32.1 C
Bhubaneswar
Thursday, May 22, 2025
Homeଦେଶ ବିଦେଶମହାରାଷ୍ଟ୍ରରେ କରୋନା ସଂକ୍ରମଣରେ ଦ୍ରୁତ ବୃଦ୍ଧି

ମହାରାଷ୍ଟ୍ରରେ କରୋନା ସଂକ୍ରମଣରେ ଦ୍ରୁତ ବୃଦ୍ଧି

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସଂକ୍ରମଣ ପୁଣି ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି । ମୁମ୍ବାଇର ବିଭିନ୍ନ ଡାକ୍ତରଖାନାରେ ଆଇସିୟୁରେ ଲୋକଙ୍କ ଭର୍ତ୍ତି ବଢିଚାଲିଛି । ଏଭଳି ସ୍ଥିତି ପରେ କୋଭିଡ୍ ରୋଗୀଙ୍କୁ ବେଡ୍ ଦେବା ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଛି । ଡାକ୍ତରଖାନା ମଧ୍ୟ ହଠାତ୍ ବେଡର ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏପ୍ରିଲ ମାସ ତୁଳନାରେ ମେ ମାସରେ କୋଭିଡ୍ କାରଣରୁ ହସପିଟାଲରେ ଭର୍ତ୍ତି ହେଉଥିବା ଲୋକଙ୍କ ସଂଖ୍ୟା ୨୩୧ ପ୍ରତିଶତ ବୃଦ୍ଧି ପାଇଛି । ସୋମବାର ସୁଦ୍ଧା ସହରର ବିଭିନ୍ନ ଡାକ୍ତରଖାନାରେ ୨୧୫ ଜଣ ସଂକ୍ରମିତ ଭର୍ତ୍ତି ହୋଇଛନ୍ତି । ଗତ ଏପ୍ରିଲ ମାସରେ ୬୫ ଜଣ ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ସଂକ୍ରମିତଙ୍କ ମଧ୍ୟ ୬୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଛି । ସଂଖ୍ୟାରୁ ଜଣାପଡିଛି ୧୦ରୁ ୮ ଜଣ ସଂକ୍ରମିତଙ୍କ ବୟସ ୬୦ ବର୍ଷ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking