25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶବିଲେଇକୁ ବଞ୍ଚାଇବାକୁ ଯାଇ ଚାଲିଗଲା ୫ ଜୀବନ

ବିଲେଇକୁ ବଞ୍ଚାଇବାକୁ ଯାଇ ଚାଲିଗଲା ୫ ଜୀବନ

ମୁମ୍ବାଇ: ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାରେ ଏକ ବଡ ଅଘଟଣ ଘଟିଛି । ବିଲେଇକୁ ବଞ୍ଚାଇବାକୁ ଯାଇ ଏଠାରେ ୫ ଜଣଙ୍କ ଜୀବନ ଚାଲିଯାଇଛି । ପୁରା ଘଟଣାଟି ହେଉଛି, ବିଲେଇଟି ଗୋଟିଏ ଗୋବର ଗ୍ୟାସ ପ୍ଲାଣ୍ଟରେ ପଡିଯାଇଥିଲା । ତା’ ଭିତରୁ ବିଲେଇବାକୁ ବାହାର କରିବାକୁ ୬ ଜଣ ପଶିଥିବା ବେଳେ ଶ୍ବାସରୁଦ୍ଧ ହୋଇ ୫ ଜଣଙ୍କ ମୃତ୍ୟୁ ଘଟିଛି । ଜଣକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଗତକାଲି (ମଙ୍ଗଳବାର) ସନ୍ଧ୍ୟାରେ ଅହମ୍ମଦନଗର ଅନ୍ତର୍ଗତ ୱାକାଡି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି ।

ମୃତକମାନେ ହେଲେ ମାଣିକରାଓ ଗୋବିନ୍ଦ କାଲେ (୬୫), ସନ୍ଦୀପ ମାଳିକ କାଲେ (୩୬), ଅନୀଲ ବାପୁରାଓ କାଲେ (୫୮), ବିଶାଲ ଅନୀଲ କାଲେ (୨୩) ଓ ବାବାସାହେବ ପୱାର (୩୫) । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବିଲେଇବାକୁ ବାହାର କରିବାକୁ ପ୍ରଥମେ ଜଣେ ଗୋବର ଗ୍ୟାସ ପ୍ଲାଣ୍ଟ ଭିତରେ ପଶିଥିଲେ । ହେଲେ ସେ ନିଜେ ଫସି ରହିଯିବାରୁ ତାଙ୍କୁ ଉଦ୍ଧାର କରିବା ଲାଗି ଜଣକ ପରେ ଜଣେ ଆଉ ୫ ଜଣ ଏହି ବାୟୋଗ୍ୟାସ ପ୍ଲାଣ୍ଟ ଭିତରକୁ ଯାଇଥିଲେ । କିନ୍ତୁ କେହି ବି ବାହାରି ପାରିନଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଁ ସେତେବେଳକୁ ୫ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ସୌଭାଗ୍ୟବଶତଃ ଏଥିରେ ଜଣକ ଜୀବନ ବଞ୍ଚିଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking