34.1 C
Bhubaneswar
Wednesday, May 1, 2024
Homeଓଡିଶାମଣିଷକୁ ଦିଆଗଲା ପଶୁ ଇନ୍‌ଜେକ୍ସନ୍‌!

ମଣିଷକୁ ଦିଆଗଲା ପଶୁ ଇନ୍‌ଜେକ୍ସନ୍‌!

ଭୁବନେଶ୍ୱର: ଆଜିକାଲି ଆମ ଚାରିପାଖରେ ଯାହାସବୁ ଘଟୁଛି, ତାହା ଶୁଣି ଭଲ ଲୋକର ମୁଣ୍ଡ ବି ଟିଣ ହେବା ଥୟ । କେତେବେଳେ ପୋଲିସ ନିର୍ଦ୍ଦୋଷୀକୁ ଜେଲରେ ପୂରାଇଲାଣି ତ କେତେବେଳେ ଡାକ୍ତର ଝାଡ଼ା ରୋଗୀଙ୍କୁ ଜ୍ୱର ମେଡିସିନ୍ ଦେଲେଣି । ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ । ଜଣେ ଅଣ୍ଟା ବିନ୍ଧା ରୋଗୀଙ୍କୁ ଡାକ୍ତର କୁକୁର ଇଞ୍ଜେକସନ୍ ଦେଇଥିବା ଖବର ଏବେ ଚାରିଆଡ଼େ ଚର୍ଚ୍ଚା ହେବାରେ ଲାଗିଛି ।

ଜଣାପଡ଼ିଛି ଯେ, ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ମହୁଲଡିହା ଗ୍ରାମରେ ଶ୍ରୀକାନ୍ତ ମହାନ୍ତ ନାମକ ଜଣେ ବ୍ୟକ୍ତି ରୁହନ୍ତି । କିଛିଦିନ ଧରି ଶ୍ରୀକାନ୍ତଙ୍କର ଅଣ୍ଟା ପ୍ରବଳ ବିନ୍ଧା ହେଉଥିଲା । ଠାକୁରମୁଣ୍ଡା ଡାକ୍ତରଖାନାର କ୍ୱାକ ବୋଲି ନିଜକୁ ପରିଚୟ ଦେଇଥିବା ଜଣେ ବ୍ୟକ୍ତି ନିକଟରେ ଗାଁକୁ ଆସିଥିଲେ । ଉକ୍ତ କ୍ୱାକଙ୍କୁ ବିଶ୍ୱନାଥ ନିଜର ସମସ୍ୟା ବିଷୟରେ କହିଥିଲେ । ଏହାପରେ ଉକ୍ତ କ୍ୱାକ ଜଣଙ୍କ ବିଶ୍ୱନାଥଙ୍କୁ ୩ଟି ପଶୁ ଇଞ୍ଜେକସନ ଫୋଡ଼ି ଦେଇଥିଲେ ।

ଶ୍ରୀକାନ୍ତଙ୍କୁ ପଶୁ ଇଞ୍ଜେକସନ ଫୋଡ଼ିବା ପରେ ଉକ୍ତ କ୍ୱାକ ଜଣଙ୍କ ଟଙ୍କା ମାଗିଥିଲେ । ଏନେଇ ଶ୍ରୀକାନ୍ତ ତାଙ୍କ ପୁଅଙ୍କୁ ଜଣାଇଥିଲେ । ତାଙ୍କ ବାପାଙ୍କୁ ଦିଆଯାଇଥିବା ଇଞ୍ଜେକସନ ପଶୁଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଶ୍ରୀକାନ୍ତଙ୍କ ପୁଅ ଜାଣିପାରି ଥିଲେ । ଏହାପରେ ଉକ୍ତ କ୍ୱାକଙ୍କୁ ମହୁଲଡିହା ଗ୍ରାମରେ ଅଟକ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ପୋଲିସରେ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking