40.1 C
Bhubaneswar
Wednesday, April 24, 2024
Homeକମନୱେଲଥ ଗେମ୍ସରାଜ୍ୟଗୋଷ୍ଠୀ କ୍ରୀଡ଼ା -୨୦୨୨ : ସେମିରେ ନ୍ୟୁଜିଲାଣ୍ଡ୍‌କୁ ଭେଟିବ ପୁରୁଷ ହକି ଦଳ

ରାଜ୍ୟଗୋଷ୍ଠୀ କ୍ରୀଡ଼ା -୨୦୨୨ : ସେମିରେ ନ୍ୟୁଜିଲାଣ୍ଡ୍‌କୁ ଭେଟିବ ପୁରୁଷ ହକି ଦଳ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳ ଗୁରୁବାର ତା’ର ଅନ୍ତିମ ଲିଗ୍ ମ୍ୟାଚ୍‌ରେ ୱେଲ୍ସକୁ ୪-୧ ଗୋଲ୍‌ରେ ପରାସ୍ତ କରି ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିଛି । ଦଳ ଆସନ୍ତା ୬ ତାରିଖରେ ଖେଳାଯିବାକୁ ଥିବା ସେମିଫାଇନାଲ୍ ମୁକାବିଲାରେ ପୁଲ୍‌-ଏ’ରେ ଦ୍ୱିତୀୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ୍‌କୁ ଭେଟିବ । ଗୁରୁବାର ମ୍ୟାଚ୍‌ରେ ହରମନ୍‌ପ୍ରୀତ୍ ସିଂହ ହ୍ୟାଟ୍ରିକ୍ ଗୋଲ୍ ଦେଇଥିଲେ । ସେ ଅଷ୍ଟାଦଶ ମିନିଟ୍‌ରେ ପ୍ରଥମ, ଊନବିଂଶ ମିନିଟ୍‌ରେ ଦ୍ୱିତୀୟ ଓ ୪୧ତମ ମିନିଟ୍‌ରେ ତାଙ୍କର ତୃତୀୟ ଗୋଲ୍ ସ୍କୋର୍ କରିଥିଲେ । ଦଳ ପକ୍ଷରୁ ଅନ୍ୟ ଗୋଲ୍‌ଟି ୪୯ତମ ମିନିଟ୍‌ରେ ଗୁରଜନ୍ତ ସିଂହ ଦେଇଥିଲେ । ପ୍ରତିପକ୍ଷ ୱେଲ୍ସ ପକ୍ଷରୁ ଏକମାତ୍ର ଗୋଲ୍‌ଟି ୫୫ତମ ମିନିଟ୍‌ରେ ଗାରେଥ୍ ଫର୍ଲୋଙ୍ଗ୍ ସ୍କୋର୍ କରିଥିଲେ ।

ଏହି ମ୍ୟାଚ୍‌ରେ ଭାରତ ପ୍ରଭାବଶାଳୀ ପ୍ରଦର୍ଶନ ପୂର୍ବକ ତୃତୀୟ କ୍ୱାର୍ଟର୍ ଶେଷ ସୁଦ୍ଧା ୩-୦ ଗୋଲ୍‌ରେ ଆଗୁଆ ଥିଲା । ଅନ୍ତିମ କ୍ୱାର୍ଟର୍‌ରେ ଦଳ ଆଉ ଗୋଟିଏ ଗୋଲ୍ କରିବା ଫଳରେ ୱେଲ୍ସ ୦-୪ ଗୋଲ୍‌ରେ ପଛୁଆ ରହିଥିଲେ । ଶେଷ ଭାଗରେ ଗୋଟିଏ ଗୋଲ୍ କରିଥିଲେ ମଧ୍ୟ ଦଳ କେବଳ ପରାଜୟର ବ୍ୟବଧାନକୁ ହ୍ରାସ କରିପାରିଥିଲା । ଏଥିସହ ଦଳ ୩ ବିଜୟ ଓ ଗୋଟିଏ ଡ୍ର ‘ ମାଧ୍ୟମରେ ୧୦ ପଏଣ୍ଟ୍ ପାଇର୍ ପୁଳ୍‌-ବି’ରେ ଶୀର୍ଷ ସ୍ଥାନରେ ରହିଛି । ସେହିପରି ପୁଲ୍‌-ଏ’ରେ ଦ୍ୱିତୀୟ ସ୍ଥାନରେ ଥିବା ଭାରତୀୟ ମହିଳା ହକି ଦଳ ଶୁକ୍ରବାର ସେମିଫାଇନାଲ୍ ମୁକାବିଲାରେ ପୁଲ୍‌-ବି’ରେ ଶୀର୍ଷ ସ୍ଥାନ ଦଖଲ କରିଥିବା ଅଷ୍ଟ୍ରେଲିଆକୁ ଭେଟିବ । ଗତ ୨୦୧୦ ଓ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ରୌପ୍ୟ ପଦକ ହାସଲ କରିଥିଲା । ୧୯୯୮ ଓ ୨୦୧୮ ଖେଳରେ ଭାରତର ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଟୋକିଓ ଅଲିମ୍ପିକରେ ବ୍ରୋଞ୍ଜ ପଦକ ହାସଲ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking