30.1 C
Bhubaneswar
Monday, May 20, 2024
Homeଓଡିଶାମାଟି ତଳୁ ମିଳିଥିବା ସୁନା ଚେନ୍ ଓ ପାଉଁଜି ମମିତାଙ୍କର, ଚିହ୍ନଟ କଲେ ଘର ଲୋକେ

ମାଟି ତଳୁ ମିଳିଥିବା ସୁନା ଚେନ୍ ଓ ପାଉଁଜି ମମିତାଙ୍କର, ଚିହ୍ନଟ କଲେ ଘର ଲୋକେ

ଭୁବନେଶ୍ୱର : ଘରୋଇ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାରେ ଆଜି ମାଟି ତଳୁ ମଣିଷ ଶରୀରର ପୋଡ଼ା ଅଂଶ ଓ ସୁନା ଚେନ୍, ବ୍ୟାଗ ଓ ପାଉଁଜି ମିଳିଛି । ମାଟିତଳୁ ମିଳିଥିବା ଜିନିଷ ମମତାଙ୍କର ବୋଲି ଜଣାପଡିଛି ବୋଲି କହିଛନ୍ତି ବଲାଙ୍ଗୀର ଡିଏସପି ବଟକୃଷ୍ଣ ମିଶ୍ର । ତାଙ୍କ ଜିନିଷ ସବୁ ପରିବାର ଲୋକେ ଦେଖି ଚିହ୍ନଟ କରିଛନ୍ତି । ମମିତାଙ୍କୁ ମାରି ମହାଲିଙ୍ଗ ନୋଡାଲ ହାଇସ୍କୁଲ ପଡ଼ିଆରେ ମାରି ପୋତି ଦିଆଯାଇଥିବା ସନ୍ଦେହରେ ପୋଲିସ ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ୍ ପରିସରରେ ମାଟି ଖୋଳା ଖୋଳି କରିଥିଲା । ଏହାପରେ ସେଠାରୁ ମିଳିଥିବା ଦଗ୍ଧ ମୃତଦେହଟି ମମିତା ମେହେରଙ୍କ ଶରୀରର ପୋଡ଼ାଅଂଶ ହୋଇଥିବା ସନ୍ଦେହ କରାଯାଉଛି । ମମିତାଙ୍କୁ ମାରି ପୋଡ଼ି ଦେବା ପରେ ପୋତି ଦିଆଯାଇଥିବା ପୋଲିସ ସନ୍ଦେହ କରୁଛି । ତେବେ ମୃତ ଦେହଟି ଚିହ୍ନଟ ପାଇଁ ମମିତାଙ୍କ ପରିବାର ଲୋକଙ୍କୁ ଘଟଣା ସ୍ଥଳକୁ ଡକା ଯାଇଥିବା ବେଳେ ଚିହ୍ନଟ ପ୍ରକ୍ରିୟା ପାଇଁ ଉଦ୍ଧାର ମୃତ ଶରୀରର ଡିଏନ୍‌ଏ ଟେଷ୍ଟ ହେବ।

ଅନ୍ୟପଟେ କଳାହାଣ୍ଡି ସନସାଇନ୍ ସ୍କୁଲ ଅଧ୍ୟାପିକା ମମିତା ମେହେର ନିଖୋଜ ମାମଲାରେ ଫେରାର ଗୋବିନ୍ଦ ସାହୁକୁ ମୋଷ୍ଟ ୱାଣ୍ଟେଡ ଘୋଷଣା କରିଛି ବଲାଙ୍ଗିର ପୋଲିସ । ଏହାସହ ମୋଷ୍ଟ ୱାଣ୍ଟେଡ ଗୋବିନ୍ଦର ଫଟୋ ଜାରି କରାଯାଇଛି । ଟିଟିଲାଗଡ଼ ପୋଲିସ ବ୍ୟାରେକ୍‌ରୁ ଛୁ ମାରିଥିଲା ଗୋବିନ୍ଦ ସାହୁ । ଗୋବିନ୍ଦକୁ ଧରିଲେ ଲକ୍ଷେ ଟଙ୍କା ମିଳିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking