27.1 C
Bhubaneswar
Monday, May 13, 2024
Homeଜୀବନଶୈଳୀଝରଣା ଜଳରେ ହୁଏ ମହାଦେବଙ୍କ ଜଳାଭିଷେକ

ଝରଣା ଜଳରେ ହୁଏ ମହାଦେବଙ୍କ ଜଳାଭିଷେକ

ନୂଆଦିଲ୍ଲୀ: ଶିବ ପୁରାଣରେ, ଶିବ ଲିଙ୍ଗ ଉପରେ ଜଳ ଅର୍ପଣ କରିବା ନେଇ ବିଧି ବିଧାନ ଉପରେ ବର୍ଣ୍ଣନା କରାଯାଇଛି । ଏହା ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ପ୍ରତିଦିନ ଶିବ ଲିଙ୍ଗ ଉପରେ ଜଳାଭିଷେକ କରୁଛନ୍ତି ତାହାଲେ ତାଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ସେହିପରି ଏଥିରେ କ୍ଷୀର, ଘିଅ, ମହୁ ଇତ୍ୟାଦି ଅନ୍ୟାନ୍ୟ ପଦାର୍ଥକୁ ଶିବ ଲିଙ୍ଗ ଉପରେ ଅଭିଷେକ କରିବା ବିଷୟରେ କୁହାଯାଇଛି । ଏହି ସବୁ ଜିନିଷରେ ଅଭିଷେକ କରିବା ଦ୍ବାରା ଅଲଗା ଅଲଗା ଫଳ ମିଳିଥାଏ ।
ଶିବ ଲିଙ୍ଗ ଉପରେ ଅର୍ପଣ କରାଯାଉଥିବା ଜଳ ଅମୃତ ସମାନ ହୋଇଥାଏ ।ଶିବ ପୂରାଣ ରେ କୁହାଯାଇଛି ଯେ, ଶିବ ଲିଙ୍ଗ ଉପରେ ଅପର୍ଣ କରାଯାଉଥିବା ଜଳକୁ ଅଳ୍ପ ଅଳ୍ପ କରି ୩ ଥର ପିଇବା ଦ୍ବାରା ଅନେକ ପ୍ରକାର ରୋଗରୁ ମୁକ୍ତ ମିଳିଥାଏ । ଏହାକୁ ପିଇବା ଦ୍ବାରା ଆହୁରି ଅନେକ ଲାଭ ମଧ୍ଯ ହୋଇଥାଏ । ବିଶ୍ୱାସ ରହିଛି ଯେ, ଯଦି କୌଣସି ବ୍ୟକ୍ତି ପ୍ରତିଦିନ ଶିବ ଲିଙ୍ଗ ଉପରେ ଜଳାଭିଷେକ କରିନ୍ତି ତାହାଲେ ଧନ ପ୍ରାପ୍ତ ସହ ବ୍ୟବସାୟରେ ମଧ୍ଯ ଅଗ୍ରଗତି ହୋଇଥାଏ । ଶିବଲିଙ୍ଗ ଉପରେ ଜଳ ଅର୍ପଣ କରିବା ଦ୍ବାରା ମନ ଶାନ୍ତ ହୋଇଥାଏ । ନକାରାତ୍ମକ ଭାବନା ମଧ୍ଯ ଦୂର ହୋଇଥାଏ । ଏହାକୁ ନେଇ ଏକ କାହାଣୀ ମଧ୍ଯ ରହିଛି, ଯେତେବେଳେ ଭୋଳାନାଥ ବିଷ ପାନ କରିଥିଲେ ସେ ସମୟରେ ତାଙ୍କୁ ଶାନ୍ତ କରିବା ଲାଗି ଦେବତାମାନେ ତାଙ୍କ ଉପରେ ପାଣି ଢାଳି ତାଙ୍କୁ ଶାନ୍ତ କରାଇଥିଲେ ।
ସନାତନ ଧର୍ମରେ ଭଗବାନ ଶିବଙ୍କୁ ବହୁତ ମାନ୍ୟତା ଦିଆଯାଇଛି । ଶିବଙ୍କ ମନ୍ଦିର ଭାରତ ବର୍ଷରେ ସବୁ ସ୍ଥାନରେ ରହିଛି । ତେବେ ଭଗବାନ ଶିବଙ୍କ ନିବାସ ସ୍ଥଳ କୈଳାସ ପର୍ବତ ବୋଲି କୁହାଯାଏ । ଉତ୍ତରାଖଣ୍ଡକୁ ଦେବଭୂମିର ମାନ୍ୟତା ଦିଆଯାଇଛି । ତେବେ ଆଜି ଆପଣଙ୍କୁ ଆମେ ଏମିତି ମନ୍ଦିର ସମ୍ପକ ର୍ରେ କହିବୁ ଯାହାର ବର୍ଣ୍ଣନା ସ୍କନ୍ଧ ପୁରାଣ ମାନସ ଖଣ୍ଡରେ ରହିଛି । ଏହାଛଡ଼ା ଏଠାରେ ଏମିତି ଏକ ଝରଣା ରହିଛି ଯେଉଁଠି ଖୋଦ ମହାଦେବ ଜଳାଭିଷେକ କରନ୍ତି । ଏହି ମନ୍ଦିର ନାମ ହେଉଛି ପୁଙ୍ଗେଶ୍ୱର ମହାଦେବ ମନ୍ଦିର । ଉତ୍ତରାଖଣ୍ଡ ପେଥୋରଗଡ଼ରେ ଏହା ଅବସ୍ଥିତ । ଏଠାରେ ଶିବ ଲିଙ୍ଗ ସୁପାରି ରୂପରେ ବିରାଜମାନ ।
ଯୁଗେଶ୍ୱର ମନ୍ଦିରର ଇତିହାସ :
ଏହି ଶିବ ମନ୍ଦିରର ନିର୍ମାଣ କତ୍ୟୁରୀ ରାଜ ଶାସନ (୭ ରୁ ୧୧ ମ ଶତାବ୍ଦୀ) ମଧ୍ୟରେ ହୋଇଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୂର୍ବରୁ କୈଳାସ ମାନସରୋବର ଯାତ୍ରା ଆରମ୍ଭ ଏହି ମନ୍ଦିରରେ ଦର୍ଶନ ପରେ ହୋଇଥାଏ ।
ମାନ୍ୟତା ରହିଛି ଯେ ଭଗବାନ ଶିବ ମାତା ପାର୍ବତୀଙ୍କୁ ବିବାହ କରିବା ପରେ ଏହି ମାର୍ଗ ଦେଇ କୈଳାସ ଯିବା ବାଟରେ ଏହି ଠାରେ ବିଶ୍ରାମ ନେଇଥିଲେ । ଏଠାରେ ପ୍ରଭୁଙ୍କ ସୁପାରି ବା ଗୁଆ ଖସିଥିଲା । ଯେଉଁ ସ୍ଥାନରେ ଗୁଆ ଖସିଥିଲା ସେଠାରେ ଭଗବାନ ଶିବ ସୁପାରି ରୂପରେ ବିରାଜମାନ ଅଛନ୍ତି । ପୁଙ୍ଗି ନାମରେ ବିଖ୍ୟାତ ଏହି ସ୍ଥାନ ଯୋଗୁ ଭଗବାନ ଶିବ ପୁଙ୍ଗୀଶ୍ୱର ମହାଦେବ ଭାବରେ ଏଠାରେ ମାନ୍ୟତା ପାଇଛନ୍ତି ।
ସ୍କନ୍ଧ ପୁରାଣ ମାନସ ଖଣ୍ଡରେ ଏହି ମନ୍ଦିରର ନାମ ‘ପୁଙ୍ଗୀଶ୍ୱର ମନ୍ଦିର ’ ଭାବରେ ମାନ୍ୟତା ପାଇଛି । ଏହି ମନ୍ଦିରର ଉତ୍ତରରେ ଥିବା ଝରଣା ଦେଇ ଗିରିଗଙ୍ଗା ନଦୀ ବହି ଯାଉଛି । ଏହି ଝରଣା ଜଳରେ ଭଗବାନ ଶିବ ଜଳାଭିଷେକ କରନ୍ତି । ଏଠାରେ ଥିବା ‘ଲୁମ୍ବକା’ ନାମକ ବିଶାଳ ଗୁମ୍ଫାରେ ମହାଦେବ କିଛି ବର୍ଷ ଧରି ତପସ୍ୟା କରିଥିଲେ । ପ୍ରାକୃତିକ ପରିବେଶରେ ପୂର୍ଣ୍ଣ ଏହି ସ୍ଥାନକୁ ଭାରତର ସବୁ କୋଣରୁ ପର୍ଯ୍ୟଟକମାନେ ଦର୍ଶନ ପାଇଁ ଆସିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking