ୱାଇଁ ହତ୍ୟାକାଣ୍ଡରେ ଜଡ଼ିତ ନୂଆ ନୂଆ ଗୁମର ଏବେ ପଦାକୁ ବାହାରୁ ଥିବାରୁ ହତ୍ୟାକାଣ୍ଡକୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଥମେ ଏଥିରେ ଜଡ଼ିତ ବ୍ୟକ୍ତି ବିଶେଷ (ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱରଙ୍କୁ ମିଶାଇ) ଗିରଫ ହେବା ପରେ ଆଜି ଶର୍ମିଷ୍ଠାଙ୍କ ମା’ ମୁହଁ ଖୋଲିଛନ୍ତି । ତାଙ୍କ ପୁଅର ଏଥିରେ କିଛି ସମ୍ପୃକ୍ତି ନାହିଁ କି ସେ ଦୋଷୀ ନୁହନ୍ତି ବୋଲି କହି ତାଙ୍କୁ ପୁଅକୁ ଛାଡ଼ି ଦେବାକୁ ସେ ନେହୁରା ହୋଇଥିଲେ । ଏହାସହ ମୋ ପୁଅ ନିରଞ୍ଜନ କଥାରେ ପଡ଼ି ଶର୍ମିଷ୍ଠାଙ୍କୁ ଟଙ୍କା ପଠାଇଥିଲା ବୋଲି କହିଛନ୍ତି ।
ଅପରପକ୍ଷେ ଆଜି ପୁଣି ଥରେ ଆଉ ଏକ ନୂଆ ତଥ୍ୟ ଘଟଣାର ମୋଡ଼ ବଦଳାଇଛି । ମୃତ୍ୟୁପୂର୍ବରୁ ମାନସ ଲେଖିଥିବା ଚିଠି ସମ୍ପର୍କରେ ମୁହଁ ଖୋଲିଛନ୍ତି ଜଣେ ମହିଳା । ଚାନ୍ଦବାଲି ନିକଟ ଦୟାଲ ଆଶ୍ରମର କେୟାର୍ ଟେକର୍ ତଥା ଜଣେ ମହିଳା ଆଜି ପୁଲିସ୍‌କୁ ସୂଚନା ଦେଇ କହିଛନ୍ତି ଯେ, ଆଶ୍ରମର ସେହି ଘରକୁ ଝାଡ଼ୁ କଲାବେଳେ ଖଟତଳୁ ପଲିଥିନ୍ ଗୁଡ଼ା ଚିଠି ବଣ୍ଡଲ ପାଇଥିଲେ । ଚିଠିକୁ ଖୋଲି ପଢ଼ିବା ସହ ସେଥିରେ ମାନସଙ୍କ ଠିକଣା ଓ ଫୋନ୍ ନମ୍ବର ଥିବାରୁ ସେ ଚିଠି ମାନସ ଲେଖିଥିବା ଜାଣିବାକୁ ପାଇ ଘଟଣାଦିନ ସନ୍ଧ୍ୟାରେ ସେ ଚିଠିସବୁକୁ ଶର୍ମିଷ୍ଠାଙ୍କୁ ଦେଇଥିଲେ ।
ତେବେ ଚିଠିରେ ଉଲ୍ଲେଖ ଥିଲା ଯେ, ସେମାନେ ତାଙ୍କୁ ଉଠାଇ ଆଣି ପିଟିବା ସହ କ୍ୟାମେରା, ମୋବାଇଲ୍‌, ପାସ୍‌ବୁକ୍ ଛଡ଼ାଇ ନେଇଥିଲେ । ମୁଁ ଯଦି ମରିଯାଏ ଶବ ଏ ପାପିମାନଙ୍କୁ ଦେବନି ଏବଂ ଗାଁକୁ ପଠାଇ ଦେବ । ଚିଠି ଶେଷରେ ମାନସ ନିଜ ନାଁ ଓ ଫୋନ୍ ନମ୍ବର ଲେଖିଥିଲେ । ଏହିଭଳି ଗୁଡ଼ା ଯାଇଥିବା ପଲିଥିନ୍‌ରୁ ୩ଟି ଚିଠି ମିଳିଥିବା ବେଳେ ସବୁଥିରେ ସମାନ ପ୍ରସଙ୍ଗ ଲେଖା ହୋଇଛି ।
କେୟାର୍ ଟେକର୍ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ଆଶ୍ରମକୁ ବହୁତ ସମ୍ଭ୍ରାନ୍ତ ଶ୍ରେଣୀର ତଥା ବହୁ ଧନୀକ ଶ୍ରେଣୀର ବ୍ୟକ୍ତିବିଶେଷ ଯା’ଆସ କରିଥିବା ସେ ଦେଖିଛନ୍ତି । ଏମାନଙ୍କ ମଧ୍ୟରେ ନିରଞ୍ଜନଙ୍କୁ ମଧ୍ୟ ଦୁଇତିନିଥର ଆଶ୍ରମରେ ଦେଖିଥିବା ସେ କହିଛନ୍ତି । ତେବେ ଏହି ମାମଲା ଏବେ କ୍ରାଇମ୍‌ବ୍ରାଞ୍ଚ ହାତକୁ ଯାଇଥିବା ବେଳେ ଉପରୋକ୍ତ ଘଟଣା ଏବଂ ପାରିପାଶ୍ୱର୍ିକ ସ୍ଥିତିକୁ ଆଧାର କରି କ୍ରାଇମ୍‌ବ୍ରାଞ୍ଚ ତଦନ୍ତକୁ ତ୍ୱରାନ୍ୱିତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking