ଭୁବନେଶ୍ୱର: ମାନସ ହତ୍ୟା ମାମଲାରେ ଜଡ଼ିତ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ ହେବା ପରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଶର୍ମିଷ୍ଠାଙ୍କୁ ଫେରାର୍ କରାଇବାରେ ନିରଞ୍ଜନ ସେଠୀ ହିଁ ମୁଖ୍ୟ ଭୂମିକା ସାଜିଥିଲେ ବୋଲି କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ହତ୍ୟାକାଣ୍ଡ ପରେ ଶର୍ମିଷ୍ଠାଙ୍କୁ ନିରଞ୍ଜନ ଯାଜପୁର କାଳିଆପାଣିକୁ ଫେରାର୍ କରାଇ ଦେଇଥିବା ବେଳେ ଏଥିଲାଗି ତାଙ୍କୁ ୧୦ ହଜାର ଟଙ୍କା ଓ ଏକ ଗାଡ଼ି ଯୋଗାଇ ଦେଇଥିଲେ । ୫ ଦିନ ଜେରା କରିବା ବେଳେ ଶର୍ମିଷ୍ଠା ଏଭଳି ତଥ୍ୟ ଦେଇଥିବା ଜଣାପଡ଼ିଛି ।
ଅପରପକ୍ଷେ ଏ ମାମଲାରେ ଅନ୍ୟମାନଙ୍କୁ ଜଣକ ପରେ ଜଣକୁ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି କ୍ରାଇମ୍ବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ଗିରଫ ୬ ଜଣଙ୍କୁ ଜେରା କରିବା ପରେ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆହୁରି ନୂଆ ତଥ୍ୟ ଆସିବା ଆଶା କରାଯାଉଛି । ତେବେ ଚିପ୍ ନେଇ ଯେଉଁ ଚର୍ଚ୍ଚା ହେଉଥିବା ଏବଂ ଏହି ଚିପ୍ ପାଇଁ ଯେଉଁ ହତ୍ୟା ଘଟିଥିଲା, ସେ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ସୂଚନା ହସ୍ତଗତ ହୋଇପାରି ନାହିଁ ।