ବ୍ୟୁରୋ :ମାଲେସିଆ ହେବ ତମାଖୁ ମୁକ୍ତ । ଯାହାର ସିଧାସଳଖ ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ ପଡିବ ।ଏକ୍ସପର୍ଟ ମାନଙ୍କର କହିବା ଅନୁଯାୟୀ ବର୍ତ୍ତମାନ ସମୟରେ କ୍ଷତି ହେଲେ ମଧ୍ୟ ଆଗକୁ ଏହାର ଫାଇଦା ମିଳିବ । ‘ଜେନରେସନାଲ ଏଣ୍ଡ ଗେମ ପଲିସି’ ଅନୁଯାୟୀ ସରକାର ୨୦୦୫ ପରେ ଜନ୍ମ ହୋଇଥିବା ଲୋକଙ୍କ ପାଇଁ ସିଗାରେଟ ବ୍ୟାନ କରି ପାରନ୍ତି । ଠିକ ଏହିପରି ନ୍ୟୁଜିଲାଣ୍ଡ ରେ ମଧ୍ୟ ତମାଖୁ ଉପରେ ବ୍ୟାନ ଲଗାଇବା ପାଇ ୨୦୨୨ ଜୁଲାଇରେ ସଂସଦରେ ବିଲ ପାସ ହୋଇଛି । ୱେଲସ ରେ ମଧ୍ୟ ୨୦୩୦ ଭିତରେ ଧୁମ୍ର ପାନ ନିଷେଧ କରିବାକୁ ପ୍ରସ୍ତୁତି ଚଳାଇଛି । ମାଲେସିଆନ ଗ୍ରୀନ ଲଙ୍ଗ ଆସୋସିଏସନ ର ସର୍ଭେ ଅନୁଯାୟୀ, ଅଧିକାଂଶ ଲୋକ ଏହି ନିଷ୍ପତ୍ତି ରେ ସହମତି କରିଛନ୍ତି ।ସେପଟେ ତମାଖୁ କମ୍ପାନୀ ଗୁଡିକ ଏ ନିଷ୍ପତ୍ତି ଉପରେ ଅସନ୍ତୁଷ୍ଟ ହୋଇ ଏହା ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପକାଇବ ବୋଲି କହିଛି ।୨୦୧୭ ରେ ମାଲେସିଆ ତମାଖୁ ବିକ୍ରି ରେ ୮୯୫ ମିଲିୟନ ୟୁଏସ ଡଲାର ରୋଜଗାର କରିଥିଲା । ଏହି ନିଷ୍ପତ୍ତି ଦ୍ୱାରା କଳାବଜାରି ବଢିବ ଏବଂ ଲୋକମାନେ ଲୁଚି ଛପି ସିଗାରେଟ ସେବନ କରିବେ ।