38.1 C
Bhubaneswar
Monday, April 15, 2024
Homeମହା ଶିବରାତ୍ରୀଶିବ ତତ୍ତ୍ଵର ପ୍ରେରଣା ଜୀବନରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିପାରେ

ଶିବ ତତ୍ତ୍ଵର ପ୍ରେରଣା ଜୀବନରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିପାରେ

ସତ୍ୟ, ଶିବ ଓ ସୁନ୍ଦର– ଏ ତିନି ଶାଶ୍ବତ ମୂଲ୍ୟ, ଭାରତୀୟ ସଂସ୍କୃତି ଓ ମାନବ ଜୀବନ ସହିତ ସଂବଦ୍ଧ । ଏହି ଭାରତର ମହାନ ସଂସ୍କୃତି ଆମକୁ ଜୀବନର ସତ୍ୟର ନିକଟବର୍ତ୍ତୀ କରାଇଥାଏ ଏବଂ ମାନବୀୟ ମୂଲ୍ୟଗୁଡିକ ସହିତ ପରିଚୟ କରାଇଥାଏ । ଆମର ଏଠାରେ ଯେଉଁ ଦେବତାମାନଙ୍କର ଉପାସନା କରାଯାଏ, ସେମାନଙ୍କ ଠାରେ ନିହିତ ତତ୍ତ୍ଵର ପ୍ରେରଣା ଆମକୁ ଜୀବନର ଅର୍ଥ ଓ ଜୀବନଯାପନର କଳା ଶିଖାଇ ଥାଏ । ସେଥି ମଧ୍ୟରୁ ଜଣେ ହେଉଛନ୍ତି ଭଗବାନ ଶିବ l

ସୃଷ୍ଟିର ଉତ୍ପତ୍ତି ସ୍ଥିତି ଓ ସଂହାରର ଦେବତା ହେଉଛନ୍ତି ଶିବ । ଶିବ ଅନାଦି, ସୃଷ୍ଟି ପ୍ରକ୍ରିୟାର ଆଦିସ୍ରୋତ ତଥା ସେ ହିଁ ମହାକାଳ ଅଟନ୍ତି । ଭଗବାନ ଶିବ ସମସ୍ତ ଦେବଙ୍କର ଅଧିପତି ହୋଇଥିବାରୁ ତାଙ୍କୁ ମହାଦେବ ବି କୁହାଯାଏ । ଶିବ ମହାଦେବ ରୂପେ ସର୍ବପୂଜ୍ୟ ଓ ସର୍ବମାନ୍ୟ ଅଟନ୍ତି, କାରଣ ତାଙ୍କର ବ୍ୟକ୍ତିତ୍ଵ ବଡ଼ ବିଲକ୍ଷଣ । ତାଙ୍କ ବ୍ୟକ୍ତିତ୍ବର ଆନ୍ତରିକ ପକ୍ଷର ବ୍ୟାଖ୍ୟା କରିବା ତ ଅତି ଦୁଷ୍କର, କିନ୍ତୁ ବାହ୍ୟ ସ୍ୱରୂପକୁ ଦେଖି ହିଁ ଦିବ୍ୟତାର ଆକଳନ କରାଯାଇପାରେ ।

ଭଗବାନ ଶିବ ଯେଉଁ ସବୁ ପ୍ରତୀକ ଧାରଣ କରିଛନ୍ତି, ସେ ସବୁର ପଛରେ ଗହନ ଜୀବନ ଦର୍ଶନ ବିଦ୍ୟମାନ । ଶିବତତ୍ତ୍ଵର ମୂଳ ସ୍ବରୂପକୁ ବୁଝିଗଲେ ତାଙ୍କ ଉପାସନାର ମହତ୍ତ୍ଵ ଅନେକ ଗୁଣ ବଢିଯାଏ ଏବଂ ତାଙ୍କର ଆରାଧନା କେବଳ କର୍ମକାଣ୍ଡର ପ୍ରତୀକ ହୋଇ ରହେ ନାହିଁ, ବରଂ ତାହା ପ୍ରେରଣା ଓ ପ୍ରକାଶ ରୂପେ ଜୀବନକୁ ଆଲୋକିତ କରିଥାଏ ।

ଭଗବାନ ଶିବଙ୍କର ଏକ ତୃତୀୟ ନେତ୍ର ଅଛି । ତାଙ୍କର ଏହି ତୃତୀୟ ନେତ୍ର ଯେବେ ଖୋଲିଥାଏ ତ ସୃଷ୍ଟିରେ ପ୍ରଳୟ ଆସେ ବୋଲି କୁହାଯାଏ । ପ୍ରତୀକ ରୂପେ ଦେଖିଲେ ଏହା ବିବେକର ସୂଚକ ଅଟେ । ଆଖି ଓ ଇନ୍ଦ୍ରିୟଗୁଡିକ ଦ୍ଵାରା ଦେଖିବା ସର୍ବଦା ସତ୍ୟ ହୋଇ ନ ଥାଏ । ଯେପର୍ଯ୍ୟନ୍ତ ଆମେ କେବଳ ଏହି ଇନ୍ଦ୍ରିୟଗୁଡିକ ଉପରେ ନିର୍ଭରଶୀଳ ରହିବା, ସେପର୍ଯ୍ୟନ୍ତ ସତ୍ୟ ପାଖରେ ପହଞ୍ଚି ପାରିବା ନାହିଁ । ବିବେକର ଜାଗରଣ ବେଳେ ପ୍ରଚଳିତ ପୁରାତନ ମାନ୍ୟତାଗୁଡିକର ନାଶ ହୋଇଥାଏ ଏବଂ ଏକ ନବୀନ ଜୀବନ ପ୍ରାରମ୍ଭ ହୋଇଥାଏ ଏହି ତୃତୀୟ ନେତ୍ର ସଂଜ୍ଞାନର, ସୂକ୍ଷ୍ମ ଦୃଷ୍ଟିର, ଦିବ୍ୟ ଅନ୍ତଃକରଣର ଜ୍ୟୋତିର ପ୍ରତୀକ ଅଟେ । ପୁଣି ଏହାକୁ ଜାଗ୍ରତ ଆଜ୍ଞାଚକ୍ରର ସ୍ଥାନ ବି କୁହାଯାଇପାରେ ।

ଶିବଙ୍କ ମସ୍ତକରେ ଚନ୍ଦ୍ର ଓ ଜଟାରେ ମା’ ଗଙ୍ଗା ଅଛନ୍ତି । ଏମାନେ ମସ୍ତିଷ୍କର ଶୀତଳତାର ପ୍ରତୀକ ଅଟନ୍ତି । ଜୀବନରେ ସଫଳତା ପାଇବାକୁ ହେଲେ ମସ୍ତିଷ୍କକୁ ଶାନ୍ତ ରଖୁବା ଅତି ଆବଶ୍ୟକ । ଯେତେ ସବୁ କଳହ, ଅପରାଧ, ହିଂସା ଭଳି ଦୁଷ୍କର୍ମ ହୋଇଥାଏ, ସେ ସବୁର କାରଣ ଉତ୍ତେଜନା ଓ ଅଧୀରତା ଅଟେ । କ୍ରୋଧାଦି ଦୁର୍ଭାବ ଦ୍ଵାରା ଅନୁଚିତ କୃତ୍ୟ ହୋଇଯାଏ । ଭଗବାନ ଶିବଙ୍କ ଦ୍ଵାରା ଧାରଣ କରାଯାଇଥିବା ଚନ୍ଦ୍ର ଓ ଗଙ୍ଗା ସ୍ଥିରତା, ପବିତ୍ରତା, ଶାନ୍ତି ଓ ଶୀତଳତାର ସନ୍ଦେଶ ବାହକ ଅଟନ୍ତି ।

‘ଭଗବାନ ଶିବ ନିଜ କଣ୍ଠରେ ବିଷ ଧାରଣ କରିଛନ୍ତି । ଏଥୁରୁ ଶିକ୍ଷା ମିଳେ ଯେ ବ୍ୟକ୍ତି ନିଜର କଟୁତା ଓ ତିକ୍ତ ଅନୁଭବଗୁଡିକୁ ବ୍ୟକ୍ତ କରି ବାହାରେ ବାଣ୍ଟିବା ଅନୁଚିତ ଏବଂ ନିଜେ ହୃଦୟଙ୍ଗମ କରି ସେଗୁଡିକୁ ଭିତରକୁ ନେବା ଅନୁଚିତ । ଯାହା ନିଜ ପାଇଁ ଓ ସମାଜ ପାଇଁ କ୍ଷତିକାରକ, ତାହାକୁ ତାହାର ସୀମା ଭିତରେ ରଖି ହିଁ ଏହି ବିଷର ନିଦାନ ସମ୍ଭବ ।। ଭଗବାନ ଶିବ ନିଜ ହାତରେ ତ୍ରିଶୂଳ ଓ ଡମ୍ବରୁ ଧରିଥାନ୍ତି । ତ୍ରିଶୂଳ ତିନି ଲୋକ, ତିନି ଗୁଣ, ତିନି ନାଡୀ ଆଦିରେ ସନ୍ତୁଳନର ପ୍ରତୀକ ଅଟେ । ଯଦି ଏସବୁ ସମ୍ୟକ୍ ରୂପେ କ୍ରିୟାଶୀଳ ରହିବ, ତାହେଲେ ସୃଷ୍ଟିର ସନ୍ତୁଳନ ବଜାୟ ରହିପାରିବ । ଶିବ ଏହି ଦାୟିତ୍ଵ ନିଜ ହାତରେ ରଖୁଛନ୍ତି, ସେଥିପାଇଁ ଏ ସମଗ୍ର ଚରାଚର ଜଗତର ବ୍ୟବସ୍ଥା କାଏମ ରହିଛି l ଡମ୍ବରୁ ସଂଗୀତର, ଜାଗୃତିର ଓ ଉଲ୍ଲାସ ର ପ୍ରତୀକ l ଭଗବାନ ଶିବଙ୍କୁ ସଂଗୀତର ଜନକ ମନେ କରାଯାଏ । ସଙ୍ଗୀତ ହେଉଛି ସେହି ଶକ୍ତି , ଯଦ୍ଦ୍ୱାରା ଜୀବନରେ ମୃଦୁତା ଅଛି, ରସ ଅଛି, ଆନନ୍ଦ, ଅଧ୍ୟାତ୍ମ ଅଛି, ନାଦ ଅଛି । ଏହା ପରମ ଜାଗରଣ ମଧ୍ୟ । ଯେତେବେଳେ ମାନବୀୟ ଚେତନା ସୁପ୍ତ ହେବାରେ ଲାଗେ, ଥକିଯିବାରେ ଲାଗେ, ନିରାଶ-ହତାଶ, ଶୁଷ୍କ ହେବାରେ ଲାଗେ, ସେତେବେଳେ ଶିବଙ୍କ ଡମରୁ ହିଁ ତାହାକୁ ଏହି ସ୍ଥିତିରୁ ମୁକ୍ତ କରିଥାଏ ।

ଏହା ବ୍ୟତୀତ ଅନେକାନେକ ବିରୋଧାଭାସର ଅତିସୁନ୍ଦର ସମନ୍ୱୟ ଭଗବାନ ଶିବଙ୍କ ଜୀବନରେ ଦେଖିବାକୁ ମିଳେ । ଏକ ପକ୍ଷରେ ସେ ପରମ କଲ୍ୟାଣକାରୀ, ଭୋଳା, ଭଣ୍ଡାରୀ ତ ଅନ୍ୟ ପକ୍ଷରେ ତାଣ୍ଡବ କରୁଥିବା ମହାରୁଦ୍ର ମଧ୍ୟ । ତାଙ୍କ ଭଳି ମନୁଷ୍ୟ ଶ୍ରେଷ୍ଠର ସଂରକ୍ଷକ ଓ ଅନୀତିର ସଂହାରକ ହେବା ଉଚିତ । ଶୁଭ ଓ ସତ୍ୟ ପ୍ରତି ସଂବେଦନଶୀଳ ଏବଂ ଅଶୁଭ ପ୍ରତି କଠୋର ହେବା ଦରକାର । ମହାଦେବ ଗୃହସ୍ଥ ଓ ବୀତରାଗ ଆଦି ଯୋଗୀ ମଧ୍ୟ । ତାଙ୍କର ଏହି ଗୁଣ ସନ୍ଦେଶ ଦେଇଥାଏ ଯେ ଯୋଗଶିବ ତତ୍ତ୍ଵର ପ୍ରେରଣା ଜୀବନରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିପାରେ

ସତ୍ୟ, ଶିବ ଓ ସୁନ୍ଦର– ଏ ତିନି ଶାଶ୍ବତ ମୂଲ୍ୟ, ଭାରତୀୟ ସଂସ୍କୃତି ଓ ମାନବ ଜୀବନ ସହିତ ସଂବଦ୍ଧ । ଏହି ଭାରତର ମହାନ ସଂସ୍କୃତି ଆମକୁ ଜୀବନର ସତ୍ୟର ନିକଟବର୍ତ୍ତୀ କରାଇଥାଏ ଏବଂ ମାନବୀୟ ମୂଲ୍ୟଗୁଡିକ ସହିତ ପରିଚୟ କରାଇଥାଏ । ଆମର ଏଠାରେ ଯେଉଁ ଦେବତାମାନଙ୍କର ଉପାସନା କରାଯାଏ, ସେମାନଙ୍କ ଠାରେ ନିହିତ ତତ୍ତ୍ଵର ପ୍ରେରଣା ଆମକୁ ଜୀବନର ଅର୍ଥ ଓ ଜୀବନଯାପନର କଳା ଶିଖାଇ ଥାଏ । ସେଥି ମଧ୍ୟରୁ ଜଣେ ହେଉଛନ୍ତି ଭଗବାନ ଶିବ l

ସୃଷ୍ଟିର ଉତ୍ପତ୍ତି ସ୍ଥିତି ଓ ସଂହାରର ଦେବତା ହେଉଛନ୍ତି ଶିବ । ଶିବ ଅନାଦି, ସୃଷ୍ଟି ପ୍ରକ୍ରିୟାର ଆଦିସ୍ରୋତ ତଥା ସେ ହିଁ ମହାକାଳ ଅଟନ୍ତି । ଭଗବାନ ଶିବ ସମସ୍ତ ଦେବଙ୍କର ଅଧିପତି ହୋଇଥିବାରୁ ତାଙ୍କୁ ମହାଦେବ ବି କୁହାଯାଏ । ଶିବ ମହାଦେବ ରୂପେ ସର୍ବପୂଜ୍ୟ ଓ ସର୍ବମାନ୍ୟ ଅଟନ୍ତି, କାରଣ ତାଙ୍କର ବ୍ୟକ୍ତିତ୍ଵ ବଡ଼ ବିଲକ୍ଷଣ । ତାଙ୍କ ବ୍ୟକ୍ତିତ୍ବର ଆନ୍ତରିକ ପକ୍ଷର ବ୍ୟାଖ୍ୟା କରିବା ତ ଅତି ଦୁଷ୍କର, କିନ୍ତୁ ବାହ୍ୟ ସ୍ୱରୂପକୁ ଦେଖି ହିଁ ଦିବ୍ୟତାର ଆକଳନ କରାଯାଇପାରେ ।

ଭଗବାନ ଶିବ ଯେଉଁ ସବୁ ପ୍ରତୀକ ଧାରଣ କରିଛନ୍ତି, ସେ ସବୁର ପଛରେ ଗହନ ଜୀବନ ଦର୍ଶନ ବିଦ୍ୟମାନ । ଶିବତତ୍ତ୍ଵର ମୂଳ ସ୍ବରୂପକୁ ବୁଝିଗଲେ ତାଙ୍କ ଉପାସନାର ମହତ୍ତ୍ଵ ଅନେକ ଗୁଣ ବଢିଯାଏ ଏବଂ ତାଙ୍କର ଆରାଧନା କେବଳ କର୍ମକାଣ୍ଡର ପ୍ରତୀକ ହୋଇ ରହେ ନାହିଁ, ବରଂ ତାହା ପ୍ରେରଣା ଓ ପ୍ରକାଶ ରୂପେ ଜୀବନକୁ ଆଲୋକିତ କରିଥାଏ ।

ଭଗବାନ ଶିବଙ୍କର ଏକ ତୃତୀୟ ନେତ୍ର ଅଛି । ତାଙ୍କର ଏହି ତୃତୀୟ ନେତ୍ର ଯେବେ ଖୋଲିଥାଏ ତ ସୃଷ୍ଟିରେ ପ୍ରଳୟ ଆସେ ବୋଲି କୁହାଯାଏ । ପ୍ରତୀକ ରୂପେ ଦେଖିଲେ ଏହା ବିବେକର ସୂଚକ ଅଟେ । ଆଖି ଓ ଇନ୍ଦ୍ରିୟଗୁଡିକ ଦ୍ଵାରା ଦେଖିବା ସର୍ବଦା ସତ୍ୟ ହୋଇ ନ ଥାଏ । ଯେପର୍ଯ୍ୟନ୍ତ ଆମେ କେବଳ ଏହି ଇନ୍ଦ୍ରିୟଗୁଡିକ ଉପରେ ନିର୍ଭରଶୀଳ ରହିବା, ସେପର୍ଯ୍ୟନ୍ତ ସତ୍ୟ ପାଖରେ ପହଞ୍ଚି ପାରିବା ନାହିଁ । ବିବେକର ଜାଗରଣ ବେଳେ ପ୍ରଚଳିତ ପୁରାତନ ମାନ୍ୟତାଗୁଡିକର ନାଶ ହୋଇଥାଏ ଏବଂ ଏକ ନବୀନ ଜୀବନ ପ୍ରାରମ୍ଭ ହୋଇଥାଏ ଏହି ତୃତୀୟ ନେତ୍ର ସଂଜ୍ଞାନର, ସୂକ୍ଷ୍ମ ଦୃଷ୍ଟିର, ଦିବ୍ୟ ଅନ୍ତଃକରଣର ଜ୍ୟୋତିର ପ୍ରତୀକ ଅଟେ । ପୁଣି ଏହାକୁ ଜାଗ୍ରତ ଆଜ୍ଞାଚକ୍ରର ସ୍ଥାନ ବି କୁହାଯାଇପାରେ ।

ଶିବଙ୍କ ମସ୍ତକରେ ଚନ୍ଦ୍ର ଓ ଜଟାରେ ମା’ ଗଙ୍ଗା ଅଛନ୍ତି । ଏମାନେ ମସ୍ତିଷ୍କର ଶୀତଳତାର ପ୍ରତୀକ ଅଟନ୍ତି । ଜୀବନରେ ସଫଳତା ପାଇବାକୁ ହେଲେ ମସ୍ତିଷ୍କକୁ ଶାନ୍ତ ରଖୁବା ଅତି ଆବଶ୍ୟକ । ଯେତେ ସବୁ କଳହ, ଅପରାଧ, ହିଂସା ଭଳି ଦୁଷ୍କର୍ମ ହୋଇଥାଏ, ସେ ସବୁର କାରଣ ଉତ୍ତେଜନା ଓ ଅଧୀରତା ଅଟେ । କ୍ରୋଧାଦି ଦୁର୍ଭାବ ଦ୍ଵାରା ଅନୁଚିତ କୃତ୍ୟ ହୋଇଯାଏ । ଭଗବାନ ଶିବଙ୍କ ଦ୍ଵାରା ଧାରଣ କରାଯାଇଥିବା ଚନ୍ଦ୍ର ଓ ଗଙ୍ଗା ସ୍ଥିରତା, ପବିତ୍ରତା, ଶାନ୍ତି ଓ ଶୀତଳତାର ସନ୍ଦେଶ ବାହକ ଅଟନ୍ତି ।

‘ଭଗବାନ ଶିବ ନିଜ କଣ୍ଠରେ ବିଷ ଧାରଣ କରିଛନ୍ତି । ଏଥୁରୁ ଶିକ୍ଷା ମିଳେ ଯେ ବ୍ୟକ୍ତି ନିଜର କଟୁତା ଓ ତିକ୍ତ ଅନୁଭବଗୁଡିକୁ ବ୍ୟକ୍ତ କରି ବାହାରେ ବାଣ୍ଟିବା ଅନୁଚିତ ଏବଂ ନିଜେ ହୃଦୟଙ୍ଗମ କରି ସେଗୁଡିକୁ ଭିତରକୁ ନେବା ଅନୁଚିତ । ଯାହା ନିଜ ପାଇଁ ଓ ସମାଜ ପାଇଁ କ୍ଷତିକାରକ, ତାହାକୁ ତାହାର ସୀମା ଭିତରେ ରଖି ହିଁ ଏହି ବିଷର ନିଦାନ ସମ୍ଭବ ।। ଭଗବାନ ଶିବ ନିଜ ହାତରେ ତ୍ରିଶୂଳ ଓ ଡମ୍ବରୁ ଧରିଥାନ୍ତି । ତ୍ରିଶୂଳ ତିନି ଲୋକ, ତିନି ଗୁଣ, ତିନି ନାଡୀ ଆଦିରେ ସନ୍ତୁଳନର ପ୍ରତୀକ ଅଟେ । ଯଦି ଏସବୁ ସମ୍ୟକ୍ ରୂପେ କ୍ରିୟାଶୀଳ ରହିବ, ତାହେଲେ ସୃଷ୍ଟିର ସନ୍ତୁଳନ ବଜାୟ ରହିପାରିବ । ଶିବ ଏହି ଦାୟିତ୍ଵ ନିଜ ହାତରେ ରଖୁଛନ୍ତି, ସେଥିପାଇଁ ଏ ସମଗ୍ର ଚରାଚର ଜଗତର ବ୍ୟବସ୍ଥା କାଏମ ରହିଛି l ଡମ୍ବରୁ ସଂଗୀତର, ଜାଗୃତିର ଓ ଉଲ୍ଲାସ ର ପ୍ରତୀକ l ଭଗବାନ ଶିବଙ୍କୁ ସଂଗୀତର ଜନକ ମନେ କରାଯାଏ । ସଙ୍ଗୀତ ହେଉଛି ସେହି ଶକ୍ତି , ଯଦ୍ଦ୍ୱାରା ଜୀବନରେ ମୃଦୁତା ଅଛି, ରସ ଅଛି, ଆନନ୍ଦ, ଅଧ୍ୟାତ୍ମ ଅଛି, ନାଦ ଅଛି । ଏହା ପରମ ଜାଗରଣ ମଧ୍ୟ । ଯେତେବେଳେ ମାନବୀୟ ଚେତନା ସୁପ୍ତ ହେବାରେ ଲାଗେ, ଥକିଯିବାରେ ଲାଗେ, ନିରାଶ-ହତାଶ, ଶୁଷ୍କ ହେବାରେ ଲାଗେ, ସେତେବେଳେ ଶିବଙ୍କ ଡମରୁ ହିଁ ତାହାକୁ ଏହି ସ୍ଥିତିରୁ ମୁକ୍ତ କରିଥାଏ ।

ଏହା ବ୍ୟତୀତ ଅନେକାନେକ ବିରୋଧାଭାସର ଅତିସୁନ୍ଦର ସମନ୍ୱୟ ଭଗବାନ ଶିବଙ୍କ ଜୀବନରେ ଦେଖିବାକୁ ମିଳେ । ଏକ ପକ୍ଷରେ ସେ ପରମ କଲ୍ୟାଣକାରୀ, ଭୋଳା, ଭଣ୍ଡାରୀ ତ ଅନ୍ୟ ପକ୍ଷରେ ତାଣ୍ଡବ କରୁଥିବା ମହାରୁଦ୍ର ମଧ୍ୟ । ତାଙ୍କ ଭଳି ମନୁଷ୍ୟ ଶ୍ରେଷ୍ଠର ସଂରକ୍ଷକ ଓ ଅନୀତିର ସଂହାରକ ହେବା ଉଚିତ । ଶୁଭ ଓ ସତ୍ୟ ପ୍ରତି ସଂବେଦନଶୀଳ ଏବଂ ଅଶୁଭ ପ୍ରତି କଠୋର ହେବା ଦରକାର ।

ମହାଦେବ ଗୃହସ୍ଥ ଓ ବୀତରାଗ ଆଦି ଯୋଗୀ ମଧ୍ୟ । ତାଙ୍କର ଏହି ଗୁଣ ସନ୍ଦେଶ ଦେଇଥାଏ ଯେ ଯୋଗ ମାର୍ଗରେ ଚାଲିବା ପାଇଁ, ଈଶ୍ବରଙ୍କ ଭକ୍ତି ପାଇଁ ସଂସାର ତ୍ୟାଗ ଅନାବଶ୍ୟକ । ତ୍ୟାଗ ତ ନିଜର ଦୁଷ୍ପ୍ରବୃତ୍ତିଗୁଡିକର, ଆସକ୍ତି ଓ ଅହଂକାରର କରିବା ଉଚିତ, ଯଦ୍ବାରା ଅନ୍ତଃକରଣକୁ ଯୋଗ ଅନୁକୂଳ କରାଯାଇ ପାରିବ । କୈଳାସବାସୀ ଶିବ ଏକ ପକ୍ଷରେ ପରମ ପବିତ୍ର ହିମାଳୟରେ ତପସ୍ୟାରେ ଲୀନ ରହନ୍ତି ତ ଅନ୍ୟ ପକ୍ଷରେ ଭୂତଗଣଙ୍କ ସହିତ ଶ୍ମଶାନରେ ନିବାସ କରନ୍ତି, ଏହାର ବ୍ୟାବହାରିକ ଅର୍ଥ ହେଲା, ପବିତ୍ର ଓ ଶ୍ରେଷ୍ଠର ସମ୍ପର୍କରେ ରହିବା ଶ୍ରେୟସ୍କର, କିନ୍ତୁ କାହାରିକୁ ଘୃଣିତ ଓ ପାପୀ ମନେ କରିବା ଅନୁଚିତ । ସମସ୍ତେ ପରମାତ୍ମାଙ୍କର ସନ୍ତାନ ଏବଂ ସେ ସ୍ଵୟଂ ସମସ୍ତଙ୍କୁ ସମାନ ରୂପେ ସ୍ନେହ କରନ୍ତି । ଶିବ ଏଠାରେ ସମ୍ୟକ୍ ଦୃଷ୍ଟି ଓ ମୈତ୍ରୀର ଶିକ୍ଷା ଦିଅନ୍ତି ।

‘ ଭଗବାନ ଶିବଙ୍କ ବ୍ୟକ୍ତିତ୍ଵ ଓ ସ୍ୱରୂପ ସମଗ୍ରତାର ପ୍ରତୀକ । ଏହା ଜୀବନର ସେହି ଦର୍ଶନ ପ୍ରଦାନ କରେ, ଯାହା ମନୁଷ୍ୟକୁ ତା’ର ଉଚ୍ଚତମ ଶିଖର ପର୍ଯ୍ୟନ୍ତ ନେଇଯାଏ । ଭଗବାନ ଶିବଙ୍କ ଚରିତ୍ର ମାନବୀୟ ଜୀବନର ଉଚ୍ଚତମ ଆଦର୍ଶର ପରାକାଷ୍ଠା ଅଟେ । ଏହା ସୃଜନରୁ ସଂହାର ପର୍ଯ୍ୟନ୍ତ, ଜୀବନରୁ ମୃତ୍ୟୁ ପର୍ଯ୍ୟନ୍ତ, ସଂସାରରୁ ବୈରାଗ୍ୟ ପର୍ଯ୍ୟନ୍ତର ସେହି ଜ୍ଞାନ ଅଟେ, ଯାହା ଅଲିଭା ଓ ଅପୂର୍ବ ଅଟେ । ଶିବତ୍ଵକୁ ଜାଣି, ତାଙ୍କ ବାହ୍ୟ ସ୍ୱରୂପରୁ ଆରମ୍ଭ କରି ଭିତରର ଗଭୀରତାକୁ ଅନୁଭବ କରି ଯଦି ଶିବ ଉପାସନା କରାଯିବ ତ ତାହା ଅନନ୍ତ ଗୁଣ ଫଳଦାୟୀ । ହେବ । ତାଙ୍କର କଣ କଣ ଯେଉଁ ସଂକେତ ଗୁଡିକ ଆଡକୁ ଇଙ୍ଗିତ କରିଥାଏ, ଯଦି ତାହାର କିଛି ଅଂଶ ବି ଆମେ ଧାରଣ କରି ପାରିବା ତ ଶିବ ପୂଜା ଜୀବନରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣି ପାରିବ।

ଅଖଣ୍ଡଜ୍ୟୋତି ଜୁନ 2019 ମାର୍ଗରେ ଚାଲିବା ପାଇଁ, ଈଶ୍ବରଙ୍କ ଭକ୍ତି ପାଇଁ ସଂସାର ତ୍ୟାଗ ଅନାବଶ୍ୟକ । ତ୍ୟାଗ ତ ନିଜର ଦୁଷ୍ପ୍ରବୃତ୍ତିଗୁଡିକର, ଆସକ୍ତି ଓ ଅହଂକାରର କରିବା ଉଚିତ, ଯଦ୍ବାରା ଅନ୍ତଃକରଣକୁ ଯୋଗ ଅନୁକୂଳ କରାଯାଇ ପାରିବ । କୈଳାସବାସୀ ଶିବ ଏକ ପକ୍ଷରେ ପରମ ପବିତ୍ର ହିମାଳୟରେ ତପସ୍ୟାରେ ଲୀନ ରହନ୍ତି ତ ଅନ୍ୟ ପକ୍ଷରେ ଭୂତଗଣଙ୍କ ସହିତ ଶ୍ମଶାନରେ ନିବାସ କରନ୍ତି, ଏହାର ବ୍ୟାବହାରିକ ଅର୍ଥ ହେଲା, ପବିତ୍ର ଓ ଶ୍ରେଷ୍ଠର ସମ୍ପର୍କରେ ରହିବା ଶ୍ରେୟସ୍କର, କିନ୍ତୁ କାହାରିକୁ ଘୃଣିତ ଓ ପାପୀ ମନେ କରିବା ଅନୁଚିତ । ସମସ୍ତେ ପରମାତ୍ମାଙ୍କର ସନ୍ତାନ ଏବଂ ସେ ସ୍ଵୟଂ ସମସ୍ତଙ୍କୁ ସମାନ ରୂପେ ସ୍ନେହ କରନ୍ତି । ଶିବ ଏଠାରେ ସମ୍ୟକ୍ ଦୃଷ୍ଟି ଓ ମୈତ୍ରୀର ଶିକ୍ଷା ଦିଅନ୍ତି ।

ଭଗବାନ ଶିବଙ୍କ ବ୍ୟକ୍ତିତ୍ଵ ଓ ସ୍ୱରୂପ ସମଗ୍ରତାର ପ୍ରତୀକ । ଏହା ଜୀବନର ସେହି ଦର୍ଶନ ପ୍ରଦାନ କରେ, ଯାହା ମନୁଷ୍ୟକୁ ତା’ର ଉଚ୍ଚତମ ଶିଖର ପର୍ଯ୍ୟନ୍ତ ନେଇଯାଏ । ଭଗବାନ ଶିବଙ୍କ ଚରିତ୍ର ମାନବୀୟ ଜୀବନର ଉଚ୍ଚତମ ଆଦର୍ଶର ପରାକାଷ୍ଠା ଅଟେ । ଏହା ସୃଜନରୁ ସଂହାର ପର୍ଯ୍ୟନ୍ତ, ଜୀବନରୁ ମୃତ୍ୟୁ ପର୍ଯ୍ୟନ୍ତ, ସଂସାରରୁ ବୈରାଗ୍ୟ ପର୍ଯ୍ୟନ୍ତର ସେହି ଜ୍ଞାନ ଅଟେ, ଯାହା ଅଲିଭା ଓ ଅପୂର୍ବ ଅଟେ । ଶିବତ୍ଵକୁ ଜାଣି, ତାଙ୍କ ବାହ୍ୟ ସ୍ୱରୂପରୁ ଆରମ୍ଭ କରି ଭିତରର ଗଭୀରତାକୁ ଅନୁଭବ କରି ଯଦି ଶିବ ଉପାସନା କରାଯିବ ତ ତାହା ଅନନ୍ତ ଗୁଣ ଫଳଦାୟୀ । ହେବ । ତାଙ୍କର କଣ କଣ ଯେଉଁ ସଂକେତ ଗୁଡିକ ଆଡକୁ ଇଙ୍ଗିତ କରିଥାଏ, ଯଦି ତାହାର କିଛି ଅଂଶ ବି ଆମେ ଧାରଣ କରି ପାରିବା ତ ଶିବ ପୂଜା ଜୀବନରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣି ପାରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking