32.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶ୫ ବର୍ଷ ହେଲାଣି ଝିଅ ଖୋଜୁଛନ୍ତି ଏହି ବ୍ୟକ୍ତି, ସର୍ତ୍ତ ଶୁଣି ଭୟ କରୁଛନ୍ତି ଯୁବତୀ

୫ ବର୍ଷ ହେଲାଣି ଝିଅ ଖୋଜୁଛନ୍ତି ଏହି ବ୍ୟକ୍ତି, ସର୍ତ୍ତ ଶୁଣି ଭୟ କରୁଛନ୍ତି ଯୁବତୀ

ନୂଆଦିଲ୍ଲୀ : ବର୍ତ୍ତମାନର ଆଧୁନିକ ଯୁଗରେ ପ୍ରାୟତଃ ଅଧିକାଂଶ ଯୁବପିଢ଼ି ବିବାହ ପୂର୍ବରୁ ରିଲେସନ୍‌ସିପ୍‌ରେ ରହୁଛନ୍ତି । ମନକୁ ବୁଝିବା ଭଳି ସାଥୀଟିଏ ମିଳିଗଲେ ସମସ୍ତେ ତାକୁ ନିଜର କରିବାକୁ ଆଗେଇ ଆସନ୍ତି । ଏଭଳି ସ୍ଥିତିରେ ବର୍ତ୍ତମାନ ଭଲ ପାର୍ଟନରଟିଏ ମିଳିବା ଖୁବ୍ କଷ୍ଟକର । କିନ୍ତୁ ଏବେ ବି ଏମିତି କିଛି ଲୋକ ଅଛନ୍ତି, ଯେଉଁମାନଙ୍କୁ ସୁନ୍ଦର, ସୁଶୀଳା ତଥା ସିଙ୍ଗଲ ଝିଅ ଦରକାର । ଯାହାର ପୂର୍ବରୁ କେହି ବୟଫ୍ରେଣ୍ଡ୍ ବା ରିଲେସନ୍ ନ ଥିବ । ଏବେ ସେଭଳି ଜଣେ ମହିଳାଙ୍କୁ ଖୋଜୁଛନ୍ତି ୪୧ ବର୍ଷୀୟ ଡାନିଏଲ୍ । ଏହି ସମ୍ବନ୍ଧୀୟ ଏକ ପୋଷ୍ଟ ଯୋଗୁ ଏବେ ଚର୍ଚ୍ଚାରେ ରହିଛନ୍ତି ଏହି ଯୁବକ । ଡାନିଏଲ ଜଣେ ପ୍ରଫେସନାଲ ବୋର୍ଡ ଗେମିଂ ଡିଜାଇନର । ସେ ସବୁବେଳେ ନିଜ କାମରେ ବ୍ୟସ୍ତ ରହିଥାନ୍ତି । ଏଣୁ ସେ ନିଜ ପାଇଁ ଜଣେ ଏମିତି ସାଥୀ ଚାହୁଁଛନ୍ତି, ଯିଏ ତାଙ୍କ ଭଳି ବୁଦ୍ଧିମତୀ ହୋଇଥିବ ଓ ଯାହାର ତାଙ୍କ ଭଳି ଅନୁଭବ ଥିବ । ତେବେ ଭଲ ପାର୍ଟନର ଖୋଜୁଥିବା ଡାନିଏଲ ନିଜ ସହ ମ୍ୟାଚ୍ କରିବା ଭଳି ପାର୍ଟନର ଚାହୁଁଥିବା ନେଇ ୨୦୧୬ ମସିହାରେ ନିଜ ୱେବ୍‌ସାଇଟ୍‌ରେ ଏକ ବିଜ୍ଞାପନ ଦେଇଥିଲେ । ଏହି ବିଜ୍ଞାପନରେ ସେ ଏମିତି କିଛି ଅଦ୍ଭୁତ ସର୍ତ୍ତ ରଖିଥିଲେ ଯେ ଯାହା ଆଜି ଯାଏଁ ପୂରଣ ହୋଇପାରି ନାହିଁ । ଫଳ ସ୍ୱରୂପ ଆଜି ବି ଅବିବାହିତ ଅଛନ୍ତି ଡାନିଏଲ । ବିଜ୍ଞାପନରେ ଡାନିଏଲ୍ ଲେଖିଥିଲେ, ମୁଁ ଡାନିଏଲ । ଏହା ଶୁଣିବାକୁ ଟିକେ ଅଦ୍ଭୁତ ଲାଗିପାରେ । କିନ୍ତୁ ସତ । ମୁଁ ଜଣେ ଏମିତି ପାର୍ଟନର ଖୋଜୁଛି, ଯାହାର ପୂର୍ବରୁ କେହି ବୟଫ୍ରେଣ୍ଡ୍ ନଥିବେ କିମ୍ବା ସେ କାହା ସହ ସେକ୍ସ କରିନଥିବେ । ସେଭଳି ଯଦି କେହି ଝିଅ ଅଛନ୍ତି ତେବେ ମୋତେ ଯୋଗାଯୋଗ କରନ୍ତୁ । ମୋ ସହ ଆପଣ ସୋସିଆଲ ମିଡିଆରେ ସମ୍ପର୍କ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking