30.1 C
Bhubaneswar
Tuesday, May 21, 2024
Homeଓଡିଶାମମିତା ଜଳିଗଲେ, ବ୍ୟାଗ ଜଳିଲାନି !

ମମିତା ଜଳିଗଲେ, ବ୍ୟାଗ ଜଳିଲାନି !

ଭୁବନେଶ୍ୱର: ମମିତା ହତ୍ୟା ତଦନ୍ତ ଅଗ୍ରଗତି ନେଇ ଉତ୍ତରାଂଚଳ ଡିଆଇଜି ଦୀପକ କୁମାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଅଭିଯୁକ୍ତ ଗୋବିନ୍ଦ ସାହୁର ରିମାଣ୍ଡ ପରେ କୋର୍ଟ ଚାଲାଣ ହୋଇଛି । ଆବଶ୍ୟକ ହେଲେ ଅନ୍ୟତମ ଅଭିଯୁକ୍ତ ରାଧେକୁ ରିମାଣ୍ଡରେ ଅଣାଯିବ । ମମିତାଙ୍କ ମୋବାଇଲକୁ ଗୋବିନ୍ଦ ଜଳାଇ ଦେଇଥିବା କହିଛି । ଘଟଣା ସ୍ଥଳରୁ ଆମେ କିଛି ପୋଡା ମେଟାଲ ଓ ପ୍ଲାଷ୍ଟିକ ପାଇଛୁ । ଉକ୍ତ ମେଟାଲ୍ସ ଓ ପ୍ଲାଷ୍ଟିକକୁ ଫୋରେନସିକ ଲ୍ୟାବ ପଠା ଯାଇଛି ।ଆମକୁ ମୋଟ ୨ଟି ବ୍ୟାଗ ମିଳିଛି ବୋଲି କହିଛନ୍ତି ଉତ୍ତରାଂଚଳ ଡିଆଇଜି । ଗୋଟିଏ ଶବ ପୋଡାଯାଇଥିବା ଜାଗାରୁ ଓ ଗୋଟିଏ ରାଧେର ଘରୁ । କ୍ରାଇମ ସ୍ପଟରୁ ମିଳିଥିବା ବ୍ୟାଗ ପୀଡିତାଙ୍କ ପରିବାର ଚିହ୍ନଟ କରିଛନ୍ତି । ରାଧେର ଘରୁ ମିଳିଥିବା ବ୍ୟାଗଟିକୁ ପରିବାର ଚିହ୍ନଟ କରିପାରିନାହାନ୍ତି । ମମିତାଙ୍କ ଶବ ପୋଡିଗଲେ ବି ବ୍ୟାଗ କିଭଳି ପୋଡିଲାନି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଟେଷ୍ଟ ପାଇଁ ଫୋରେନସିକ ଲ୍ୟାବ ପଠା ଯାଇଛି । ରିପୋର୍ଟରେ ସ୍ପଷ୍ଟ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking