30.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗମୋବାଇଲ ମରାମତି ନ ହେବାରୁ ଯୁବକ କଲେ ..

ମୋବାଇଲ ମରାମତି ନ ହେବାରୁ ଯୁବକ କଲେ ..

ନୂଆଦିଲ୍ଲୀ: ସଠିକ୍ ସମୟରେ ଯଦି ଆପଣଙ୍କ ମୋବାଇଲ ମରାମତି ନହୋଇପାରେ , ତେବେ ଆପଣ କଣ କରିବେ । ବେଶୀ ହେଲେ ନିହାତି ବିରକ୍ତ ପ୍ରକାଶ କରିବେ । ହେଲେ ଆପଣ ଏକ ଘଟଣା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଠିକ୍ ସମୟରେ ମୋବାଇଲଟି ମରାମତି ନହୋଇପାରିବାରୁ ଜଣେ ଯୁବକ ସପିଂ ମଲ୍ ଭିତରେ ନିଜ ଦେହରେ ନିଆଁ ଲଗାଇ ଦେଇଛି । ଆପଣ ଏହାକୁ ବିଶ୍ୱାସ କରିପାରୁଛନ୍ତି କି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ, କଥାଟି ସଂପୂର୍ଣ୍ଣ ରୂପେ ସତ । ଏହି ଘଟଣାଟି ଘଟିଛି ଦିଲ୍ଲୀର ରୋହିଣୀ ଅଂଚଳରେ । ଜଣେ ଯୁବକ ନିଜ ମୋବାଇଲଟି ସଠିକ୍ ସମୟରେ ରିପେୟାର ହୋଇନପାରିବାରୁ ଦେହରେ ନିଆଁ ଲଗାଇ ଦେଇଥିବା ଖବର ସାମ୍ନାକୁ ଆସିଛି । ପରେ ଖବର ପାଇ ରୋହିଣୀ ସାଉଥ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ଏହାର ତଦନ୍ତ ଆରମ୍ଭ କରିଛି । ମିଳିଥିବା ଖବର ଅନୁଯାୟୀ, ପ୍ରହଲ୍ଲାଦପୁର ନିବାସୀ ଭୀମ ସିଂହ ନାମକ ଜଣେ ୪୦ ବର୍ଷୀୟ ଯୁବକ ଏକ ମଲରେ ଥିବା ମୋବାଇଲ ସର୍ଭିସିଂ ସେଣ୍ଟରରେ ନିଜ ମୋବାଇଲ ଫୋନ ରିପେୟାରିଂ କରିବା ପାଇଁ ଦେଇଥିଲେ । ହେଲେ ଶୁକ୍ରବାର ସୁଦ୍ଧା ତାଙ୍କ ମୋବାଇଲ ମରାମତି ହୋଇପାରିନଥିଲା । ପରେ ଏହାକୁ ନେଇ ସର୍ଭିସ ସେଣ୍ଟରର କର୍ମଚାରୀ ଏବଂ ଭୀମ ସିଂହଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଏହାକୁ ନେଇ ସେ ମଲର ସିଡି ଉପରେ ଚଢି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ହେଲେ ସେଠାରେ ଉପସ୍ଥିତ ଥିବା ଲୋକେ ସମୟ ପୂର୍ବରୁ ନିଆଁ ଲିଭାଇ ତାଙ୍କୁ ଉଦ୍ଧାର କରିନେଇଥିଲେ । ପରେ ସ୍ଥାନୀୟ ପୋଲିସ ସୂଚନା ପାଇ, ଘଟଣାସ୍ଥଳରେ ପହଂଚି ଆହତ ଯୁବକଙ୍କୁ ଉଦ୍ଧାର କରି ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking