28.1 C
Bhubaneswar
Wednesday, January 22, 2025
Homeମହା ଶିବରାତ୍ରୀ୨୧ ଲକ୍ଷ ଦୀପରେ ପାଳନ ହେବ ମହାଶିବରାତ୍ରୀ; ଭାଙ୍ଗିବ ଅଯୋଧ୍ୟାର ରେକର୍ଡ

୨୧ ଲକ୍ଷ ଦୀପରେ ପାଳନ ହେବ ମହାଶିବରାତ୍ରୀ; ଭାଙ୍ଗିବ ଅଯୋଧ୍ୟାର ରେକର୍ଡ

ଉଜ୍ଜୈନ: ପବିତ୍ର ମହାଶିବରାତ୍ରୀରେ ଲକ୍ଷ ଲକ୍ଷ ଦୀପର ଜିକମିକ ଆଲୁଅରେ ଆଲୋକିତ ହେବ ଧାର୍ମିକ ସହର ଉଜ୍ଜୈନ । ଦ୍ୱୀପରେ ସଜେଇ ହେବ ଏଠାକାର ଶିପ୍ରା ନଦୀ କୂଳ । ଫେବୃଆରୀ ୧୮ ତାରିଖରେ ସାରା ଦେଶରେ ପାଳନ ହେବ ମହାଶିବରାତ୍ରୀ । ଏହି ସମୟରେ ଧର୍ମନଗରୀରେ ଶିବ ଜ୍ୟୋତି ଅର୍ପଣମ୍ ମହୋତ୍ସବ ଆୟୋଜିତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ ଅନେକ ଭିଭିଆଇପି ମଧ୍ୟ ଏହି କାର‌୍ୟ୍ୟକ୍ରମରେ ଯୋଗଦେବେ। କାର୍ଯ୍ୟକ୍ରମକୁ ସୁରୁଖୁରୁରେ ଆୟୋଜନ କରିବା ପାଇଁ ପ୍ରସ୍ତୁତି ଜାରି ରଖିଛି ଉଜ୍ଜୈନ ନଗର ନିଗମା ।

ଏ ନେଇ ସ୍ଥାନୀୟ ମେୟର ମୁକେଶ ତାଟୱାଲ କହିଛନ୍ତି ଯେ, ମହାଶିବରାତ୍ରିର ଏକ ନିର୍ଦ୍ଦିଷ୍ଟ ସମୟରେ ରାମଘାଟ, ଦତ୍ତ ଅଖରା ଘାଟ ଏବଂ ସୁନହରୀ ଘାଟରେ ଏହି ଦୀପଗୁଡ଼ିକ ଏକାଠି ଜଳାଯିବ। ଶିପ୍ରା ଘାଟ ବ୍ୟତୀତ ସମଗ୍ର ସହରରେ ଦୀପାବଳି ଭଳି ଏକ ପର୍ବ ପାଳନ କରାଯିବ ଏବଂ ଏହି ସମୟ ମଧ୍ୟରେ ୨୧ ଲକ୍ଷ ଦୀପ ଜଳାଯିବ । ସହରର ସମସ୍ତ ବାସିନ୍ଦାଙ୍କୁ ସନ୍ଧ୍ୟାରେ ନିଜ ଘରେ ଦୀପ ଜାଳିବା ପାଇଁ ଆହ୍ୱାନ ଦିଆଯାଇଛି। ଏହା ସହିତ ସର୍ବସାଧାରଣ ସ୍ଥାନ ଏବଂ ସରକାରୀ ଅନୁଷ୍ଠାନଗୁଡ଼ିକରେ ମଧ୍ୟ ଦୀପ ପ୍ରଜ୍ୱଳନ କରାଯିବ।

ଶିବ ଜ୍ୟୋତି ଆର୍ପଣମ୍ ମହୋତ୍ସବ ଅନୁଯାୟୀ ସହରରେ ଏକାସାଙ୍ଗରେ ୨୧ ଲକ୍ଷ ଦୀପ ପ୍ରଜ୍ୱଳିତ ହେଲେ ଏହା ଏକ ରେକର୍ଡ ସୃଷ୍ଟି କରିବ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ରାମନଗରୀ ଅଯୋଧ୍ୟାରେ ୧୫ ଲକ୍ଷ ୭୬ ହଜାର ଦୀପ ଏକାସାଙ୍ଗରେ ଜଳାଯାଇ ରେକର୍ଡ ହୋଇ ରହିଛି । କିନ୍ତୁ ଉର୍ଜ୍ଜେନର ଏହି ଯୋଜନା ଅଯୋଧ୍ୟାର ରେକର୍ଡ ଭାଙ୍ଗିବ ବୋଲି ଅନୁମାନ କରାଯାଉଛି । ତେବେ ଏହି କାର‌୍ୟ୍ୟକ୍ରମକୁ ସୁରୁଖୁରୁରେ ଶେଷ କରିବା ପାଇଁ ମ୍ୟୁନିସିପାଲିଟି କର୍ପୋରେସନ୍ ପ୍ରସ୍ତୁତିରେ ନିୟୋଜିତ ଅଛି । ଏହି ଉତ୍ସବ ପାଇଁ ୫୦ ହଜାର ଲିଟର ତେଲ ଏବଂ ୨୫ ଲକ୍ଷ କଟନ୍ ୱିକ୍ ମଧ୍ୟ କିଣାଯିବ । ମ୍ୟୁନିସିପାଲିଟି କର୍ପୋରେସନ ବ୍ୟତୀତ ଅନ୍ୟ ସରକାରୀ ବିଭାଗ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking