27.1 C
Bhubaneswar
Sunday, July 27, 2025
Homeଓଡିଶାଶିମିଳିପାଳ ଅଭୟାରଣ୍ୟରେ ନିର୍ଭୟରେ ବୁଲୁଛି ମହାବଳ

ଶିମିଳିପାଳ ଅଭୟାରଣ୍ୟରେ ନିର୍ଭୟରେ ବୁଲୁଛି ମହାବଳ

ବ୍ୟୁରୋ : ବନ୍ୟ ଜନ୍ତୁ ପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର । ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ ନିର୍ଭୟରେ ବୁଲୁଥିବାର ଭିଡିଓ ସେୟାର କରିଛି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ। ଅଭୟାରଣ୍ୟ କର୍ତ୍ତୃପକ୍ଷ ନିଜ ସୋସିଆଲ ମିଡ଼ିଆ ‘ଏକ୍ସ’ରେ ଏହି ଭିଡିଓକୁ ସେୟାର କରିଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳିଛି, ମହାବଳ ବାଘଟି ଘଞ୍ଚ ଜଙ୍ଗଲ ଭିତରେ  ବୁଲୁଛି। ମଝିରେ ମଝିରେ ବାଘଟି ହାଇ ବି ମାରୁଛି । ବେଳେ ବେଳେ ସେ ନିଜ ଦେହକୁ ଜିଭରେ ଚାଟୁଥିବା ଦେଖିବାକୁ ମିଳିଛି ।  ସେହି ବାଘଟି ହେଉଛି ଏକ  ମାଈ ବାଘ। କୁହାଯାଉଛି ଏକ ମାଈ ବାଘ ଦୁଇ ବର୍ଷ ତଳେ ୪ଟି ଛୁଆ ଜନ୍ମ ଦେଇଥିଲା। ଇଏ ସେହି ୪ ଛୁଆଙ୍କ ମଧ୍ୟରୁ ଜଣେ ବୋଲି ଅନୁମାନ କରାଯାଉଛି । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଦକ୍ଷିଣ ଡିଭିଜନ ପକ୍ଷରୁ ୧ ମିନିଟ ୫୨ସେକେଣ୍ଡର ଏକ ଭିଡିଓ ଫୁଟେଜ  କର୍ତ୍ତୃପକ୍ଷ ପକ୍ଷରୁ  ଟୁଇଟ କରାଯିବା ପରେ ଏହାକୁ ବହୁଳ ମାତ୍ରାରେ ବନ୍ୟପ୍ରାଣୀ ପ୍ରେମୀ ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ ଯେ, ଶିମିଳିପାଳରେ ୨୦୧୮ରେ ମାତ୍ର ୮ଟି ବାଘ ଥବା ନେଇ ସୂଚନା ଦିଆଯାଇଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ୧୬କୁ ବୃଦ୍ଧି ପାଇଥିବା କୁହାଯାଇଛି।ସେପଟେ ଏହି ଭିଡିଓ ଫୁଟେଜରେ ଏହା ୧୭ନଂ ବାଘ ବୋଲି ଶିମିଳିପାଳ କର୍ତ୍ତୃପକ୍ଷ ଦାବି କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ଆସନ୍ତା ୧୪ରେ ଶିମିଳିପାଳ ପର୍ଯ୍ୟଟକଙ୍କ ନିମନ୍ତେ ଖୋଲାଯିବାକୁ ଥିବା ବେଳେ ଏଭଳି ଖବର ନିଶ୍ଚିତ ଭାବେ ପର୍ଯ୍ୟଟକଙ୍କୁ ଶିମିଳିପାଳ ଆସିବା ପାଇଁ ବାଧ୍ୟ କରିବ । ଶିମିଳିପାଳ ଅଭୟାରଣ୍ୟରେ ଗତ କିଛି ଦିନ ହେଲାଣି ପ୍ରବେଶ ନିଷେଧ କରାଯାଇଛି। ଶିକାର ରୋକିବା ପାଇଁ ବର୍ତମାନ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking