36.7 C
Bhubaneswar
Tuesday, April 16, 2024
Homeଦେଶ ବିଦେଶଦକ୍ଷିଣ ଆଫ୍ରିକାର ଏକ ଗାଁରେ ମୃତ୍ୟୁର ତାଣ୍ଡବ,ପ୍ରତି ମାସରେ ହେଉଛି ହତ୍ୟା

ଦକ୍ଷିଣ ଆଫ୍ରିକାର ଏକ ଗାଁରେ ମୃତ୍ୟୁର ତାଣ୍ଡବ,ପ୍ରତି ମାସରେ ହେଉଛି ହତ୍ୟା

ବ୍ୟୁରୋ :ନିଦ କଣ , ଏହା ଦକ୍ଷିଣ ଆପ୍ରିକାର ଏକ ଗାଁ ରେ ରହୁଥିବା ଲୋକମାନେ ଭୁଲି ଗଲେଣି ।ଦକ୍ଷିଣ ଆପ୍ରିକାର ଜିଙ୍ଗକୋଲ୍ୱେନି ଗାଁରେ ଏବେ ଚାଲିଛି ମୃତ୍ୟୁର ତାଣ୍ଡବ । ୩୦୦୦ ବର୍ଷ ପୁରୁଣା ଏହି ଗାଁରେ ପ୍ରତି ମାସରେ ଜଣଙ୍କୁ ହତ୍ୟା କରାଯାଉଛି ।ଲଗାତାର ଏହି ଗାଁ ରେ ହତ୍ୟା ହେଉଥିବାରୁ ଏହି ଗାଁକୁ କୁହାଯାଉଛି ‘ଦ ଭିଲେଜ ଅଫ ଡେଥ‘ । ଏଯାବତ୍ ୧୧ ଜଣ ଲୋକଙ୍କ ହତ୍ୟା ହୋଇ ସାରିଲାଣି । ଏଥିରେ ଅନେକ ମହିଳା ରହିଛନ୍ତି । ଯେଉଁ ମାନେ ଏକୁଟିଆ ରହି ଆସୁଥିଲେ । ରାତି ସମୟରେ ଛୁରୀରେ ସେମାନଙ୍କୁ ମାରି ହତ୍ୟା କରାଯାଉଛି ।୫୦ ବର୍ଷୀୟ ଜଣେ ମହିଳା କହିଛନ୍ତି କି ତାଙ୍କ ମା ଙ୍କୁ ୨୦୨୧ ରେ ହତ୍ୟା କରାଯାଇଥିଲା । ଯାହା ଥିଲା ପ୍ରଥମ ଘଟଣା ।ମୋ ମାର ଶବ କବାଟ ପାଖରେ ପଡିଥିଲା ।ଗଳା କାଟି ତାଙ୍କର ହତ୍ୟା କରାଯାଇଥିଲା । ଏହା ପରେ ତାଙ୍କ ମାଉସୀଙ୍କର ସେହି ଘରେ ମଧ୍ୟ ହତ୍ୟା କରାଯାଇଥିଲା ।ଯେଉଁଠାରେ ଦୁଇ ଭଉଣୀ କେବଳ ରହୁଥିଲେ ।ଆଶ୍ଚ ର୍ଯ୍ୟକର କଥା ହେଉଛି ଏହି ଘଟଣା କୁ ନାଁ କେହି ଦେଖିଥିଲେ ନା ଜାଣିଥିଲେ ।ଦକ୍ଷିଣ ଆଫ୍ରିକାର ବ୍ୱାର ଜୋନ ର ବାହାରେ ମଧ୍ୟ ଏକଦୁନିଆ ରହିଛି । ଯେଉଁ ଠାରେ ପ୍ରତି ୨୦ ମିନିଟ ରେ ହତ୍ୟା କରାଯାଇଥାଏ ।କିନ୍ତୁ ଲଗାତାର ହେଉଥିବା ଏହି ହତ୍ୟା ମାମଲାକୁ ନେଇ ପୁଲିସ ମଧ୍ୟ ଚିନ୍ତିତ ।
ଏପରି କେବେବି ହୋଇ ନ ଥିଲା –
ନିଜ ନାମକୁ ଗୋପନ ରଖି ଜଣେ ବ୍ୟକ୍ତି କହିଛନ୍ତି କି , ବୃଦ୍ଧ ଲୋକଙ୍କୁ ମାନସିକ ଉଦ୍ଦେଶ୍ୟ ରଖି ହତ୍ୟା କରାଯାଉଛି । ଦକ୍ଷିଣ ଆଫ୍ରିକାରେ ଆଗରୁ କେବେ ଏମିତି ଘଟଣା ଘଟି ନ ଥିଲା । ହତ୍ୟା ମାମଲାରେ ଏ ଯାଏଁ ୬ ଜଣ ଲୋକଙ୍କୁ ଗିରଫ କରାଯାଇଛି । ଏହା ଉପରେ ବିଚାର ୁନ ରୁ ଆରମ୍ଭ ହେବ । ସ୍ଥାନୀୟ ପୁଲିସ ର କହିବା ଅନୁଯାୟୀ, ଚୋରୀ ଉଦ୍ଦେଶ୍ୟରେ ଏପରି ହତ୍ୟା କରାଯାଉଛି । କିନ୍ତୁ ୬୪ ବର୍ଷିୟ ସ୍ଥାନୀୟ ଅଫିସର ଗସିନକାୟା କହିଛନ୍ତି ଚୋର ମାନଙ୍କୁ ଦୋଷ ଦେବା ଉଚିତ୍ ନୁହେଁ । ଚୋରୀ ପରେ ଯେତେବେଳେ ପୀଡିତାଙ୍କ ଘରକୁ ସର୍ଚ୍ଚ କରାଯାଇଥିଲା ତେବେ ଟଙ୍କା ଏବଂ ସୁନା ଗହଣା ସବୁ କିଛି ଠିକ ସ୍ଥାନରେ ରହିଥିଲା ।ପୁଲିସକୁ ପ୍ରମାଣ ଭାବରେ କେବଳ କପଡା ର କିଛି ଅଂଶ ମିଳିଛି ।ସିରିୟଲ କିଲର ର ଭୟରେ ଅନେକ ଲୋକ ଗାଁ ଛାଡିଥିବା ବେଳେ ମହିଳା ମାନେ ଏକାଠି ଶୟନ କରୁଛନ୍ତି ।
ମାସର ଆରମ୍ଭରେ ହୋଇଥାଏ ହତ୍ୟା-
ଏହି ଘଟଣାର ଅନୁସନ୍‌ଧାନ କରୁଥିବା ସ୍ପେଶାଲ ପୋଲିସ ୟୁନିଟ୍ ଘଟଣା ସ୍ଥଳକୁ ଅନେକ ଥର ଯାଇଛନ୍ତି ।ହତ୍ୟା କରିବାର ଏକ ଶୈଳୀ ରହିଛି । ଏହି ହତ୍ୟା ପ୍ରତ୍ୟେକ ମାସର ଆରମ୍ଭ ରେ ହୋଇଥାଏ ।ହତ୍ୟାକାଣ୍ଡର କୈାଣସି ପ୍ରମାଣ ମଧ୍ୟ ନାହିଁ । ଗାଁଟି ଏକ କୋଣରେ ରହିଥିବାରୁ ହତ୍ୟାକାରୀ ମାନେ ନିକଟର ହୋଇଥାଇ ପାରନ୍ତି ।ହତ୍ୟାକାରୀ ମାନେ ଯୁବକ ଏବଂ ଶକ୍ତିଶାଳୀ ହୋଇ ଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking