ନୂଆଦିଲ୍ଲୀ: ବିଜେଡିର ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ ମିଳିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପରାମର୍ଶଦାତା କମିଟିର ସଦସ୍ୟଭାବେ ଶ୍ରୀ ମଙ୍ଗରାଜଙ୍କୁ ମନୋନୀତ କରାଯାଇଛି। ଭାରତ ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏହା ପୂର୍ବରୁ ଜୁଲାଇ ୨୮ ତାରିଖରେ ଶ୍ରୀ ମଙ୍ଗରାଜ ସାମୁଦ୍ରିକ ଉତ୍ପାଦନ ରପ୍ତାନୀ କର୍ତ୍ତୃପକ୍ଷ (ଏମ୍ପିଇଡିଏ)ର ସଦସ୍ୟଭାବେ ନିର୍ବାଚିତ ହୋଇଥିଲେ। ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ମଙ୍ଗରାଜଙ୍କୁ ପ୍ରଥମ ପାଳି ଆରମ୍ଭରୁ ହିଁ ଭାରତ ସରକାର ଦୁଇ ଦୁଇଟି ଗୁରୁ୍ତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି।